Below header

ଡାଇବେଟିସ୍ ସହ ଅନେକ ରୋଗ ପାଇଁ ଔଷଧ ଭାବେ କାମ କରେ ଅର୍ଜୁନ ଗଛର ଛାଲ, ଏପରି କରନ୍ତୁ ବ୍ୟବହାର

ଅର୍ଜୁନ ଗଛର ଛାଲ ସୁଗର ଏବଂ ବ୍ଲଡ ପ୍ରେସର ରୋଗୀଙ୍କ ପାଇଁ ବିଶେଷ ଉପକାରୀ ବୋଲି ବିବେଚନା କରାଯାଏ । ଅର୍ଜୁନ ଗଛରେ ଅନେକ ପୋଷକ ତତ୍ତ୍ୱ ଏବଂ ଫାଇଟୋକେମିକାଲ୍ ଥାଏ ଯାହା ଏହାକୁ ଅନେକ ଔଷଧୀୟ ଉପଚାରରେ ଗୁରୁତ୍ୱପୂର୍ଣ୍ଣ କରିଥାଏ ।

ଆୟୁର୍ବେଦରେ ଅନେକ ଔଷଧ ଅଛି ଯାହା ସମସ୍ତ ରୋଗ ପାଇଁ ବହୁତ ପ୍ରଭାବଶାଳୀ ଭାବରେ କାମ କରେ । ଏଥିମଧ୍ୟରୁ ଗୋଟିଏ ହେଉଛି ଅର୍ଜୁନ ଗଛ । ଏହି ଗଛର ଛାଲ ସୁଗର ଏବଂ ବ୍ଲଡ ପ୍ରେସର ରୋଗୀଙ୍କ ପାଇଁ ବିଶେଷ ଉପକାରୀ ବୋଲି ବିବେଚନା କରାଯାଏ । ଅର୍ଜୁନ ଗଛରେ ଅନେକ ପୋଷକ ତତ୍ତ୍ୱ ଏବଂ ଫାଇଟୋକେମିକାଲ୍ ଥାଏ ଯାହା ଏହାକୁ ଅନେକ ଔଷଧୀୟ ଉପଚାରରେ ଗୁରୁତ୍ୱପୂର୍ଣ୍ଣ କରିଥାଏ । ଅର୍ଜୁନ ଗଛରେ ଫ୍ଲାଭୋନାଏଡ, ଟେନିନ୍, ଟ୍ରାଇଟରପେନଏଡ ଏବଂ ସାପୋନିନ୍ ପରି ଫାଇଟୋକେମିକାଲ୍ସ ମିଳିଥାଏ । ଏଥିରେ ଅର୍ଜୁନୋଲିକ୍ ଏସିଡ୍, ଗାଲିକ୍ ଏସିଡ୍, ଏଲାଗିକ୍ ଏସିଡ୍ ଭଳି ଅନେକ ଜରୁରୀ ଯୌଗିକ ଥାଏ । ଏହି ସମସ୍ତ ଉପାଦାନଗୁଡିକ ଅର୍ଜୁନ ଛାଲକୁ ଏକ ପ୍ରଭାବଶାଳୀ ଔଷଧ କରିଥାଏ । ତାହେଲେ ଆସନ୍ତୁ ଜାଣିବା ଯେ କେଉଁ ରୋଗରେ ଅର୍ଜୁନ ଗଛ ବ୍ୟବହାର କରାଯାଏ ଏବଂ ଏହାକୁ କିପରି ବ୍ୟବହାର କରାଯିବ ।

ଅର୍ଜୁନ ଗଛର ଛାଲକୁ କିପରି ବ୍ୟବହାର କରିବେ :
ଅର୍ଜୁନ ଗଛର ଛାଲକୁ ବ୍ୟବହାର କରିବା ପାଇଁ ଏହାର ଏକ ପାଉଡର ତିଆରି କରନ୍ତୁ । ବଜାରରେ ଅର୍ଜୁନ ଛାଲ ପାଉଡର ମଧ୍ୟ ଉପଲବ୍ଧ ହେଉଛି । ତେବେ ପ୍ରାୟ ୧୦ ମିଗ୍ରା ଅର୍ଜୁନ ଛାଲ ପାଉଡର ନିଅନ୍ତୁ ଏବଂ ଏହାକୁ ସକାଳେ ଏବଂ ସନ୍ଧ୍ୟାରେ ଖାଆନ୍ତୁ । ଆପଣ ଏହାକୁ ଚା, କ୍ଷୀର କିମ୍ବା କେବଳ ଗରମ ପାଣିରେ ଖାଇପାରିବେ ।

