ଦୂର ହେବ ଚାର୍ଜିଂ ଟେନସନ୍, ୧୬ ହଜାର ଟଙ୍କାରେ ସାମସଙ୍ଗ୍ ଲଞ୍ଚ କଲା ଏହି ଦମଦାର ଫୋନ
ସାଉଥ୍ କୋରିଆନ୍ ଫୋନ୍ କମ୍ପାନୀ ଲୋକପ୍ରିୟ ହ୍ୟାଣ୍ଡସେଟ୍ Samsung Galaxy F15ର ୮ GB + ୧୨୮ GB ଭର୍ସନ ଲଞ୍ଚ କରିଛି । ଏହି ସ୍ମାର୍ଟଫୋନର ଦାମ୍ ମାତ୍ର ୧୫,୯୯୯ ଟଙ୍କା ରହିଛି ।

ଯଦି ଆପଣ 8GB RAMର ଏକ ସୁନ୍ଦର ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ସାମସଙ୍ଗ୍ ଆପଣଙ୍କ ପାଇଁ ଏକ ନୂଆ ମଡେଲ୍ ଆଣିଛି । ଏହାର ଦାମ୍ ମଧ୍ୟ ଅଧିକ ନୁହେଁ, ଏବଂ ଆପଣ ଏହି ଫୋନରେ ୮GB + ୧୨୮ GB ଷ୍ଟୋରେଜ୍ ର ଲାଭ ପାଇବେ । ସାଉଥ୍ କୋରିଆନ୍ ଫୋନ୍ କମ୍ପାନୀ ଲୋକପ୍ରିୟ ହ୍ୟାଣ୍ଡସେଟ୍ Samsung Galaxy F15ର ୮ GB + ୧୨୮ GB ଭର୍ସନ ଲଞ୍ଚ କରିଛି । ଏହି ସ୍ମାର୍ଟଫୋନର ଦାମ୍ ମାତ୍ର ୧୫,୯୯୯ ଟଙ୍କା ରହିଛି । ଏହି ବଜେଟରେ ଆପଣ ଭଲ ଷ୍ଟୋରେଜ୍ ସହିତ ୬,୦୦୦mAh ବ୍ୟାଟେରୀ ଏବଂ sAMOLED ଡିସପ୍ଲେ ଭଳି ଫିଚରର ଲାଭ ପାଇବେ ।
ଚଳିତ ବର୍ଷ ମାର୍ଚ୍ଚ ମାସରେ ସାମସଙ୍ଗ Samsung Galaxy F15 ଲଞ୍ଚ କରିଥିଲା । ଏଥିରେ ଅକ୍ଟା-କୋର ମିଡିଆଟେକ ଡାଇମେନ୍ସନ୍ ଚିପସେଟର ସପୋର୍ଟ ଅଛି । ଆରମ୍ଭରେ ଏହା ୪ GB + ୧୨୮ GB ଏବଂ ୬ GB + ୧୨୮ GB ଷ୍ଟୋରେଜ୍ ଅପ୍ସନ ସହିତ ଲଞ୍ଚ ହୋଇଥିଲା । କିନ୍ତୁ ବର୍ତ୍ତମାନ କମ୍ପାନୀ ପୂର୍ବ ଅପେକ୍ଷା ଭଲ ଷ୍ଟୋରେଜ୍ ସହିତ ଏହି ହ୍ୟାଣ୍ଡସେଟ୍ ଲଞ୍ଚ କରିଛି ।
Samsung Galaxy F15 ସ୍ପେସିଫିକେସନ୍ :
Samsung Galaxy F15 ଏକ ଦମଦାର 5G ସ୍ମାର୍ଟଫୋନ୍ । ୨୦,୦୦୦ ଟଙ୍କାରୁ ବି କମ୍ ଦାମରେ ଆପଣ ଏହି ଫୋନରେ ଭଲ ଭଲ ଫିଚର ପାଇପାରିବେ ।
ଡିସପ୍ଲେ : ଏହି ସ୍ମାର୍ଟଫୋନ୍ ୯୦ Hz ରିଫ୍ରେସ୍ ରେଟ୍ ଏବଂ ୬.୫ ଇଞ୍ଚର ଫୁଲ୍ HD + ସୁପର AMOLED ଡିସପ୍ଲେ ସହିତ ଆସିଥାଏ ।
ଷ୍ଟୋରେଜ୍: ସାମସଙ୍ଗ ଏହି ଫୋନକୁ ୮GB + ୧୨୮GB ଷ୍ଟୋରେଜ୍ ଭାରିଆଣ୍ଟରେ ଲଞ୍ଚ କରିଛି । ଏହାପୂର୍ବରୁ ଏହି ଫୋନ୍ ୪ GB + ୧୨୮GB ଏବଂ ୬ GB + ୧୨୮ GB ଷ୍ଟୋରେଜ୍ ସହିତ ଲଞ୍ଚ କରାଯାଇଥିଲା । ବର୍ତ୍ତମାନ ଏଥିରେ ଅଧିକ ଷ୍ଟୋରେଜ୍ ଆଡ୍ କରାଯାଇଛି ।
କ୍ୟାମେରା: ଫଟୋଗ୍ରାଫି ପାଇଁ ସାମସଙ୍ଗର ନୂଆ ଫୋନରେ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ରଖିଛି । ଏଥିରେ ୫୦ MP ମେନ୍ କ୍ୟାମେରା, ୫ MP ଅଲଟ୍ରାୱାଇଡ୍ କ୍ୟାମେରା ଏବଂ ୨ MP ମାକ୍ରୋ କ୍ୟାମେରା ସାମିଲ ଅଛି । ଏହା ବ୍ୟତୀତ ୧୩ MP ସେଲଫି କ୍ୟାମେରା ମଧ୍ୟ ଅଛି ।
ବ୍ୟାଟେରୀ: ୧୫,୯୯୯ ଟଙ୍କା ଦାମର ଏହି ସ୍ମାର୍ଟଫୋନରେ, ଆପଣ ୬,୦୦୦mAh ର ଏକ ପାଓ୍ଵାରଫୁଲ୍ ବ୍ୟାଟେରୀ ପାଇବେ । ଆପଣ ଏହାକୁ ୨୫ W ଫାଷ୍ଟ ଚାର୍ଜିଂ ଦ୍ୱାରା ଚାର୍ଜ କରିପାରିବେ । ଆପଣ ଏହାକୁ ଇ-କମର୍ସ ସାଇଟ୍ ପ୍ଲାଟଫର୍ମ ଫ୍ଲିପକାର୍ଟ ଏବଂ ସାମସଙ୍ଗ୍ ଇଣ୍ଡିଆର ଅଫିସିଆଲ୍ ୱେବସାଇଟରୁ କିଣିପାରିବେ । ଏହି ଫୋନରେ ଆପଣ ବ୍ୟାଙ୍କ ଅଫରର ମଧ୍ୟ ଲାଭ ଉଠାଇ ପାରିବେ ।