Below header

ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା, ଭୀଷଣ ଗ୍ରୀଷ୍ମ ଲହରୀ ନେଇ ୧୧ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

ଡହ ଡହ ଖରା । ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା। ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମଲହରୀ ଜାରି । ୨ଦିନ ଯାଏ ଏଭଳି ସ୍ଥିତି ଲାଗି ରହିବ। ଆଜି ମଧ୍ୟ ବି ଅତ୍ୟଧିକ ଗରମରୁ ନାହିଁ ତ୍ରାହି । ଅତିଭୀଷଣ ଗ୍ରୀଷ୍ମ ଲହରୀ ନେଇ ୧୧ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଓ ଗ୍ରୀଷ୍ମଲହରୀ ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

ଭୁବନେଶ୍ୱର (କେନ୍ୟୁଜ): ଡହ ଡହ ଖରା । ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା। ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମଲହରୀ ଜାରି । ୨ଦିନ ଯାଏ ଏଭଳି ସ୍ଥିତି ଲାଗି ରହିବ। ଆଜି ମଧ୍ୟ ବି ଅତ୍ୟଧିକ ଗରମରୁ ନାହିଁ ତ୍ରାହି । ଅତିଭୀଷଣ ଗ୍ରୀଷ୍ମ ଲହରୀ ନେଇ ୧୧ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଓ ଗ୍ରୀଷ୍ମଲହରୀ ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଆଗାମୀ ୪ରୁ ୫ଦିନ ଯାଏ ଅଧିକାଂଶ ସ୍ଥାନର ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୬ ଡିଗ୍ରୀ ଅଧିକ ରହିବା ସମ୍ଭାବନା ରହିଛି । ଆର୍ଦ୍ରତା ପ୍ରଭାବରେ ଗୁଳୁଗୁଳି ଲାଗି ରହିବ।

ଏପ୍ରିଲରେ ତାତିର ଅଲୋଡ଼ା ରେକର୍ଡ । ଗତକାଲି ବାରିପଦା ରାଜ୍ୟର ପାଲଟିଥିଲା ସବୁଠାରୁ ଉତ୍ତପ୍ତ ସହର। ଦିନର ସର୍ବାଧିକ ତାପମାତ୍ରା ୪୬.୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ସେହିପରି ଗତକାଲି ବାଲେଶ୍ବରର ତାପମାତ୍ରା ୪୬ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ବରର ପାରଦ ୪୫. ୪ ଛୁଇଁଛି। ୧୫ସହରରେ ତାପମାତ୍ରା ୪୪ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି। ପୃଥିବୀର ୧୦ଟି ଉତ୍ତପ୍ତ ସହର ମଧ୍ୟରେ ରାଜ୍ଯର ତିନିଟି ସହର ରହିଛି। ଦ୍ବିତୀୟ ସ୍ଥାନରେ ବାରିପଦା ରହିଥିବା ବେଳେ ବାଲେଶ୍ବର ତୃତୀୟ ଓ ଭୁବନେଶ୍ବର ୧୦ମ ସ୍ଥାନରେ ରହିଛି। ଅସହ୍ୟ ତାତି ଓ ଗରମରେ ରାଜ୍ଯବାସୀ କଲବଲ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.