Below header

ନୋଟା ନିୟମ ବଦଳାଇବା ନେଇ ECIକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୋଟା ହେଉଛି କୌଣସି ପ୍ରର୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରିବା ଜଣେ ଭୋଟରଙ୍କ ଅଧିକାର । ରାଜନୈତିକ ଦଳଙ୍କୁ ଭଲ ପ୍ରାର୍ଥୀ ଦେବା ପାଇଁ ଏହା ଏକ ନୈତିକ ଚାପ। ତେଣୁ ଭୋଟରଙ୍କ ହାତରେ ନୋଟା ଏକ ଅସ୍ତ୍ର ।

ଆମ ଦେଶରେ ଅଧିକାଂଶ ଭୋଟର କୌଣସି ନା କୌଣସି ଦଳ ସହ ସଂପୃକ୍ତ କିମ୍ବା ଦଳ ସପକ୍ଷରେ ଥାନ୍ତି । ସେହି ଅନୁସାରେ ସେମାନେ ପ୍ରାର୍ଥୀ ଅପେକ୍ଷା ଦଳକୁ ଦେଖି ଭୋଟ୍‌ ଦିଅନ୍ତି । କିଛି ନିଜ ବିବେକ ଅନୁଯାୟୀ କିମ୍ବା ସମ୍ପର୍କ ହେତୁ ପ୍ରାର୍ଥୀଙ୍କୁ ଦେଖି ମତଦାନ କରନ୍ତି ।

ଅନେକ ଲୋକ ନିର୍ବାଚନରେ ଆଗ୍ରହୀ ନଥାନ୍ତି କି ସେମାନେ ଭୋଟ୍‌ ଦିଅନ୍ତି ନାହିଁ । ତେବେ ନୋଟା ଆରମ୍ଭ ହେବା ପରେ ଆଉ କିଛି ଲୋକ ନିର୍ବାଚନରେ ଆଗ୍ରହୀ ଥିଲେ ମଧ୍ୟ ଉପଯୁକ୍ତ ପ୍ରାର୍ଥୀଙ୍କର ଅଭାବ ରହିଥିବା କଥା ସ୍ପଷ୍ଟ ଭାବେ ଜଣାଇ ଦେଉଛନ୍ତି ଇଭିଏମ୍‌ ଜରିଆରେ । ତେବେ ଏତେ ସଂଖ୍ୟକ ଲୋକ କାହିଁକି ନୋଟା ବଟନ୍‌ ଚିପୁଛନ୍ତି ? କେବଳ ପ୍ରାର୍ଥୀ ପସନ୍ଦ ନୁହନ୍ତି ବୋଲି ନୁହେଁ, କେଉଁ ପ୍ରାର୍ଥୀକୁ ହରାଇବାକୁ ଥିଲେ ମଧ୍ୟ ଲୋକେ ନୋଟାରେ ଭୋଟ୍‌ ଦେଉଥିବା ସମୀକ୍ଷାରୁ ଜଣାପଡ଼ିଥିଲା ।

ଯଦି କୌଣସି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କ ଠାରୁ ନୋଟାରେ ଅଧିକ ଭୋଟ ପଡେ ତେବେ କଣ ହେବ ? ନୋଟା ନିୟମ ବଦଳାଇବା ନେଇ ଜଣେ ଆବେଦନକାରୀଙ୍କ ମାମଲାର ଶୁଣାଣି କରି ଇସିଆଇଙ୍କୁ ନୋଟିସ୍ ଦେଇଛନ୍ତି ସୁପ୍ରିମକୋର୍ଟ । ନୋଟାକୁ ଅଧିକ ଭୋଟ ମିଳିଲେ ସେହି ନିର୍ବାଚନମଣ୍ଡଳୀରେ ଫଳାଫଳକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଶିବ ଖେରା ନାମକ ଜଣେ ଲେଖକ ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ କରିଥିଲେ ।

ସେ ଆବେଦନରେ ଦର୍ଶାଇଥିଲେ ଯେ, ନୋଟା ହେଉଛି କୌଣସି ପ୍ରର୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରିବା ଜଣେ ଭୋଟରଙ୍କ ଅଧିକାର । ରାଜନୈତିକ ଦଳଙ୍କୁ ଭଲ ପ୍ରାର୍ଥୀ ଦେବା ପାଇଁ ଏହା ଏକ ନୈତିକ ଚାପ । ତେଣୁ ଭୋଟରଙ୍କ ହାତରେ ନୋଟା ଏକ ଅସ୍ତ୍ର । ନୋଟାରେ ଅଧିକ ଭୋଟ ପଡ଼ିଲେ ସେହି ନିର୍ବାଚନମଣ୍ଡଳୀରେ ନିର୍ବାଚନକୁ ରଦ୍ଦ କରିବା ସହ ସାନି ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ପିଆଇଏଲରେ ଆବେଦନ କରାଯାଇଥିଲା । ଏହାର ଶୁଣାଣି କରି ନିର୍ବାଚନ କମିଶନଙ୍କୁ ନୋଟିସ ଦେଇଛନ୍ତି ସୁପ୍ରିମକୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.