Below header

ସାବଧାନ୍‌ ! ଏକାସାଙ୍ଗେ AC ଏବଂ Fan ଚଲାଉଥିଲେ କଣ ହେବ ?

ଏକାସାଥେ ଚଲାଉଛନ୍ତି କି ଏସି ଆଉ ଫ୍ୟାନ୍‌? ହୋଇଯାନ୍ତୁ ସାବଧାନ୍‌ ନହେଲେ ଅସୁବିଧାରେ ପଡିବେ । ପ୍ରବଳ ଗରମ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ କିଛି ଲୋକ ଏସି ସହିତ ଫ୍ୟାନ୍‌ ମଧ୍ୟ ଚଲାଇଥାନ୍ତି ।

ଏକାସାଥେ ଚଲାଉଛନ୍ତି କି ଏସି ଆଉ ଫ୍ୟାନ୍‌? ହୋଇଯାନ୍ତୁ ସାବଧାନ୍‌ ନହେଲେ ଅସୁବିଧାରେ ପଡିବେ । ପ୍ରବଳ ଗରମ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ କିଛି ଲୋକ ଏସି ସହିତ ଫ୍ୟାନ୍‌ ମଧ୍ୟ ଚଲାଇଥାନ୍ତି । ଫ୍ୟାନ୍‌ କଥା ଛାଡ କେବଳ ଏସି ମଧ୍ୟ ଗରମରୁ ଲୋକଙ୍କୁ ସନ୍ତୁଷ୍ଟି ଦେଇପାରୁନି । ସେଥିପାଇଁ ଅନେକ ଲୋକ ଏସି ଚଲାଇଥିଲେ ମଧ୍ୟ ସିଲିଙ୍ଗ ଫ୍ୟାନ୍‌ ଅନ୍‌ ରଖିଥାନ୍ତି । କିନ୍ତୁ ପ୍ରକୃତରେ ଏସି ଚଲାଉଥିବାବେଳେ ସିଲିଙ୍ଗ ଫ୍ୟାନ୍‌ ଚଲାଇବା ଉଚିତ କି ନୁହେଁ ଏହାକୁ ନେଇ ଅନେକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି ।

ଅନେକ ଲୋକ କୁହନ୍ତି ଯେ ଏସି ସହ ଫ୍ୟାନ୍‌ ଚଲାଇଲେ ଏହା ଗରମ ପବନ ତଳକୁ ଟାଣିଥାଏ । କିନ୍ତୁ ପ୍ରକୃତରେ ଏହାର ପ୍ରଭାବ ଏସି କିମ୍ବା ଘରର ତାପମାତ୍ରା ଉପରେ ପଡେନାହିଁ । ସିଲିଙ୍ଗ୍‌ ଫ୍ୟାନ୍‌ କେବଳ କୋଠରୀର ବାୟୁକୁ ହିଁ ଠେଲିଥାଏ । ତେବେ ଯଦିଓ ଏହି ଭୁଲଟି ସେତେ ବଡ ନୁହେଁ ତଥାପି ଏହାକୁ ହାଲୁକାରେ ନେବା ଉଚିତ ନୁହେଁ । କାରଣ ଏହା ଅତ୍ୟଧିକ ବିଦ୍ୟୁତ୍‌ ବିଲର କାରଣ ହୋଇପାରେ ।