ଜାଣନ୍ତୁ ଯେଉଁ ରୋଗରେ ଅର୍ଜୁନ ଗଛର ଛାଲ ବ୍ୟବହାର କରାଯାଏ :
ଡାଇବେଟିସ୍ : ଡାଇବେଟିସ୍ ପାଇଁ ଆୟୁର୍ବେଦିକ ଔଷଧରେ ଅର୍ଜୁନ ଗଛର ଛାଲ ବ୍ୟବହାର କରାଯାଏ । ଏଥିରେ ଏପରି ଉପାଦାନ ଥାଏ ଯାହା ଶରୀରରେ ସୁଗାର ଲେବଲକୁ ନିୟନ୍ତ୍ରଣ କରିଥାଏ । ଅର୍ଜୁନ ଗଛର ଛାଲ ମେଟାବୋଲିଜିମ୍ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରେ । ସେଥିପାଇଁ ଡାଇବେଟିସ୍‌ ରୋଗୀମାନେ ଏହାକୁ ବ୍ୟବହାର କରିପାରିବେ ।

ଆର୍ଥ୍ରାଇଟିସରେ ଉପକାରୀ : ଅର୍ଜୁନ ଗଛର ଛାଲରେ ଅନେକ ଯୌଗିକ ଉପାଦାନ ମିଳିଥାଏ ଯାହା ଆଣ୍ଟି-ଇନ୍‌ଫ୍ଲାମେଟୋରୀ ପ୍ରଭାବ ଦେଖାଏ । ଏହି କାରଣରୁ ହାର୍ଟ ଆଟାକ୍‌, ଡାଇବେଟିସ୍‌ ଏବଂ ଆର୍ଥ୍ରାଇଟିସ୍ ଭଳି ରୋଗ ବୃଦ୍ଧି ପାଇଥାଏ । ଏପରି ପରିସ୍ଥିତିରେ ଅର୍ଜୁନ ଗଛର ଛାଲ ଶରୀରରେ ଫୁଲାକୁ କମ୍‌ କରିଥାଏ ଏବଂ ଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେଇଥାଏ ।

ହାଇ ବ୍ଲଡ ପ୍ରେସରରେ ଲାଭଦାୟକ : ହାର୍ଟକୁ ହେଲଦି ରଖିବା ଏବଂ ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ କରିବା ପାଇଁ ଅର୍ଜୁନ ଗଛର ଛାଲ ମଧ୍ୟ ବ୍ୟବହାର କରାଯାଏ । ଏଥିରେ ଫାଇଟୋକେମିକାଲ୍ସ, ବିଶେଷତଃ ଟେନିନ୍ ଥାଏ, ଯାହା କାର୍ଡିଓପ୍ରୋଟେକ୍ଟିଭ୍ ଇଫେକ୍ଟ ଦେଖାଏ । ଏହା ଧମନୀକୁ ପ୍ରଶସ୍ତ କରିବାରେ ସାହାଯ୍ୟ କରିଥାଏ ଏବଂ ବ୍ଲଡ ପ୍ରେସରକୁ କମ୍‌ କରିଥାଏ । ଏହା ବ୍ୟତୀତ ଅର୍ଜୁନ ଛାଲ ମଧ୍ୟ କୋଲେଷ୍ଟ୍ରଲ କମ୍‌ କରିବାରେ ସାହାଯ୍ୟ କରେ ।

ଲୁଜ୍‌ମୋସନ୍‌ ସମସ୍ୟାରୁ ମୁକ୍ତି ଦେଇଥାଏ : ପେଟ ସମ୍ଭନ୍ଧୀୟ ସମସ୍ୟା କିମ୍ବା ଡିଜେଣ୍ଟେରୀ କ୍ଷେତ୍ରରେ ଅର୍ଜୁନ ଗଛର ଛାଲ ବ୍ୟବହାର କରାଯାଇପାରେ । ହଜମ ଜନିତ ସମସ୍ୟାକୁ ଦୂର କରିବା ପାଇଁ ଅର୍ଜୁନ ଗଛର ଛାଲ ମଧ୍ୟ ବ୍ୟବହାର ହୋଇଥାଏ । ଏଥିରେ ଟେନିନ୍ ମିଳିଥାଏ ଯାହା ହଜମ ପ୍ରକ୍ରିୟାକୁ ଭଲ କରିଥାଏ ଏବଂ ଲୁଜ୍‌ମୋସନ୍‌ ସମସ୍ୟା ଥିଲେ ଭଲ କରିବା ପାଇଁ କାର୍ଯ୍ୟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.