Below header

୧୦୭ ବର୍ଷରେ ଭୋଟ୍‌ ଦେବେ ହାଡୁ ଅଜା

ବହୁତ ଜଙ୍ଗଲ ବଡ ଅତିକ୍ରମ କରିବା ପରେ ଆମେ ଶେଷରେ ପହଁଚିଥିଲୁ ଗୋଟେ ଗାଁରେ । କାହିଁକିନା ଉକ୍ତ ଗାଁ ବିଷୟରେ ଆମେ ବହୁତ ଶୁଣିଥିଲୁ ।

ଭଞ୍ଜନଗର (କେନ୍ୟୁଜ) : ବହୁତ ଜଙ୍ଗଲ ବଡ ଅତିକ୍ରମ କରିବା ପରେ ଆମେ ଶେଷରେ ପହଁଚିଥିଲୁ ଗୋଟେ ଗାଁରେ । କାହିଁକିନା ଉକ୍ତ ଗାଁ ବିଷୟରେ ଆମେ ବହୁତ ଶୁଣିଥିଲୁ । ବର୍ତ୍ତମାନ ନିର୍ବାଚନ ମାହୋଲରେ ଏହି ଗାଁ ତ ଭାରି ଚର୍ଚ୍ଚାରେ ରହିଛି । କାହିଁକିନା ଏହି ଗାଁରେ ଅଛନ୍ତି ଏମିତି ଜଣେ ଭୋଟର ତାଙ୍କ ବୟସ ୧୦୭ ବର୍ଷ । ଏହି ଗାଁର କିଛି ଶତାୟୁ ଭୋଟରଙ୍କୁ ନେଇ ଏତେ ଚର୍ଚ୍ଚା ହେଲା ଯେ ଆମେ ବି ଆଉ ରହିପାରିଲୁନି ପହଁଚିଗଲୁ ଯାଇ ସିଧା ଗାଁରେ ।

ଗାଁରେ ପହଁଚି ଦେଖିଲୁ ଆଗକୁ ନିର୍ବାଚନ ଆସୁଥିବାରୁ ବିଭିନ୍ନ ଦଳର ପ୍ରାର୍ଥୀ ଓ କର୍ମୀ ମାନେ ଯେତିକି ତତ୍ପର, ସେତିକି ଯତ୍ନବାନ ହେଉଛନ୍ତି ସାଧାରଣ ଭୋଟର । ଗୋଟିଏ ପଟେ ଚାଲିଛି ନେତାଙ୍କ ପ୍ରଚାର, ଅନ୍ୟପଟେ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ସାଧାରଣ ଭୋଟର । ଏହିକ୍ରମରେ ଭଂଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର, ରାଜନୈତିକ ପାଣିପାଗ ସରଗରମ ରହିଛି । ଏଠାକାର ଭୋଟର ସଂଖ୍ୟା ୨ ଲକ୍ଷ ୩୮ ହଜାର ୧୧୧ ରହିଥିବା ବେଳେ, ନୂଆଁ ଭୋଟରଙ୍କ ସଂଖ୍ୟା ରହିଛି ୪,୯୦୩ ଏବଂ ୩,୪୦୩ ଜଣ ଭିନ୍ନକ୍ଷମ ଭୋଟର ରହିଛନ୍ତି ।

ବିଶେଷ କରି ନୂଆ ଭୋଟରଙ୍କ ମଧ୍ୟରେ ଯୁବ ଭୋଟରଙ୍କ ସଂଖ୍ୟା ଯେତିକି ଗୁରୁତ୍ୱପୂର୍ଣ୍ଣ ରହିଛି, ସେହି ଅନୁସାରେ ୮୦ ବର୍ଷରୁ ଉର୍ଦ୍ଧ୍ଵ ବୟସର ଭୋଟର ରହିଛନ୍ତି ୪,୧୪୮ ଜଣ । ଏବେ ଏହି ବୟସ୍କ ଭୋଟରଙ୍କ ଉପରେ ସବୁ ଦଳର ପ୍ରାର୍ଥୀଙ୍କ ନଜର ରହିଥିବା ବେଳେ, ହାତଗଣତି କିଛି ଶତାୟୁ ଭୋଟର ମଧ୍ୟ ନିଜ ସାମ୍ବିଧାନିକ ଅଧିକାରକୁ ସାବ୍ୟସ୍ତ କରିବାକୁ ଚାହିଁ ରହିଛନ୍ତି ।

ଭଂଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁଜାଗଡ ପଞ୍ଚାୟତର, ଏମିତି ଜଣେ ଶତାୟୁ ଭୋଟର ହେଉଛନ୍ତି ହାଡୁ ଦଳାଇ । ବୟସ ୧୦୭ ବର୍ଷ। ଆଗରୁ ଅନେକ ଥର ସେ ଭୋଟ ଦେଇଛନ୍ତି । ଏହି ବୟସରେ ପୁଣି ଥରେ ଭୋଟ ଦେବାକୁ ଆଗ୍ରହ ରଖିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.