ଆସନ୍ତାକାଲି ଓଡ଼ିଶା ଆସିବେ ରାହୁଲ ଗାନ୍ଧି, ସାଲେପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି । କଂଗ୍ରେସ ପାଇଁ ପ୍ରଚାର କରି ଭୋଟ ଭିକ୍ଷା କରିବେ। କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ଆରଏମସି ପଡ଼ିଆରେ ଆୟୋଜିତ ସଭାରେ ଯୋଗଦେବେ ରାହୁଲ । ଏହି ସଭାରେ ଉପକୂଳ ଜିଲ୍ଲା କଟକ, କେନ୍ଦ୍ରାପଡା, ଯାଜପୁର , ଜଗତସିଂପୁର ଅଞ୍ଚଳରୁ ବହୁ କଂଗ୍ରେସ କର୍ମୀ ଯୋଗଦେବେ ।

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି । କଂଗ୍ରେସ ପାଇଁ ପ୍ରଚାର କରି ଭୋଟ ଭିକ୍ଷା କରିବେ। କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ଆରଏମସି ପଡ଼ିଆରେ ଆୟୋଜିତ ସଭାରେ ଯୋଗଦେବେ ରାହୁଲ । ଏହି ସଭାରେ ଉପକୂଳ ଜିଲ୍ଲା କଟକ, କେନ୍ଦ୍ରାପଡା, ଯାଜପୁର , ଜଗତସିଂପୁର ଅଞ୍ଚଳରୁ ବହୁ କଂଗ୍ରେସ କର୍ମୀ ଯୋଗଦେବେ । ଦଳୀୟ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ ରାହୁଲ । ତାଙ୍କ ଗସ୍ତ ପାଇଁ ଜୋରସୋର ଲାଗି ପଡ଼ିଛି ରାଜ୍ୟ କଂଗ୍ରେସ । ସଭାସ୍ଥଳ ନୀରିକ୍ଷଣ କରିଛନ୍ତି କଂଗ୍ରେସର ଶୀର୍ଷ ନେତୃବୃନ୍ଦ ।

ତେଲଙ୍ଗାନା ଉପ ମୁଖ୍ୟମନ୍ତ୍ରୀ ମାଲୁ ଭଟି ବିକ୍ରମାର୍କ, ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର,ପ୍ରଚାର କମିଟି ଅଧକ୍ଷ ଭକ୍ତ ଚରଣ ଦାସ,ଉପାଧ୍ୟକ୍ଷ ନବଜ୍ୟୋତି ପଟ୍ଟନାୟ, କେନ୍ଦାପଡା କଂଗ୍ରେସ ସାଂସଦ ପ୍ରାର୍ଥୀ ସିଦ୍ଧାର୍ଥ ସ୍ୱରୂପ ଦାସ,ମାହାଙ୍ଗା ବିଧାୟକ ପାର୍ଥି ଦେବେନ୍ଦ୍ର ସାହୁ ଏବଂ ସାଲେପୁର ବିଧାୟକ ପ୍ରାର୍ଥୀ ୟାକିବ ଖାନ ପ୍ରମୁଖ ସଭାସ୍ଥଳ ବୁଲି ଦେଖିଛନ୍ତି । ପ୍ରଥମେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଭୂମିସତ୍ୟଭାମାପୁରରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୀଠ ପରିଦର୍ଶନ କରିବା ସହ କୁଳିଆ ଆରଏମସି ପଡିଆ ପରିଦର୍ଶନ କରିଥିଲେ । ରାହୁଲ ଆସୁଥିବାରୁ କଂଗ୍ରେସ ଶିବିର ବେଶ ଉତ୍ସାହିତ ।

You might also like