କେଏଲ ରାହୁଲ ଏବଂ ଋତୁରାଜଙ୍କ ଉପରେ ଜରିମାନା ଲଗାଇଲା ବିସିସିଆଇ, ଜାଣନ୍ତୁ କାହିଁକି

ଲକ୍ଷ୍ନୌ ଟିମ୍‌ ନିର୍ଦ୍ଧାରିତ ସମୟରେ ୨୦ ଓଭର ବୋଲିଂ କରିପାରିନଥିଲା । ଲକ୍ଷ୍ନୌ ନିର୍ଦ୍ଧାରିତ ସମୟ ମଧ୍ୟରେ ୧୯ ଓଭର ବୋଲିଂ କରିପାରିଥିଲା । ସେହିପରି ଚେନ୍ନାଇ ସୁପରକିଙ୍ଗସ ଫିଲ୍ଡିଂ ସେଟ କରିବାରେ ସମୟ ଲଗାଇଥିଲା । ତେଣୁ ନିର୍ଦ୍ଧାରିତ ସମୟ ଅନୁସାରେ ବୋଲିଂ କରିପାରିଥିଲା ।

ଆଇପିଏଲ୍‌ ୨୦୨୪ର ୩୪ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପରକିଙ୍ଗସ ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ । ଏହି ମ୍ୟାଚକୁ ଲକ୍ଷ୍ନୌ ୮ ଓ୍ଵିକେଟରେ ଜିତିନେଇଥିଲା । କିନ୍ତୁ ଏହି ମ୍ୟାଚରେ ଦୁଇଟି ଯାକ ଟିମର ଅଧିନାୟକଙ୍କ ଉପରେ ଜରିମାନା ଲଗାଇଛି ବିସିସିଆଇ । ଲକ୍ଷ୍ନୌ ସୁପର ଜିଆଣ୍ଟସ ଅଧିନାୟକ କେଏଲ ରାହୁଲ ଏବଂ ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କ ଉପରେ ସ୍ଲୋ ଓଭର ରେଟ ପାଇଁ ୧୨-୧୨ ଲକ୍ଷ ଟଙ୍କାର ଜରିମାନା ଲାଗିଛି ।

ଏହି ମ୍ୟାଚରେ ପ୍ରଥମ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ ସୁପରଜିଆଣ୍ଟସ । ହେଲେ ଲକ୍ଷ୍ନୌ ଟିମ୍‌ ନିର୍ଦ୍ଧାରିତ ସମୟରେ ୨୦ ଓଭର ବୋଲିଂ କରିପାରିନଥିଲା । ଲକ୍ଷ୍ନୌ ନିର୍ଦ୍ଧାରିତ ସମୟ ମଧ୍ୟରେ ୧୯ ଓଭର ବୋଲିଂ କରିପାରିଥିଲା । ସେହିପରି ଚେନ୍ନାଇ ସୁପରକିଙ୍ଗସ ଫିଲ୍ଡିଂ ସେଟ କରିବାରେ ସମୟ ଲଗାଇଥିଲା । ତେଣୁ ନିର୍ଦ୍ଧାରିତ ସମୟ ଅନୁସାରେ ବୋଲିଂ କରିପାରିଥିଲା ।

ଖାସ୍‌ ଏଥିପାଇଁ ରାହୁଲ ଏବଂ ଋତୁରାଜଙ୍କୁ ଚଳିତ ସିଜନର ପ୍ରଥମ ଭୁଲ ପାଇଁ ୧୨-୧୨ ଲକ୍ଷ ଟଙ୍କାର ଜରିମାନା ଲାଗିଛି । ବିସିସିଆଇ ଏହି ଜରିମାନା ଲଗାଇଛି । ଏହାପୂର୍ବରୁ ସ୍ଲୋ ଓଭର ରେଟ ପାଇଁ ଶୁବମନ ଗିଲ, ରିଷଭପନ୍ତ, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନଙ୍କ ଉପରେ ଜରିମାନା ଲାଗିସାରିଛି । ରିଷଭ ପନ୍ତଙ୍କ ଉପରେ ୨ ଥର ଏହି ଜରିମାନା ଲାଗିଛି ।

ଆଇପିଏଲ ନିୟମ ଅନୁସାରେ, ଏହି ଭୁଲ ୩ ଥର ହେଲେ ଦଳର ଅଧିନାୟକଙ୍କ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ସହ ଗୋଟିଏ ମ୍ୟାଚ ପାଇଁ ବ୍ୟାନ୍ ଲଗାଯାଇପାରେ । ତେଣୁ ଆଉ ଥରେ ସ୍ଲୋ ଓଭର ରେଟ୍ ବୋଲିଂ ପନ୍ତଙ୍କୁ ଗୋଟିଏ ମ୍ୟାଚରେ ବ୍ୟାନ୍ କରିପାରେ ।

ସୂଚନାଯୋଗ୍ୟ, ଲକ୍ଷ୍ନୌରେ ଖେଳା ଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୭୬ ରନ୍ ସଂଗ୍ରହ କରିଥିଲା ଚେନ୍ନାଇ ସୁପର କିଙ୍ଗସ । ଦଳ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଥିଲା । କିନ୍ତୁ ଜାଡେଜା ୪୦ ବଲରେ ୫୭ ରନ୍ କରିଥିବା ବେଳେ ଧୋନି ୯ ବଲରେ ୨୮ ଏବଂ ଅଲ୍ଲି ୩୦(୨୦) ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଜିଙ୍କ୍ୟ ରାହାଣେ ୩୬(୨୪), ଋତୁରାଜ ଗାଏକ୍ୱାଡ ୧୭(୧୩), ଶିବମ ଦୁବେ ୩(୮), ସମୀର ରିଜଭି ୧(୫) ରନ୍ କରିଥିଲେ।

୧୭୭ ରନର ଟାର୍ଗେଟକୁ ପିଛା କରି ଲକ୍ଷ୍ନୌ ସହଜରେ ବିଜୟ ହାସଲ କରିନେଇ ଥିଲା । ପ୍ରାରମ୍ଭରୁ ଦୁଇ ଓପନର କ୍ୱିଣ୍ଟନ ଡିକକ୍ ଏବଂ କେଏଲ ରାହୁଲ ବିସ୍ଫୋରକ ବ୍ୟାଟିଂ କରିଥିଲେ । ତେଣୁ ଲକ୍ଷ୍ନୌ ମାତ୍ର ୮ ଓ୍ଵିକେଟ ହରାଇ ମ୍ୟାଚକୁ ଜିତିନେଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.