Below header

ଶସ୍ତାରେ ଆଣନ୍ତୁ ଏହି ମିନି ଫ୍ରିଜ୍‌, ମିଳିବ ବଢ଼ିଆ ଫାଇଦା

ସ୍ଥାନ ଅଭାବରୁ ଆପଣ ବଡ଼ ଫ୍ରିଜ୍‌ କିଣି ପାରୁ ନାହାନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏପରି ଫ୍ରିଜ୍‌ ବିଷୟରେ କହିବାକୁ ଯାଉଛୁ ଯାହା କମ୍ ସ୍ଥାନରେ ବି ଫିଟ୍ ହୋଇପାରିବ ଏବଂ ଏହାର ଫିଚର ମଧ୍ୟ ବଢ଼ିଆ ହେବ ।

ଯଦି ଆପଣଙ୍କ ଘରେ କମ୍ ସ୍ଥାନ ଅଛି ଏବଂ ଆପଣ ବଡ଼ ଫ୍ରିଜ୍‌ କିଣିବାକୁ ଚାହୁଁଛନ୍ତି, ଯାହା ସହଜରେ ରୋଷେଇ ଘରେ ଫିଟ୍ ହୋଇପାରିବ । କିନ୍ତୁ ସ୍ଥାନ ଅଭାବରୁ ଆପଣ ବଡ଼ ଫ୍ରିଜ୍‌ କିଣି ପାରୁ ନାହାନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏପରି ଫ୍ରିଜ୍‌ ବିଷୟରେ କହିବାକୁ ଯାଉଛୁ ଯାହା କମ୍ ସ୍ଥାନରେ ବି ଫିଟ୍ ହୋଇପାରିବ ଏବଂ ଏହାର ଫିଚର ମଧ୍ୟ ବଢ଼ିଆ ହେବ । ଯାହା ଆପଣଙ୍କ ବଜେଟ ପାଇଁ ବେଷ୍ଟ ହେବ ।

LG ମିନି ଫ୍ରିଜ୍‌ :
୪୩ ଲିଟର ଷ୍ଟୋରେଜ୍ ସହିତ LG ର ଏହି ସିଙ୍ଗଲ୍‌ ଡୋର ରେଫ୍ରିଜରେଟର ଆପଣଙ୍କ ପାଇଁ ବଢ଼ିଆ ହେବ । ଏହି ଫ୍ରିଜ ସେହି ଲୋକମାନଙ୍କ ପାଇଁ ବେଷ୍ଟ ହେବ ଯେଉଁମାନଙ୍କ ଘରେ ଜାଗାର ଅଭାବ ଥିବ, କାରଣ ଏହାର ଡିଜାଇନ୍ ବହୁତ ପୋର୍ଟେବଲ୍ ଏବଂ ଏହା ପାଓ୍ଵାରଫୁଲ୍‌ କୁଲିଂ ମଧ୍ୟ ଦେଇଥାଏ । ଏହା 4 ଷ୍ଟାର୍ ରେଫ୍ରିଜରେଟର । ତେଣୁ ଏହି ରେଫ୍ରିଜରେଟର ଆପଣଙ୍କ ଘରର ବିଦ୍ୟୁତ୍ ବିଲ୍ ବଢ଼ାଇବ ନାହିଁ । ଗ୍ରାହକମାନେ ଏହାକୁ ମାତ୍ର ୯,୯୯୦ ଟଙ୍କାରେ କିଣିପାରିବେ ।

Kelvinator ମିନି ରେଫ୍ରିଜରେଟର :

Kelvinatorର ଏହି ମିନି ରେଫ୍ରିଜରେଟର ୪୫ ଲିଟର ଷ୍ଟୋରେଜ୍‌ ସହିତ ଆସିଥାଏ, ଯାହାର ଅର୍ଥ ହେଉଛି ଆପଣ ଏଥିରେ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ଷ୍ଟୋର କରି ରଖିପାରିବେ । ଏହାର ଆକାର ମଧ୍ୟ ଛୋଟ, ତେଣୁ ଏହି ରେଫ୍ରିଜରେଟରଟି ସହଜରେ ଯେକୌଣସି ସ୍ଥାନରେ ଫିଟ୍ ହୋଇପାରିବ । ଏହି ରେଫ୍ରିଜରେଟରକୁ ୯,୯୯୦ ଟଙ୍କାରେ ଆପଣମାନେ କିଣିପାରିବେ ।

Godrej L କ୍ୟୁବ୍ ବାର୍ ଫ୍ରିଜ୍ :
Godrejର ୩୦ ଲିଟର L କ୍ୟୁବ୍ ବାର୍ ଫ୍ରିଜର ଷ୍ଟୋରେଜ୍‌ ୩୦ ଲିଟର ଏବଂ ସାଧାରଣ ରେଫ୍ରିଜରେଟର ଅପେକ୍ଷା ଏହା ବହୁତ ଛୋଟ । Godrejର ଏହି ରେଫ୍ରିଜରେଟରଟି ବହୁତ ବଢ଼ିଆ ରହିଛି ତେଣୁ ୟୁଜରମାନେ ଏଥିରେ ଅନେକ ଖାଦ୍ୟ ସାମଗ୍ରୀ ଷ୍ଟୋର କରିପାରିବେ । ଯଦି ଆମେ ଦାମ୍‌ ବିଷୟରେ କହିବା ଗ୍ରାହକମାନେ ଏହାକୁ ମାତ୍ର ୭,୭୯୦ ଟଙ୍କାରେ କିଣି ପାରିବେ ।

Croma ରେଫ୍ରିଜରେଟର :

Cromaର ଏହି ଫ୍ରିଜ ୫୦ ଲିଟର ଷ୍ଟୋରେଜ୍‌ ସହିତ ଆସିଥାଏ । ଏହା ଏକ ୨ ଷ୍ଟାର୍ ରେଫ୍ରିଜରେଟର, ଯାହା ବହୁତ ଭଲ ଥଣ୍ଡା ପ୍ରଦାନ କରିଥାଏ ଏବଂ ଏହାର ଡିଜାଇନ୍ ମଧ୍ୟ ପୋର୍ଟେବଲ୍ ଅଛି । ଏହି ରେଫ୍ରିଜରେଟରକୁ ମାତ୍ର ୯,୪୯୦ ଟଙ୍କାରେ କିଣି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.