ସାପ ସହ ଅଘୋରୀ ବାବାଙ୍କ ନୃତ୍ୟ, ଲୋକେ ଦେଖି ଚକିତ

ବେଳେବେଳେ ଏମିତି କିଛି ଘଟଣା ଆମ ମାନଙ୍କ ସାମ୍ନାରେ ଘଟିଥାଏ, ଯାହା କେବେ କଳ୍ପନା ବି କରାଯାଇନପାରେ । ଯେମିତି ଏହି ଘଟଣା । ବିନା କୌଣସି ଡରରେ ସାପ ସହ ଖେଳ । ବାରଣ କରିବେ କଣ ଲୋକ ଓଲଟି ମଜା ନେଲେ । ଏମିତି କିଛି ଦେଖିବାକୁ ମିଳିଛି ଏକ ମେଳଣ ଯାତ୍ରା ସମୟରେ ।

ପୁରୀ(କେନ୍ୟୁଜ): ବେଳେବେଳେ ଏମିତି କିଛି ଘଟଣା ଆମ ମାନଙ୍କ ସାମ୍ନାରେ ଘଟିଥାଏ, ଯାହା କେବେ କଳ୍ପନା ବି କରାଯାଇନପାରେ । ଯେମିତି ଏହି ଘଟଣା । ବିନା କୌଣସି ଡରରେ ସାପ ସହ ଖେଳ । ବାରଣ କରିବେ କଣ ଲୋକ ଓଲଟି ମଜା ନେଲେ । ଏମିତି କିଛି ଦେଖିବାକୁ ମିଳିଛି ଏକ ମେଳଣ ଯାତ୍ରା ସମୟରେ ।

ଗ୍ରାମୀଣ ସଂସ୍କୃତି ଓ ପରମ୍ପରାକୁ ନେଇ ପୁରୀ ଜିଲ୍ଲା ଗୋପ ବ୍ଲକ୍ ଛଇତନା ଗ୍ରାମ୍ୟ ମେଳଣ ବହୁ ଆଡ଼ମ୍ବରରେ ଶେଷ ହୋଇଛି । ଏହି ଅବସରରେ ପଡ଼ୋଶୀ ଗାଁରୁ ଆସିଥିବା ଏକ ଶୋଭାଯାତ୍ରାରେ ଅଘୋରୀ ବାବାଙ୍କ ନୃତ୍ୟ ସମସ୍ତଙ୍କୁ ଚକିତ କରିଥିଲା । ଅଘୋରୀ ବାବାଙ୍କ ନାଗ ସହ ଖେଳ ଦେଖିବାକୁ ଭିଡ ଜମେଇଥିଲେ ଲୋକେ ।

ସାପକୁ ବେକରେ ଗୁଡ଼ାଇବା ସହ ପାଟିରେ ପୁରାଉଥିଲେ। ପାରମ୍ପରିକ ମେଢ଼ ,ନାଗା ଓ ନୃତ୍ୟ ଗୀତ ସହ ଅଘୋରୀ ବାବାଙ୍କ ନାଗ ସହ ଖେଳ ସମସ୍ତଙ୍କୁ ବିସ୍ମିତ କରିଥିଲା । ଏହା ବନ୍ୟଜନ୍ତୁ ସୁରକ୍ଷା ଆଇନର ଉଲ୍ଲଘଂନ କରୁଛି ।

ତେବେ ସୂଚନା ଥାଉକି, ଗତକିଛି ଦିନ ତଳେ ବନ୍ୟପ୍ରାଣୀଙ୍କ ସହ ଫଟୋଗ୍ରାଫ ଓ ସେଲ୍ଫି ପୋଷ୍ଟିଂ ଉପରେ ରୋକ୍ ଲାଗିଥିଲା । ଧରା ପଡ଼ିଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୁହାଯାଇଥିଲା ।

ସୋସିଆଲ ମିଡିଆରେ ଏଭଳି ଫଟୋଗ୍ରାଫ ଓ ସେଲଫି ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାଯିବା ସହିତ ଏନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ସବୁ ଡିଏଫଓଙ୍କୁ ଚିଠି ଲେଖି ଜଣାଇଥିଲେ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ । ତଥାପି ବାରମ୍ବାର ଘଟୁଛି ଏଭଳି ଘଟଣା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.