Below header

୧୮୭ ଟଙ୍କାର ଆଇସ୍‌କ୍ରିମ୍‌ ଡେଲିଭର ନ କରିବା Swiggyକୁ ପଡ଼ିଲା ମହଙ୍ଗା, କମ୍ପାନୀ ଗଣିବ ୫୦୦୦ ଜରିମାନା 

ଆଇସ୍‌କ୍ରିମ୍‌ ଡେଲିଭର ନ କରିବା Swiggyକୁ ପଡ଼ିଲା ମହଙ୍ଗା । ଲୋକପ୍ରିୟ ଫୁଡ୍‌ ଡେଲିଭରି ପ୍ଲାଟଫର୍ମ ସ୍ୱିଗି ଏଥିପାଇଁ ଗଣିବ ୫୦୦୦ ଟଙ୍କା ଜରିମାନା ।

ଆଇସ୍‌କ୍ରିମ୍‌ ଡେଲିଭର ନ କରିବା Swiggyକୁ ପଡ଼ିଲା ମହଙ୍ଗା । ଲୋକପ୍ରିୟ ଫୁଡ୍‌ ଡେଲିଭରି ପ୍ଲାଟଫର୍ମ ସ୍ୱିଗି ଏଥିପାଇଁ ଗଣିବ ୫୦୦୦ ଟଙ୍କା ଜରିମାନା । ପ୍ରକୃତରେ, ୩୦୦୦ ଟଙ୍କା ଜରିମାନା ସହ ଆଇନଗତ ଫି’ ହିସାବରେ ଗ୍ରାହକଙ୍କୁ ୨୦୦୦ ଟଙ୍କା ଫେରସ୍ତ କରିବାକୁ କଞ୍ଜ୍ୟୁମର କୋର୍ଟ ସ୍ୱିଗିକୁ ନିର୍ଦ୍ଦେଶ ଦେଇଛନ୍ତି ।

ମିଡିଆ ରିପୋର୍ଟ ମୁତାବକ, ବେଙ୍ଗାଲୁରୁସ୍ଥିତ କଞ୍ଜ୍ୟୁମର କୋର୍ଟ ସ୍ୱିଗିକୁ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ଏହା ସହିତ ଗ୍ରାହକଙ୍କୁ ଆଇସ୍‌କ୍ରିମ୍‌ ମୂଲ୍ୟ ୧୮୭ ଟଙ୍କା ମଧ୍ୟ ରିଫଣ୍ଡ୍‌ କରିବାକୁ କୋର୍ଟ କହିଛନ୍ତି । ଆସନ୍ତୁ ଜାଣିବା ପୂରା ଘଟଣା କ’ଣ ରହିଛି ।

୨୦୨୩ ଜାନୁୟାରୀରେ ଜଣେ ଗ୍ରାହକ ସ୍ୱିଗି ଆପ୍ ବ୍ୟବହାର କରି ଏକ ଆଇସ୍‌କ୍ରିମ୍‌ ଅର୍ଡର କରିଥିଲେ । ଏହି ଆଇସକ୍ରିମର ନାମ ଥିଲା ‘Nutty Death by Chocolate’, ଯାହାର ମୂଲ୍ୟ ଥିଲା ୧୮୭ ଟଙ୍କା । ଗ୍ରାହକ କହିଥିଲେ କି, ତାଙ୍କୁ ଆଇସକ୍ରିମ ଡେଲିଭର ହୋଇ ନ ଥିବାବେଳେ ଆପ୍‌ରେ ଡେଲିଭର୍ଡ ଷ୍ଟାଟସ୍‌ ଆସିବାକୁ ଲାଗିଥିଲା ।

ଅଭିଯୋଗ ମୁତାବକ, ଡେଲିଭରି ଏଜେଣ୍ଟ ଆଇସକ୍ରିମ ଦୋକାନରୁ ଆଇସକ୍ରିମ ଆଣିଥିଲେ ସତ, କିନ୍ତୁ ତାହାକୁ ଡେଲିଭର କରି ନ ଥିଲେ । କିନ୍ତୁ ଆପ୍‌ରେ ବିନା ଡେଲିଭରିରେ ଡେଲିଭର୍ଡ ଷ୍ଟାଟସ୍‌ ଆସିବାକୁ ଲାଗିଥିଲା । ଅଭିଯୋଗକାରୀ ଏହି ସମସ୍ୟାକୁ ସ୍ୱିଗି ସହିତ ସେୟାର କରିଥିଲେ । ହେଲେ ଆପ୍ ଏହା ଉପରେ କୌଣସି ରିଫଣ୍ଡ୍‌ ଫେରସ୍ତ କରି ନ ଥିଲା, ଯାହାପରେ ଅଭିଯୋଗକାରୀ କଞ୍ଜ୍ୟୁମର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ସ୍ୱିଗି କହିଛି ଯେ ଏହା କେବଳ ଗ୍ରାହକ ଏବଂ ରେଷ୍ଟୁରାଣ୍ଟ ମଧ୍ୟରେ ମାମଲା । ଡେଲିଭରି ଏଜେଣ୍ଟଙ୍କ ଭୁଲ ପାଇଁ ସ୍ୱିଗିକୁ ଦାୟୀ କରାଯାଇପାରିବ ନାହିଁ । କମ୍ପାନୀ କହିଛି, ଅର୍ଡର ଡେଲିଭର ହୋଇଛି କି ନାହିଁ, ସେମାନେ ତାହା ଯାଞ୍ଚ କରିପାରିବେ ନାହିଁ । କାରଣ, ଆପ୍‌ରେ ଡେଲିଭର୍ଡ ଷ୍ଟାଟସ୍‌ ଦେଖାଯାଇଛି । ସେପଟେ ଖାଉଟି ଅଦାଲତ କହିଛନ୍ତି ଯେ ସ୍ୱିଗି ବିରୋଧରେ ସେବାରେ ଅଭାବ ଏବଂ ଅନୈତିକ ବ୍ୟବସାୟ ପ୍ରଥାର ଅଭିଯୋଗ ପ୍ରମାଣିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.