Below header

ଓଡ଼ିଶାରେ ବିଜେପି ଆଉ ବିଜେଡିର ବାହାଘର ହୋଇଛି : ରାହୁଲ ଗାନ୍ଧୀ

ସାଲେପୁର ନ୍ୟାୟ ସମାବେଶରେ BJP-BJD ବାହାଘର କଥା ଉଠାଇଥିଲେ ରାହୁଲ। କହିଲେ ଏବେ ଓଡ଼ିଶାରେ ବିଜେପି ଆଉ ବିଜେଡିର ବାହାଘର ହୋଇଛି । ତେଲଙ୍ଗାନାରେ BRS-BJP ଭଳି ଓଡ଼ିଶାରେ BJP-BJD ବାହାଘର ହୋଇଥିବା ରାହୁଲ ଅଭିଯୋଗ କରିଛନ୍ତି । ତେଣୁ କଂଗ୍ରେସକୁ ଭୋଟ ଦେବାକୁ ସେ ଭୋଟରଙ୍କୁ ଅନୁରୋଧ କରିଛନ୍ତି ।

କଟକ(କେନ୍ୟୁଜ୍‌): ସାଲେପୁର ନ୍ୟାୟ ସମାବେଶରେ BJP-BJD ବାହାଘର କଥା ଉଠାଇଥିଲେ ରାହୁଲ। କହିଲେ ଏବେ ଓଡ଼ିଶାରେ ବିଜେପି ଆଉ ବିଜେଡିର ବାହାଘର ହୋଇଛି । ତେଲଙ୍ଗାନାରେ BRS-BJP ଭଳି ଓଡ଼ିଶାରେ BJP-BJD ବାହାଘର ହୋଇଥିବା ରାହୁଲ ଅଭିଯୋଗ କରିଛନ୍ତି । ତେଣୁ କଂଗ୍ରେସକୁ ଭୋଟ ଦେବାକୁ ସେ ଭୋଟରଙ୍କୁ ଅନୁରୋଧ କରିଛନ୍ତି ।

ସେପଟେ ସାଲେପୁରରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଦେଇଛନ୍ତି ବଡ଼ ପ୍ରତିଶ୍ରୁତି । କ୍ଷମତାକୁ ଆସିଲେ ରାଜ୍ୟବାସୀଙ୍କ ପାଇଁ ୫ ପ୍ରତିଶ୍ରୁତିର ଘୋଷଣା କରିଛନ୍ତି । ମହିଳାଙ୍କୁ ମାସିକ ୨ହଜାର ଟଙ୍କା, ଯୁବକ ଓ କୃଷକ ମାନଙ୍କୁ ୩ହଜାର ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ। ସେହିପରି ମାସିକ ୨ଶହ ୟୁନିଟ ପର୍ଯ୍ୟନ୍ତ ବିଜୁଳି ପ୍ରଦାନ ମାଗଣାରେ ପ୍ରଦାନ କରାଯିବ। ଗ୍ୟାସ ସିଲିଣ୍ଡର ୫ଶହ ଟଙ୍କାରେ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ଗାନ୍ଧି।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୩ହଜାର ଟଙ୍କା କରାଯିବ ବୋଲି କହିଛନ୍ତି। ସାଲେପୁରର କୁଳିଆ ନ୍ୟାୟ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସରକାର ବିରୋଧରେ ବର୍ଷିଛନ୍ତି। ୨ଜଣଙ୍କୁ ମୋଦି ସରକାର ୧୬ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି। କେନ୍ଦ୍ରରେ କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତି ଗରିବ ପରିବାରର ଜଣେ ମହିଳାଙ୍କୁ ଚୟନ କରାଯାଇ ବର୍ଷକୁ ଏକଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ରାହୁଲ। ସେହିପରି ପେହଲି ନୌକରୀ ପକ୍କି ଯୋଜନାରେ ସମସ୍ତଙ୍କୁ ଚାକିରି ପ୍ରଦାନ କରାଯିବ ବୋଲି କହିଛନ୍ତି ରାହୁଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.