Below header

ବାଲେଶ୍ଵର ଷ୍ଟେସନରୁ ଉଦ୍ଧାର ହେଲେ ୨୧ ଜଣ ଯୁବତୀ, ଆନ୍ଧ୍ରକୁ ହେଉଥିଲେ ଚାଲାଣ

ଆନ୍ଧ୍ରକୁ ଚାଲାଣ ବେଳେ ବାଲେଶ୍ଵର ଷ୍ଟେସନରୁ ଉଦ୍ଧାର ହେଲେ ୨୧ ଜଣ ଯୁବତୀ । ଯୁବତୀଙ୍କୁ ମୟୂରଭଞ୍ଜ ଷ୍ଟେସନ ଅଞ୍ଚଳର ଜଣେ ଦଲାଲ ଚାକିରିର ପ୍ରଲୋଭନ ଦେଖାଇ ଆନ୍ଧ୍ରରେ ଏକ ସୂତା କଳରେ କାମ କରିବାକୁ ନେଉଥିଲା ।

ବାଲେଶ୍ଵର : ଆନ୍ଧ୍ରକୁ ଚାଲାଣ ବେଳେ ବାଲେଶ୍ଵର ଷ୍ଟେସନରୁ ଉଦ୍ଧାର ହେଲେ ୨୧ ଜଣ ଯୁବତୀ । ଯୁବତୀଙ୍କୁ ମୟୂରଭଞ୍ଜ ଷ୍ଟେସନ ଅଞ୍ଚଳର ଜଣେ ଦଲାଲ ଚାକିରିର ପ୍ରଲୋଭନ ଦେଖାଇ ଆନ୍ଧ୍ରରେ ଏକ ସୂତା କଳରେ କାମ କରିବାକୁ ନେଉଥିଲା । ଦଲାଲ ଜଣକ ଯୁବତୀମାନଙ୍କୁ ଏକ ସ୍ବତନ୍ତ୍ର ବସ ଯୋଗେ ବାଲେଶ୍ଵର ଷ୍ଟେସନକୁ ଆଣିଥିଲା ।

ସେଠାରୁ ଟ୍ରେନ ଯୋଗେ ଯୁବତୀମାନେ ଆନ୍ଧ୍ର ଯାଇଥାନ୍ତେ । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ମୟୂରଭଞ୍ଜ ଶ୍ରମ ବିଭାଗ ବାଲେଶ୍ଵର ସହଦେବ ଖୁଣ୍ଟା ପୁଲିସ୍ ସହାୟତାରେ ଯୁବତୀଙ୍କୁ ଉଦ୍ଧାର କରିଛି । ଯୁବତୀମାନଙ୍କୁ ବାଲେଶ୍ଵରରୁ ଟ୍ରେନ ଯୋଗେ ମୟୂରଭଞ୍ଜ ଜିଲ୍ଲା ଶ୍ରମ ବିଭାଗ ସହାୟତାରେ ବାରିପଦାକୁ ପଠାଯାଇଛି ।

ଯୁବତୀଙ୍କୁ ଦଲାଲ ଜଣକ ଚାକିରି କରିବାକୁ କହି ଆନ୍ଧ୍ର ସୂତା କଳ ନେଉଥିବା ବେଳେ ଯୁବତୀଙ୍କୁ ନେଉଥିବା ସଂସ୍ଥା ବା ଦଲାଲ ପାଖରେ ଲାଇସେନ୍ସ ଅଛି କି ନାହିଁ ତାହା ତଦନ୍ତ ସାପେକ୍ଷ ରହିଛି । ଅପରପକ୍ଷେ ଯୁବତୀଙ୍କୁ ନେଉଥିବା ଦଲାଲ ଜଣକ ବାରିପଦା ଷ୍ଟେସନ ବଜାର ଅଞ୍ଚଳର ବୋଲି ଜଣାପଡିଛି । ଶ୍ରମିକ ଚାଲାଣ ଆଇନ ଅନୁସାରେ ଯେଉଁ ଦଣ୍ଡ ବିଧାନ ରହିଛି ସେହି ଅନୁସାରେ ସଂପୃକ୍ତ ଦଲାଲ ଉପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ମୟୂରଭଞ୍ଜ ଶ୍ରମ ଅଧିକାରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.