Below header

ଚାକିରି ଦେବା ନାମରେ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡପ, ସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ବିକ୍ଷୋଭ

ବାରିପଦାରେ ପୁଣି ଏକ ଠକ ସଂସ୍ଥା | ଚାକିରି ଦେବା ନାମରେ ମହିଳାମାନଙ୍କ ଠାରୁ ହଜାର ହଜାର ଟଙ୍କା ହଡପ |

ମୟୁରଭଞ୍ଜ : ବାରିପଦାରେ ପୁଣି ମହିଳାଙ୍କୁ ଠକିଲା ଏକ  ସଂସ୍ଥା | ଚାକିରି ଦେବା ନାମରେ ମହିଳାମାନଙ୍କ ଠାରୁ ହଜାର ହଜାର ଟଙ୍କା ହଡପ କରିନେଲା | ଚାକିରି ନ ପାଇ ଏବେ କାର୍ଯ୍ୟାଳୟ ସମ୍ମୁଖରେ ମହିଳା କରିଛନ୍ତି ବିକ୍ଷୋଭ | ଏଭଳି  ଅଭିଯୋଗ ଜାଣିବାକୁ ମିଳିଛି ବାରିପଦା ଟାଉନ ଥାନା ଅଧୀନ ତକତ୍‌‍ପୁର ଅଞ୍ଚଳରେ |

ତକତ୍‌‍ପୁର ଅଞ୍ଚଳରେ  ଖୋଲିଥିବା  ଏକ ସଂସ୍ଥା  ମହିଳାମାନଙ୍କୁ ବିଭିନ୍ନ ସୂତା କଳ ଓ ଚପଲ ଫେକ୍ଟେରୀରେ ଚାକିରି ଦେବାକୁ କହି ନାଆ ପଞ୍ଜିକରଣ କରିଥିଲା | ଏପରିକି ନାଆ ପଞ୍ଜିକରଣ ସମୟରେ ସଂସ୍ଥା ୫ ହଜାର ଟଙ୍କା ଲେଖାଏଁ  ଆଦାୟ କରିଥିଲା ଅଭିଯୋଗ ହୋଇଛି  |

ମାତ୍ର ଦୀର୍ଘ ଦିନ ଧରି ଚାକିରି ନ ପାଇବାରୁ ବହୁ ସଂଖ୍ୟାରେ ମହିଳା ବାଧ୍ୟ ହୋଇ ସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ଟଙ୍କା ଫେରାଇବା ସହ ନ୍ୟାୟ ଦାବିରେ ବିକ୍ଷୋଭ କରିଛନ୍ତି | ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି | ତେବେ କେଉଁ ପରିସ୍ଥିତିରେ ମହିଳାମାନଙ୍କ ଠାରୁ ଏଭଳି ଠକେଇ କରି ଟଙ୍କା ଆଦାୟ କରାଯାଉଥିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ | ତଦନ୍ତ ପରେ ଏହି ସଂସ୍ଥା କାହା ଇଙ୍ଗିତରେ ଚାଲୁଥିଲା ତାହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି  |

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.