କାକଟପୁରର ମା’ମଙ୍ଗଳାଙ୍କ ଆଜି ଝାମୁଯାତ୍ରା, ରାଜରାଜେଶ୍ୱରୀ ବେଶ ଦେଖିବାକୁ ଲାଗିଛି ଭକ୍ତଙ୍କ ଭିଡ଼

ଆଜି ହେଉଛି କାକଟପୁର ମା' ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା । ଏଥିପାଇଁ ମା'ମଙ୍ଗଳାଙ୍କ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ମାନେ ମଙ୍ଗଳା ମନ୍ଦିରରେ ପହଞ୍ଚି ଲମ୍ବା ଧାଡ଼ିରେ ମାଙ୍କୁ ଦର୍ଶନ କରୁଛନ୍ତି ।

କାକଟପୁର (କେନ୍ୟୁଜ): ଆଜି ହେଉଛି କାକଟପୁର ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ।  ଏଥିପାଇଁ ମା’ମଙ୍ଗଳାଙ୍କ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ମାନେ ମଙ୍ଗଳା ମନ୍ଦିରରେ ପହଞ୍ଚି ଲମ୍ବା ଧାଡ଼ିରେ ମାଙ୍କୁ ଦର୍ଶନ କରୁଛନ୍ତି ।  ଚୈତ୍ର ମାସ ପ୍ରଥମ ମଙ୍ଗଳବାରରେ ମା ମଙ୍ଗଳାଙ୍କ ନେତ୍ରୋତ୍ସବ ଠାରୁ ଆରମ୍ଭ ହୋଇ ଥିବା ମା’ଙ୍କ ପାଳିଯାତ୍ରା ଆଜି ପଞ୍ଚମ ପାଳି ମଙ୍ଗଳବାରରେ ଝାମୁ ଯାତ୍ରା ପରେ ଏହି ପାଳିଯାତ୍ରା ଶେଷ ହୋଇଛି ।  ଏହି ଅବସରରେ ଭକ୍ତ ଏବଂ ଶ୍ରଦ୍ଧାଳୁ ମାନଙ୍କୁ ମା ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଉଛନ୍ତି । ଶ୍ରଦ୍ଧାଳୁ ମାନେ ପରିବାରର ମଙ୍ଗଳ କାମନା କରି ବ୍ରତ ଧାରଣ କରିବା ସହିତ ମାନସିକ ଦୀପ ଜାଳିଛନ୍ତି ।

ଆଜି ଭୋର ୩ଟାରୁ ସ୍ନାନ ମାର୍ଜଣା, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା ପରେ ରାଜ ରାଜେଶ୍ଵରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ମଙ୍ଗଳା । ଭୋର ୫ଟାରେ ସାହାଣମେଳା ପରେ ସାଧାରଣ ଦର୍ଶନ ପାଇଁ ପହଡ ଖୋଲିଥିଲା । ମାଙ୍କ ଦର୍ଶନ ପାଇଁ ଆଜି ପୀଠରେ ଲକ୍ଷାଧିକ ଭକ୍ତ ଭିଡ଼ ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.