Below header

ଭିତରେ ବସିଥାନ୍ତେ ନେତା, କିନ୍ତୁ ତାପୂର୍ବରୁ ବିସ୍ଫୋରଣ ହେଲା ହେଲିକପ୍ଟର

ହେଲିକପ୍ଟରରେ ବସି ଜନସଭାକୁ ବାହାରିଥାନ୍ତେ । କିନ୍ତୁ ଠିକ୍‌ ଲ୍ୟାଣ୍ଡିଙ୍ଗ୍‌ ବେଳେ ଘଟିଗଲା ଅଘଟଣ । ଅବତରଣ ବେଳେ ନିଜ ନିୟନ୍ତ୍ରଣ ହରାଇବସିଲା ହେଲିକପ୍ଟର ।

ଭିତରେ ବସିଥାନ୍ତେ ନେତା, ହେଲିକପ୍ଟରରେ ବସି ଜନସଭାକୁ ବାହାରିଥାନ୍ତେ । କିନ୍ତୁ ଠିକ୍‌ ଲ୍ୟାଣ୍ଡିଙ୍ଗ୍‌ ବେଳେ ଘଟିଗଲା ଅଘଟଣ । ଅବତରଣ ବେଳେ ନିଜ ନିୟନ୍ତ୍ରଣ ହରାଇବସିଲା ହେଲିକପ୍ଟର । ଆଉ ଆକାଶରେ ଦୋହଲି ଦୋହଲି ସିଧା ଆସି ଜୋରରେ କଚାଡି ହୋଇ ପଡିଲା ହେଲିକପ୍ଟର । ଭାଗ୍ୟ ଭଲ ଥିଲା ନେତାଙ୍କର ରକ୍ଷା କରିଦେଲେ ଭଗବାନ । ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତୀଗଲେ ରାଜନେତା ।

ମହାରାଷ୍ଟ୍ରର ମହାଡରେ ଶିବସେନାର ନେତା ସୁଷମା ଅନ୍ଧାରେଙ୍କ ପାଇଁ ଆସିଥିବା ହେଲିକପ୍ଟର ବିସ୍ଫୋରଣ ଘଟିଛି । ସୁଷମା ଅନ୍ଧାରେ ହେଲିକପ୍ଟରରେ ଚଢିବା ପୂର୍ବରୁ ହିଁ ତାହା କ୍ରାସ ହୋଇଯାଇଛି । ତେବେ ସୌଭାଗ୍ୟର କଥା ହେଉଛି ଏତେ ବଡ ବିପଦରୁ ପାଇଲଟ ଦୁଇ ଜଣ ରକ୍ଷା ପାଇଯାଇଛନ୍ତି । ଘଟଣାରେ ଦୁଇଜଣଙ୍କୁ ସାମାନ୍ୟ ଆଘାତ ଲାଗିଛି ।

ସୁଷମା ଏହି ହେଲିକପ୍ଟରରେ ବସି ଏକ ଜନସଭାକୁ ଯାଇଥାନ୍ତେ । କିନ୍ତୁ ଭାଗ୍ୟ ଭଲ ଥିଲା ତାଙ୍କର । ତେବେ ଏହି ଘଟଣା ପରେ ଖବର ଚାରିଆଡେ ବ୍ୟାପିଯାଇଥିଲା । ତେବେ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଦେଖାଯାଉଛି ଯେ ଲ୍ୟାଣ୍ଡିଙ୍ଗ ସମୟରେ ହେଲିକପ୍ଟରର ନିଜ ନିୟନ୍ତ୍ରଣ କରାଉଛି ଏବଂ କ୍ରାସ୍‌ ହେଉଛି ।

crash1ତେବେ ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପାଇଲଟଙ୍କୁ ଉଦ୍ଧାର କରାଯାଇଥିଲା । ଖବର ପାଇ ତୁରନ୍ତ ପୋଲିସ ଏବଂ ଜରୁରୀକାଳୀନ ଟିମ୍‌ ପହଁଚିଥିଲେ ଏବଂ ଆହତ ପାଇଲଟଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା କରାଇଥିଲେ ।

ଆଜି ସକାଳ ୯ଟା ୩୦ ମିନିଟରେ ସୁଷମା ଅନ୍ଧାରେ ବାରାମତି ଯାଇଥାଆନ୍ତେ । ସୁଷମା ଅନ୍ଧାରେ ହେଲିକପ୍ଟରରେ ଚଢିବା ପୂର୍ବରୁ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଆଶ୍ୱସ୍ତିକର କଥା ହେଉଛି ଯେ, ଏକ ବଡ ଦୁର୍ଘଟଣା ଟଳି ଗଲା । ସେ ବାରାମତୀରେ ଆୟୋଜିତ ମହିଳା ମେଳାରେ ଭାଗ ନେବା ଲାଗି ମହାଡରୁ ବାରାମତି ପାଇଁ ଯାଇଥାଆନ୍ତେ । ହେଲିକପ୍ଟର ଦୁର୍ଘଟଣା ସୁଷମା ଅନ୍ଧାରେଙ୍କ ସାମ୍ନାରେ ହିଁ ଘଟିଲା । ସୁଷମା ଅନ୍ଧାରେ ହେଉଛନ୍ତି ଜଣେ ଓକିଲ ଏବଂ ଲେଖିକା ମଧ୍ୟ । ତାଙ୍କୁ ଦଳିତ ଏବଂ ଆଦିବାସୀ ସମୁଦାୟର ଲୋକଙ୍କର ସେବା କରିବାର ଜଣାଯାଏ ।

ତେବେ କହିବାକୁ ଚାହିଁବୁ ଯେ ଏହି ହେଲିକପ୍ଟର ଏକ ପ୍ରାଇଭେଟ ଏଭିଏସନ୍‌ କମ୍ପାନୀର ଥିଲା ।ହେଲିକପ୍ଟରର ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ କୁହାଯାଉଛି ଯେ ହେଲିକପ୍ଟର ଲ୍ୟାଣ୍ଡିଙ୍ଗ ପାଇଁ କୌଣସି ହେଲିପ୍ୟାଡ୍‌ ନଥିଲା । ଯେଉଁ କାରଣରୁ ଲ୍ୟାଣ୍ଡିଂ ସମୟରେ ଏଭଳି ଦୁର୍ଘଟଣା ଘଟିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.