ଆଉ ନାହାନ୍ତି ବିଶିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ସଚ୍ଚି ଦାସ: ପୈତୃକ ଗାଁ ଶ୍ମଶାନରେ ହେଲା ଶେଷକୃତ୍ୟ

ଆରପାରିରେ ବିଶିଷ୍ଠ ଅଭିନେତା, ନିର୍ଦ୍ଦେଶକ ସଚ୍ଚି ଦାସ । ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ ଜଗତର ପ୍ରଖ୍ୟାତ ଅଭିନେତା ଓ ଯାତ୍ରା ଜଗତର କିମ୍ବଦନ୍ତୀ ନିର୍ଦ୍ଦେଶକ ସଚ୍ଚି ଦାସଙ୍କର ଗତ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା ।

ଯାଜପୁର ଟାଉନ(କେନ୍ୟୁଜ): ଆରପାରିରେ ବିଶିଷ୍ଠ ଅଭିନେତା, ନିର୍ଦ୍ଦେଶକ ସଚ୍ଚି ଦାସ । ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ ଜଗତର ପ୍ରଖ୍ୟାତ ଅଭିନେତା ଓ ଯାତ୍ରା ଜଗତର କିମ୍ବଦନ୍ତୀ ନିର୍ଦ୍ଦେଶକ ସଚ୍ଚି ଦାସଙ୍କର ଗତ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ଏହି ଖବର ଜଣା ପଡିବା ପରେ ତାଙ୍କ ଜନ୍ମସ୍ଥାନ ଯାଜପୁର ବରୀ ସହିତ ସମଗ୍ର ରାଜ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି ।

ବିଶେଷ କରି ରାଜ୍ୟର ସମସ୍ତ କଳାକାର ଓ ଅଗଣିତ ଦର୍ଶକଙ୍କୁ ଏହି ଖବର ବ୍ୟଥିତ କରିଛି । ଏକ ଜମିଦାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ପିଲା ବେଳୁ କଳା ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଥିଲା । ବୟସ ବଢ଼ିବା ସହିତ ସେ କଳା ଜଗତରେ ନିଜକୁ ବେଶ ପ୍ରତିଷ୍ଠିତ କରିଥିଲେ । ରାଜ୍ୟର କଳାକାରଙ୍କ ମଧ୍ୟରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧା ଓ ସମ୍ମାନ ରହିଥିଲା ।

ସେ ବିଭିନ୍ନ ଚଳଚ୍ଚିତ୍ର, ମେଗା ଧାରାବାହିକରେ ଅଭିନୟ କରିବା ସହିତ ଜଣେ ନିର୍ଦ୍ଦେଶକ ଭାବେ ମଧ୍ୟ ବେଶ ସୁନାମ ଅର୍ଜନ କରିଥିଲେ । ବିଶେଷ କରି ଯାତ୍ରା ଜଗତରେ ଜଣେ ନିର୍ଦେଶ ଭାବେ ସେ ବେଶ ସୁନାମ ଓ ଲୋକପ୍ରିୟତା ଅର୍ଜନ କରିଥିଲେ ।

ତାଙ୍କ ନିର୍ଦ୍ଦେଶନାରେ ଅନେକ ଯାତ୍ରା ବିଶେଷ ଲୋକପ୍ରିୟ ହୋଇ ପ୍ରଶଂସା ସାଉଁଟିଥିଲା ବେଳେ ତାଙ୍କ ନିର୍ଦ୍ଦେଶନାରେ ଶାଗୁଣା ବସିଛି ଡେଣା ମେଲାଇ ନାଟକ ବେଶ ସଫଳ ଓ ଲୋକପ୍ରିୟ ହୋଇଥିଲା । କଟକରୁ ତାଙ୍କ ମର ଶରୀର ବରୀ ଆନନ୍ଦପୁର ସ୍ଥିତ ବାସ ଭବନକୁ ଅଣାଯାଇ ନିଜ ପୈତୃକ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.