Below header

ଉମରକୋଟ ଓ ଝରିଗାଁରେ ବିଜେଡିର ପ୍ରଚାର, ୯୦ ପ୍ରତିଶତ ଭୋଟରେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ଅପିଲ କଲେ ପାଣ୍ଡିଆନ

ବିଜେଡିର ଟାର୍ଗେଟ ୯୦ ପ୍ରତିଶତ ଭୋଟ । ୯୦ ପ୍ରତିଶତ ଭୋଟରେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିଜୟୀ କରାଇବାକୁ ଭୋଟରଙ୍କୁ ଅପିଲ କଲେ ପାଣ୍ଡିଆନ ।

ଉମରକୋଟ : ବିଜେଡିର ଟାର୍ଗେଟ ୯୦ ପ୍ରତିଶତ ଭୋଟ । ୯୦ ପ୍ରତିଶତ ଭୋଟରେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିଜୟୀ କରାଇବାକୁ ଭୋଟରଙ୍କୁ ଅପିଲ କଲେ ପାଣ୍ଡିଆନ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜେଡିର ମୁଖ୍ୟ ନିର୍ବାଚନ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ ।

ନବରଙ୍ଗପୁର ଲୋକସଭା ଆସନ ପାଇଁ ପ୍ରଚାର ବେଳେ ନାଁ ନନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି  । ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କୁ, ମା’ ମାନଙ୍କୁ ବହୁ ସୁବିଧା ଦେଉଥିବାରୁ କେନ୍ଦ୍ରମନ୍ତ୍ରୀ କ୍ଷୁବ୍ଧ । ତେଣୁ ସେ ବିଏସକେୱାଇ, ମିଶନ ଶକ୍ତି ଆଦି କାର୍ଯ୍ୟକ୍ରମ ବନ୍ଦ କରିବାକୁ ଷଡଯନ୍ତ୍ର କରୁଛନ୍ତି । ଏପରିକି ମାଆମାନଙ୍କ ଦୁବାଇ ଗସ୍ତ ବନ୍ଦ କରିଦେଲେ । ମାଆମାନଙ୍କୁ ଅପମାନିତ ନକରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ପାଣ୍ଡିଆନ ।

ମାମାନେ ଏହି ଅପମାନର ଜବାବ ଦେବେ ବୋଲି ସେ କହିଛନ୍ତି । କେନ୍ଦ୍ରରେ ୫ ବର୍ଷ ଶିକ୍ଷା ମନ୍ତ୍ରୀ ରହିବା ପରେ ନବରଙ୍ଗପୁର ଅଞ୍ଚଳରେ ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲି ପାରିଲେ ନାହିଁ । କିନ୍ତୁ ଓଡିଶା ସରକାର 5-Tରେ ୮୦୦୦ରୁ ଅଧିକ ହାଇସ୍କୁଲର ରୂପାନ୍ତର କରିଛନ୍ତି ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଜନଜାତିଙ୍କୁ ବହୁତ ଭଲ ପାଆନ୍ତି, ସମ୍ମାନ କରନ୍ତି ।

ଜନଜାତି ଭାଷା ସଂସ୍କୃତି ଓ ପୂଜାସ୍ଥଳୀର ଉନ୍ନତି ପାଇଁ କୋଉ ରାଜ୍ୟ ବି ଚିନ୍ତା କରିନାହିଁ । ଜନଜାତିଙ୍କ କଳା ସଂସ୍କୃତିର ସୁରକ୍ଷା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । ଏଥିରେ ଜନଜାତିଙ୍କ ଭାଷା, କଳା, ସଂସ୍କୃତି, ପୂଜାସ୍ଥଳୀ, ଜାହିରା ଆଦିର ବିକାଶ କରାଯାଉଛି ବୋଲି କହିଛନ୍ତି ପାଣ୍ଡିଆନ । ଏହା ସହ ନିର୍ବାଚନୀ ସଭାରେ ନବରଙ୍ଗପୁର ଆସନରେ ବିକାଶମୂଳକ କାମର ହିସାବ ଦେଇଛନ୍ତି ପାଣ୍ଡିଆନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.