Below header

ଚୀନ : ଯାତ୍ରୀବାହୀ ଭ୍ୟାନକୁ ପିଟିଲା ଟ୍ରକ, ୯ମୃତ

ଚୀନ କିଙ୍ଗତଗ୍ନିୟା ସହର ବାହାରେ ସକାଳ ୭ଟା ୪୦ ମିନିଟରେ ଦୁର୍ଘଟଣା ହୋଇଥିଲା । ଏକ ଯାତ୍ରୀବାହୀ ଭ୍ୟାନକୁ ଟ୍ରକ ଧକ୍କା ଦେବା ଯୋଗୁଁ ଭ୍ୟାନର ଉପର ଉଡିଯାଇଥିଲା । ଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣାରେ ୨ ଜଣ ଆହତ ହୋଇଥିବା ଜଣାପଡିଛି ।

ଚୀନର ଉତ୍ତର-ପଶ୍ଚିମ ନିଙ୍ଗୟା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଟ୍ରକ ଯାତ୍ରୀବାହୀ ଭ୍ୟାନକୁ ଧକ୍କା ଦେବାରୁ ୯ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା କରାଯାଉଛି ।

ଖବର ମୁତାବକ, କିଙ୍ଗତଗ୍ନିୟା ସହର ବାହାରେ ସକାଳ ୭ଟା ୪୦ ମିନିଟରେ ଦୁର୍ଘଟଣା ହୋଇଥିଲା । ଏକ ଯାତ୍ରୀବାହୀ ଭ୍ୟାନକୁ ଟ୍ରକ ଧକ୍କା ଦେବା ଯୋଗୁଁ ଭ୍ୟାନର ଉପର ଉଡିଯାଇଥିଲା । ଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣାରେ ୨ ଜଣ ଆହତ ହୋଇଥିବା ଜଣାପଡିଛି । ତେବେ ସ୍ଥାନୀୟ ପୋଲିସ ଅଧିକାରୀ ଦୁର୍ଘଟଣାର କାରଣ ଖୋଜିବାକୁ ଚେଷ୍ଟା କରୁଛି ।

ପୋଲିସ ଘଟଣାର ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ତେବେ ଟ୍ରକ କି ଭ୍ୟାନ ଚାଳକଙ୍କ ଭୁଲ୍‌ ତାହା ଜଣାପଡିନାହିଁ । ଧକ୍କା ହେବା ପରେ ଲୋକେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ଏହାପରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରି ଆହତଙ୍କୁ ହସପିଟାଲକୁ ପଠାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.