Below header

ଆଇପିଏଲରେ ପ୍ରଥମ ଅର୍ଦ୍ଧଶତକ ମାରିବା ପରେ ସାଲ୍ୟୁଟ ସେଲିବ୍ରେସନ କଲେ ଧ୍ରୁବ ଜୁରେଲ

ଧ୍ରୁବ ବାପାଙ୍କ କଥାରେ ରାଞ୍ଚି ଟେଷ୍ଟରେ ବଡ ଇନିଂସ ଖେଳିଥିଲେ । ଆଉ ଏହାକୁ ସାଲ୍ୟୁଟ ମାରି ସେଲିବ୍ରେସନ କରିଥିଲେ । ଏଥର ଆଇପିଏଲରେ ମଧ୍ୟ ଲକ୍ଷ୍ନୌ ସୁପରଜିଆଣ୍ଟସ ବିପକ୍ଷରେ ଅର୍ଦ୍ଧଶତକ ମାରି ବାପାଙ୍କୁ ସାଲ୍ୟୁଟ ମାରିଛନ୍ତି ।

ଆଇପିଏଲ୍‌ ୧୭ତମ ସିଜିନରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ କମାଲ୍‌ କରିଛନ୍ତି ଧ୍ରୁବ ଜୁରେଲ । ଧ୍ରୁବ ଏହି ମ୍ୟାଚରେ ଅର୍ଦ୍ଧଶତକ ମାରିଥିବା ବେଳେ ରାଜସ୍ଥାନ ରୟାଲ୍ସ ମଧ୍ୟ ମ୍ୟାଚ ଜିତିଯାଇଛି । ଆଉ ଧ୍ରୁବ ଆଇପିଏଲରେ ପ୍ରଥମ ଅର୍ଦ୍ଧଶତକ ମାରିବା ପରେ ବାପାଙ୍କୁ ସାଲ୍ୟୁଟ ମାରିଛନ୍ତି ।

ଧ୍ରୁବ ଜୁରେଲଙ୍କ ସାଲ୍ୟୁଟ ସେଲିବ୍ରେସନ ପ୍ରଥମ ଥର ପାଇଁ ଆଇପିଏଲ ୨୦୨୪ ଆରମ୍ଭ ହେବା ପୂର୍ବରୁ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରେ ଦେଖିବାକୁ ମିଳିଥିଲା । ସେତେବେଳେ ଧ୍ରୁବ ବାପାଙ୍କ କଥାରେ ରାଞ୍ଚି ଟେଷ୍ଟରେ ବଡ ଇନିଂସ ଖେଳିଥିଲେ । ଆଉ ଏହାକୁ ସାଲ୍ୟୁଟ ମାରି ସେଲିବ୍ରେସନ କରିଥିଲେ । ଏଥର ଆଇପିଏଲରେ ମଧ୍ୟ ଲକ୍ଷ୍ନୌ ସୁପରଜିଆଣ୍ଟସ ବିପକ୍ଷରେ ଅର୍ଦ୍ଧଶତକ ମାରି ବାପାଙ୍କୁ ସାଲ୍ୟୁଟ ମାରିଛନ୍ତି । ଯାହାର ଭିଡିଓ ଭାଇରଲ ହେଉଛି ।

ରାଜସ୍ଥାନ ରୟାଲ୍ସ ତରଫରୁ ଖେଳୁଥିବା ଧ୍ରୁବ ଆଇପିଏଲ ୨୦୨୪ରେ ଲକ୍ଷ୍ନୌ ସୁପରଜିଆଣ୍ଟସ ତରଫରୁ ୩୪ ବଲରେ ୫୨ ରନ କରିଛନ୍ତି । ଯାହା ତାଙ୍କ ଆଇପିଏଲ କ୍ୟାରିଅରର ପ୍ରଥମ ଅର୍ଦ୍ଧଶତକ । ଆଉ ଅର୍ଦ୍ଧଶତକ ମାରିବା ପରେ ଧ୍ରୁବଙ୍କୁ ପୁରା ପରିବାର ହସଖୁସିରେ ଦେଖାହେବା ପାଇଁ ପଡିଆକୁ ଚାଲିଆସିଥିଲେ ।

ଧ୍ରୁବ ନିଜର ଅର୍ଦ୍ଧଶତକ ପୂରଣ କରିବା ପରେ ସେଠାରେ ସାଲ୍ୟୁଟ ମାରି ଉତ୍ସବ ମନାଇଥିଲେ । ଟେଷ୍ଟରେ ଡେବ୍ୟୁ କରିଥିବା ଧ୍ରୁବ ନିଜର ଅର୍ଦ୍ଧଶତକ ବାପାଙ୍କ ପାଇଁ ଉର୍ତ୍ସଗୀକୃତ କରିଦେଇଛନ୍ତି । ୧୯୯୯ ମସିହାରେ ଧ୍ରୁବଙ୍କ ବାପା ନେମ୍ ଚନ୍ଦ କାର୍ଗିଲ ଯୁଦ୍ଧ ଲଢ଼ିଥିଲେ । ଏହା ପରେ ଧ୍ରୁବଙ୍କୁ ଭାରତୀୟ ଟିମର ଅଂଶ ହେବା ପାଇଁ ଅନେକ ସଂଘର୍ଷର ସାମ୍ନା କରିବାକୁ ପଡ଼ିଥିଲା । ରାଜସ୍ଥାନ ରୟାଲ୍ସ କ୍ୟାମ୍ପରେ ଯୋଗ ଦେବା ବେଳେ ମଧ୍ୟ ଧ୍ରୁବଙ୍କୁ ସାଲ୍ୟୁଟ ମାରି ସ୍ୱାଗତ କରାଯାଇଥିଲା ।  ଧ୍ରୁବ ଏକ ଦାମୀ କାରରୁ ଓହ୍ଲାଇବା ପରେ ହୋଟେଲରେ ତାଙ୍କୁ ତିଳକ ଲଗାଇ ସ୍ୱାଗତ କରାଯାଇଥିଲା । ଏହାପରେ ରାଜସ୍ଥାନ ରୟାଲ୍ସ ଟିମର ଫ୍ୟାନ୍ସ ତାଙ୍କୁ  ସାଲ୍ୟୁଟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.