Below header

କୁମ୍ଭୀର ପ୍ରଜନନ ସମୟ, ଆଜିଠାରୁ ୩ ମାସ ବନ୍ଦ ରହିବ ଭିତରକନିକା

ଆଜିଠୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ପାଇଁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଧରି ବନ୍ଦ ରହିବ ଜାତୀୟ ଉଦ୍ୟାନ। ଏହି ସମୟରେ ବଉଳା କୁମ୍ଭୀର ମାନେ ହିଂସ୍ର ହେଉଥିବାରୁ ପର୍ଯ୍ୟଟକ ମାନଙ୍କୁ ଆକ୍ରମଣ କରିବାର ସଂଭାବନା ଥିବାରୁ ବନବିଭାଗ ଭିତରକନିକାକୁ ପର୍ଯ୍ୟଟକ ମାନଙ୍କୁ ବାରଣ କରିଥାଏ ।

ରାଜନଗର (କେନ୍ୟୁଜ): ଆଜିଠୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ପାଇଁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଧରି ବନ୍ଦ ରହିବ ଜାତୀୟ ଉଦ୍ୟାନ। ଏହି ସମୟରେ ବଉଳା କୁମ୍ଭୀର ମାନେ ହିଂସ୍ର ହେଉଥିବାରୁ ପର୍ଯ୍ୟଟକ ମାନଙ୍କୁ ଆକ୍ରମଣ କରିବାର ସଂଭାବନା ଥିବାରୁ ବନବିଭାଗ ଭିତରକନିକାକୁ ପର୍ଯ୍ୟଟକ ମାନଙ୍କୁ ବାରଣ କରିଥାଏ । ଏହି ସମୟରେ କୁମ୍ଭୀର ଆକ୍ରମଣର ସମ୍ଭାବନା ଥିବାରୁ ନଦୀକୂଳିଆ ଗ୍ରାମବାସୀମାନଙ୍କୁ ନଦୀକୁ ଯିବାକୁ ବାରଣ କରିଛି ରାଜନଗର ବନବିଭାଗ ।

କୁମ୍ଭୀରମାନଙ୍କ ପ୍ରଜନନ ପାଇଁ ବନ୍ଦ ରହିବ କୁମ୍ଭୀରମାନଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ବିଶ୍ବ ପ୍ରସିଦ୍ଧ ଭିତରକନିକା । ବିଶ୍ବପ୍ରସିଦ୍ଧ ଜାତୀୟ ଉଦ୍ୟାନ ଆଜିଠାରୁ ଅର୍ଥାତ ମଇ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ୩ମାସ ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକ ଭିତରକନିକା ଜାତୀୟ ଉଦ୍ୟାନକୁ ପ୍ରବେଶ କରିପାରିବେ ନାହିଁ । ଏହି ୩ ମାସ ଭିତରକନିକା ଭିତରେ ବୋଟ୍‌ ଚଳାଚଳ କରିବ ନାହିଁ କାରଣ ବୋଟ ଚଳାଚଳ କରିବା ଦ୍ବାରା କୁମ୍ଭୀରମାନଙ୍କ ମିଳନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ ବୋଲି ଆଶଙ୍କା କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.