Below header

ଆଜିଠୁ ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ, ୪ ଜିଲ୍ଲାରେ କରିବେ ମାରାଥନ ପ୍ରଚାର

ଆଜିଠୁ ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ। ମୁଖ୍ୟମନ୍ତ୍ରୀଙ୍କ ତୋଫାନୀ କ୍ୟାମ୍ପେନ । ସକାଳ ସାଢ଼େ ୧୦ ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଜୋରଦାର ପ୍ରଚାର। ଡବଲ ଶଙ୍ଖ ପାଇଁ ଆଜି ୪ ଜିଲ୍ଲାରେ ମାରାଥନ ପ୍ରଚାର କରିବେ ନବୀନ । କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ପାରଳାଖମୁଣ୍ଡିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ବିଜେଡି ସୁପ୍ରିମୋ ।

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ। ମୁଖ୍ୟମନ୍ତ୍ରୀଙ୍କ ତୋଫାନୀ କ୍ୟାମ୍ପେନ । ସକାଳ ସାଢ଼େ ୧୦ ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଜୋରଦାର ପ୍ରଚାର। ଡବଲ ଶଙ୍ଖ ପାଇଁ ଆଜି ୪ ଜିଲ୍ଲାରେ ମାରାଥନ ପ୍ରଚାର କରିବେ ନବୀନ । କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ପାରଳାଖମୁଣ୍ଡିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ବିଜେଡି ସୁପ୍ରିମୋ । ବିଜେଡି ସୁପ୍ରିମୋଙ୍କ ସହ ଉପସ୍ଥିତ ରହିବେ ବିଜେଡିର ଦୁଇ ନମ୍ବର ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ । ଆଜି କୋରାପୁଟରୁ ଆରମ୍ଭ ହେବ ପ୍ରଚାର ଅଭିଯାନ। ଦିନ ୧୦ଟା ୩୦ରେ କୋରାପୁଟ ଓଏମପି ପଡ଼ିଆରେ ସାଧାରଣ ସଭାକୁ ସମ୍ବୋଧନ କରିବେ ବିଜେଡି ସୁପ୍ରିମୋ ।

କୋରାପୁଟ ଲୋକସଭା ଆସନରେ ଗତ ଥର କଂଗ୍ରେସ ଜିତିଥିବା ବେଳେ କୋରାପୁଟ ବିଧାନସଭା ଆସନରୁ ଜିତିଥିଲେ ବିଜେଡିର ରଘୁରାମ ପଡ଼ାଲ । ଦୁଇଥର ବିଧାୟକ ହୋଇଥିବା ରଘୁରାମ ପଡ଼ାଲଙ୍କୁ ଏଥର କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରୁ ରିପିଟ କରିଛି ବିଜେଡି । କୋରାପୁଟ ପରେ ଦିନ ୧୧ଟା ୪୦ରେ ନବରଙ୍ଗପୁର ସଭାରେ ଯୋଗ ଦେବେ ନବୀନ । ୨୦୧୯ରେ କୋରାପୁଟ ଲୋକସଭା କ୍ଷେତ୍ରର ରାୟଗଡ଼ା ଟିକିରିରେ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ । ଅପରାହ୍ ଣ ୩ଟା ୪୦ରେ ଟିକିରି ସଭାରେ ଯୋଗଦେବେ । ସେହିପରି ଅପରାହ୍ ଣ ୫ଟାରେ ବ୍ରହ୍ମପୁର ଲୋକସଭା କ୍ଷେତ୍ରର ପାରଳାଖେମୁଣ୍ଡିରେ ନିର୍ବାଚନୀ ସଭାରେ ଯୋଗଦେବେ ବିଜେଡି ସୁପ୍ରିମୋ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.