Below header

ସମୁଦ୍ର କୂଳକୁ ସଫା କଲେ ୩୦ରୁ ଉର୍ଦ୍ଧ୍ୱ ବାଇକ୍‌ ରାଇଡର, ସମାଜକୁ ଦେଲେ ପରିବେଶ ସୁରକ୍ଷାର ବାର୍ତ୍ତା

ଚଲୋ ଓଡ଼ିଶା ସଂଗଠନର ଏହି ଟିମ୍‌ ଓଡ଼ିଶାର ବିଭିନ୍ନ ସମୁଦ୍ର କୂଳକୁ ବାଇକ୍‌ ରାଇଡିଂ କରି ସେଠାରେ ପହଞ୍ଚି ସମୁଦ୍ର କୂଳକୁ ପରିଷ୍କାର କରିଛନ୍ତି । ଏହି ସଂଗଠନର ୩୦ରୁ ଉର୍ଦ୍ଧ୍ୱ ବାଇକ୍‌ ରାଇଡର ଅସ୍ତରଙ୍ଗ ସମୁଦ୍ର କୂଳରେ ପହଞ୍ଚି ସମୁଦ୍ର କୂଳକୁ ସଫେଇ କରିଛନ୍ତି।

ଅସ୍ତରଙ୍ଗ(କେନ୍ୟୁଜ) :ଆଧୁନିକ ସମାଜରେ ଯୁବପିଢିଙ୍କ ମଧ୍ୟରେ ଅନେକ ସଉକ ଏବଂ ନିଶା ଦେଖିବାକୁ ମିଳିଥାଏ , ସେଥିମଧ୍ୟରୁ ବାଇକ୍‌ ରାଇଡିଂ ହେଉଛି ଏକ ଭିନ୍ନ ସଉକ ଏବଂ ନିଶା । ଆଜିର ଯୁବପିଢି ଏହି ସଉକକୁ ପୂରଣ କରିବାପାଇଁ ବାଇକ୍‌ ରାଇଡିଂ କରି ହଜାର ହଜାର କିଲୋମିଟର ରାସ୍ତା କୁ ଅତିକ୍ରମ କରୁଛନ୍ତି । ଅନେକ ଯୁବପିଢୀ ବାଇକ୍‌ ରାଇଡିଂ କରି ସାରା ଭାରତ ପରିଭ୍ରମଣ କରିବା ସହିତ ଦେଶ ବିଦେଶକୁ ମଧ୍ୟ ଯାଇ ସାରିଲେଣି ।

ଏହି ବାଇକ୍‌ ରାଇଡିଂର ଏକ ସଂଗଠନ ହେଉଛି ଚଲୋ ଓଡ଼ିଶା ସଂଗଠନ ,ଏହି ସଂଗଠନରେ ଓଡ଼ିଶା ଏବଂ ଓଡ଼ିଶା ବାହାରର ବାଇକ୍‌ ରାଇଡରମାନେ ସାମିଲ ହୋଇଛନ୍ତି । ଚଲୋ ଓଡ଼ିଶା ସଂଗଠନର ଏହି ଟିମ୍‌ ଓଡ଼ିଶାର ବିଭିନ୍ନ ସମୁଦ୍ର କୂଳକୁ ବାଇକ୍‌ ରାଇଡିଂ କରି ସେଠାରେ ପହଞ୍ଚି ସମୁଦ୍ର କୂଳକୁ ପରିଷ୍କାର କରିଛନ୍ତି । ଏହି ସଂଗଠନର ୩୦ରୁ ଉର୍ଦ୍ଧ୍ୱ ବାଇକ୍‌ ରାଇଡର ଅସ୍ତରଙ୍ଗ ସମୁଦ୍ର କୂଳରେ ପହଞ୍ଚି ସମୁଦ୍ର କୂଳକୁ ସଫେଇ କରିଛନ୍ତି।

ଚଲୋ ଓଡ଼ିଶା ସଂଗଠନର ଏହି ସଦସ୍ୟମାନେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଏବଂ ସାମୁଦ୍ରିକ ଉପକୂଳକୁ ବାଇକ ଯୋଗେ ଯାଇ ସେଠାରେ ପଡ଼ି ରହିଥିବା ଆବର୍ଜନା ଏବଂ ପ୍ଲାଷ୍ଟିକ ,ପଲିଥିନ କୁ ସଫେଇ କରିଥାନ୍ତି । ଏହି ସଂଗଠନର ସଦସ୍ୟମାନେ ଭୁବନେଶ୍ବର ଠାରୁ ଅସ୍ତରଙ୍ଗ ଯାହାନିଆ ସମୁଦ୍ର କୂଳକୁ ବାଇକ୍‌ ଯୋଗେ ଦୀର୍ଘ ୮୦ କିଲୋମିଟର ରାସ୍ତା ଅତିକ୍ରମ କରି ପହଞ୍ଚିଥିଲେ । ସେଠାରେ ଅସ୍ତରଙ୍ଗ ସମୁଦ୍ର କୂଳରେ ପଡ଼ି ରହିଥିବା ପ୍ଲାଷ୍ଟିକ ବୋତଲ ,ପ୍ଲାଷ୍ଟିକ ବ୍ୟାଗ ,ପଲିଥିନ ଆଦିକୁ ସମୁଦ୍ର କୂଳରୁ ଉଠାଇ ପଲିଥିନ ବ୍ୟାଗରେ ଭର୍ତ୍ତି କରି ସେଗୁଡିକୁ ଡଷ୍ଟବିନରେ ପକାଇଥିଲେ ।

ତେବେ ପର୍ଯ୍ୟଟକମାନେ ବଣଭୋଜି ସରିବା ପରେ ବ୍ୟବହାର କରୁଥିବା ପ୍ଲାଷ୍ଟିକ ବସ୍ତୁଗୁଡିକ ସମୁଦ୍ର କୂଳରେ ପକାଇଥାନ୍ତି ଯାହା ସିଧା ସଳଖ ସମୁଦ୍ର ଜଳରେ ମିଶିଥାଏ । ଫଳରେ ଜଳଚର ପ୍ରାଣୀମାନେ ଏହାକୁ ଆହାର ଭାବରେ ଖାଇଥାନ୍ତି ଏବଂ ମୃତ୍ୟୁ ମୁଖରେ ପଡ଼ନ୍ତି । ଏହା ଦ୍ୱାରା ସିଧାସଳଖ ପରିବେଶ ଉପରେ ମଧ୍ୟ କୁପ୍ରଭାବ ପଡ଼ୁଛି । ପରିବେଶର ସୁରକ୍ଷା ପାଇଁ ଚଲୋ ଓଡ଼ିଶାର ସଦସ୍ୟମାନେ ଏହିଭଳି ଏକ ମହତ କାର୍ଯ୍ୟ ହାତକୁ ନେଇ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.