Below header

ବାଜିରେ ଲାଗିଛି ବିରଳ ପ୍ରାଣୀଙ୍କ ଜୀବନ, ବିପଦରେ ବାଦୁଡ଼ି ବଂଶ

ପ୍ରାକୃତିକ ବିପର୍ଯ୍ୟୟରୁ ବାଦ ପଡୁ ନାହାଁନ୍ତି ବନ୍ୟପ୍ରାଣୀ । ଏବେ ବାଜିରେ ଲାଗିଛି ବିରଳ ପ୍ରାଣୀଙ୍କ ଜୀବନ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କବାଟବନ୍ଧ ଠାରେ କାହିଁ କେଉଁ କାଳରୁ ରହି ଆସୁଛନ୍ତି ଶହ ଶହ ସଂଖ୍ୟାରେ ବାଦୁଡି । ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିପଦରେ ପଡିଛନ୍ତି ଏହି ବିରଳ ପ୍ରାଣୀ ବାଦୁଡି ।

ଯାଜପୁର: ପ୍ରାକୃତିକ ବିପର୍ଯ୍ୟୟରୁ ବାଦ ପଡୁ ନାହାଁନ୍ତି ବନ୍ୟପ୍ରାଣୀ । ଏବେ ବାଜିରେ ଲାଗିଛି ବିରଳ ପ୍ରାଣୀଙ୍କ ଜୀବନ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କବାଟବନ୍ଧ ଠାରେ କାହିଁ କେଉଁ କାଳରୁ ରହି ଆସୁଛନ୍ତି ଶହ ଶହ ସଂଖ୍ୟାରେ ବାଦୁଡ଼ି। ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିପଦରେ ପଡିଛନ୍ତି ଏହି ବିରଳ ପ୍ରାଣୀ ବାଦୁଡ଼ି । ନିକଟରେ ଏକ ଗଛ ଡାଳ ଭାଙ୍ଗିଯିବାରୁ ୧୫ ରୁ ଅଧିକ ବାଦୁଡିଙ୍କ ଜୀବନ ଯାଇଥିବା ବେଳେ ଏବେ ସେମାନଙ୍କ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ ।

କିଚରି ମିଚରି ଶବ୍ଦରେ ଫାଟି ପଡୁଛି ପରିବେଶ । ଗଛ ଡାଳରେ ମୁଣ୍ଡ ତଳକୁ ଗୋଡ ଉପରକୁ କରି ଝୁଲି ରହିଛନ୍ତି ବିରଳ ପ୍ରାଣୀ ବାଦୁଡ଼ି । ପାଣିପାଗ ପରିବର୍ତନ ପାଇଁ ବାଦୁଡ଼ି ବଂଶ ଲୋପ ପାଇବାକୁ ବସିଛି । ଗ୍ରାମବାସୀଙ୍କ ସୁରକ୍ଷାରେ କବାଟବନ୍ଧ ବଣିଆସାହି ନିକଟରେ ବହୁ ବର୍ଷ ଧରି ୩ରୁ୪ଟି ଗଛରେ ରହି ଆସୁଛନ୍ତି ହଜାର ହଜାର ସଂଖ୍ୟାର ବାଦୁଡି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଏକକାଳିନ ଶହ ଶହ ବାଦୁଡ଼ି ଉଡି ଆସି ଏକ ଗଛ ଡାଳରେ ଆଶ୍ରୟ ନେଇଥିଲେ । ଦୁର୍ଭାଗ୍ୟବଶତଃ ଡାଳ ଭାଙ୍ଗିଯିବାରୁ ୧୫ରୁ ଅଧିକ ବାଦୁଡ଼ି ମୃତ୍ୟୁ ମୁଖରେ ପଡିବା ସହ ଅନେକ ଆହତ ହୋଇଥିବା ଲକ୍ଷ୍ୟ କରାଯାଇଛି । ଜଳବାୟୁ ପରିବର୍ତନ ତଥା ପ୍ରଚଣ୍ଡ ରୈାଦ୍ରତାପ ସହିନପାରି ପ୍ରତିଦିନ କିଛି ନା କିଛି ବାଦୁଡ଼ି ମରି ତଳେ ପଡୁଛନ୍ତି । ମାତ୍ର ଏମାନଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ସେଥିପାଇଁ ଏବେ ବାଜିରେ ଲାଗିଛି ଏହି ବିରଳ ପ୍ରାଣୀଙ୍କ ଜୀବନ ।

ପୂର୍ବରୁ ବିଭିନ୍ନ ଝଡ ବାତ୍ୟାରେ ହଜାର ହଜାର ବାଦୁଡ଼ି ମରିଯାଇଥିଲେ । ଅନେକ ନିଖୋଜ ମଧ୍ୟ ହୋଇ ଯାଇଥିଲେ । ସେବେଠାରୁ ଏଠାରେ ବାଦୁଡ଼ିଙ୍କ ସଂଖ୍ୟା କମିବାରେ ଲାଗିଛି । ବଣିଆସାହି ଗ୍ରାମବାସୀ, ସ୍ଥାନୀୟ ବ୍ୟବସାୟୀ ଓ ଯୁବକ ସଂଘ ବର୍ଷ ବର୍ଷ ଧରି ଏମାନଙ୍କୁ ସୁରକ୍ଷା ଦେଇଆସୁଛନ୍ତି । ଅନ୍ୟପକ୍ଷରେ ଶିକାରୀମାନେ ବେଧଡକ ଶିକାର କରି ଏହାର ମାଂସକୁ ବିକ୍ରୀ କରିଦେଉଥିବା ଅଭିଯୋଗ ହୋଇଛି । ବାଦୁଡ଼ି ମାଂସରେ ଅନେକ ଔଷଧୀୟ ଗୁଣ ରହିଥିବାରୁ ଶିକାରୀଙ୍କ ଲୋଲୁପ ଦୃଷ୍ଟି ପଡିଛି ଏବେ ଏମାନଙ୍କ ଉପରେ । ତେବେ ଯଥା ସମ୍ଭବ ସେମାନଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ସ୍ଥାନୀୟ ଲୋକେ । ପାଣି ସିଂଚନ କରି ତାଙ୍କୁ ବଂଚାଇ ରଖିବାକୁ ଉଦ୍ୟମ ଜାରି ରଖିଛନ୍ତି । ଶହ ଶହ ବର୍ଷ ଧରି ଏଠାରେ ରହିଆସୁଥିବା ଏହି ବିରଳ ପ୍ରାଣୀଙ୍କ ସୁରକ୍ଷା ପାଇଁ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆଯାଉନାହିଁ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସ୍ଥାନୀୟ ସଚେତନ ନାଗରିକ ମଞ୍ଚ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.