ଅତ୍ୟଧିକ ଖରା ଗରମରେ ଏସି ସହ ସିଲିଙ୍ଗ ଫ୍ୟାନକୁ ଚଲାଇଲେ ଏହା ଅଧିକ ଆରାମ ପ୍ରଦାନ କରିଥାଏ । ହେଲେ ଏସି ସହ ସିଲିଙ୍ଗ ଫ୍ୟାନ ବହୁତ କମ୍‌ ସମୟ ଚଲାଇଲେ ମଧ୍ୟ ବିଦ୍ୟୁତ୍‌ ବିଲ୍‌ ଅଧିକ ଆସେ । ଅନେକ ଲୋକ ଏଭଳି ଅଭିଯୋଗ କରିବାର ମଧ୍ୟ ଦେଖିବାକୁ ମିଳେ । ତେବେ ବାସ୍ତବରେ ଏସି ସହସିଲିଙ୍ଗ ଫ୍ୟାନ୍‌ ଚଲାଇବା ଦ୍ୱାରା ଏସି ଉପରେ ଅଧିକ ପ୍ରେସର ପଡେନାହିଁ । ତଥାପି ବିଦ୍ୟୁତ୍‌ ବିଲ୍‌ ଅଧିକ ହେବାର କାରଣ ହେଉଛି ଅନେକ ଲୋକ ଶୋଇବାବେଳେ ଏସି ଚଲାଇ ଶୁଅନ୍ତି । ରୁମ୍‌ ଥଣ୍ଡା ହୋଇଗଲେ କେବଳ ରିମୋଟରୁ ଏସିକୁ ବନ୍ଦ କରି ଫ୍ୟାନ୍‌ ଚଲାଇଦିଅନ୍ତି । କିନ୍ତୁ ମେନ୍‌ ସୁଇଚରୁ ଏସିକୁ ବନ୍ଦ କରନ୍ତିନାହିଁ । ଏମିତିରେ ଏସି ସିନା ବ୍ୟବହୃତ ହୁଏନାହିଁ କିନ୍ତୁ ବାହାରେ ଥିବା ଏହାର କମ୍ପ୍ରେସର ବିଦ୍ୟୁତ୍‌ ପ୍ରବାହ ଜାରୀ ରଖିଥାଏ । ଏଭଳି ସ୍ଥିତିରେ ଏସି କମ୍‌ ବ୍ୟବହାର ହେଲେ ବି ବିଦ୍ୟୁତ୍‌ ବିଲ୍‌ ଅଧିକ ଆସିଥାଏ ।

ପ୍ରକୃତରେ ଏସି ସହ ଫ୍ୟାନ୍‌ ଲଗାଇବା ଦ୍ୱାରା ବିଦ୍ୟୁତ୍‌ ସଞ୍ଚୟ ହୋଇପାରିବ । ଏସି ତାପମାତ୍ରାକୁ ୨୪ କିମ୍ବା ୨୬ରେ ସେଟ୍‌ କରି ଫ୍ୟାନକୁ ସ୍ଲୋ ଚଲାଇଲେ ଏହା ରୁମ ସାରା ଏସିର ଥଣ୍ଡା ପବନକୁ ରୁମ୍‌ ସାରା ଖେଳାଇଦେବ ଏବଂ ଶୀଘ୍ର ଥଣ୍ଡା କରିଦେବ । ଏହାଦ୍ୱାରା ଏସିର ବ୍ଲୋୟର ଉପରେ ମଧ୍ୟ ଅଧିକ ଚାପ ପଡିବନାହିଁ । ରୁମ୍‌ ଶୀଘ୍ର ଥଣ୍ଡା ହେଉଥିବାରୁ ଆପଣ କମ ସମୟ ଏସି ଚଲାଇବେ ଏବଂ ସର୍ବଦା ମେନ୍‌ ସୁଇଚରୁ ବନ୍ଦ କରିବେ, ଯାହାଫଳରେ ବିଦ୍ୟୁତ୍‌ ଖର୍ଚ୍ଚ ମଧ୍ୟ ବଞ୍ଚିବ ।

ଏହାବ୍ୟତୀତ ଏସିର ଏକ ସ୍ୱତନ୍ତ୍ର ମୋଡ୍‌ ଅଛି ଯାହାକୁ ଅନ୍‌ କଲେ ବିଦ୍ୟୁତ୍‌ ବିଲ୍‌ ଯଥେଷ୍ଟ କମ୍‌ ଆସିବ । ଏସିରେ ଅନେକ ମୋଡ ଦିଆଯାଇଛି । ଏଥିରେ ଡ୍ରାଏ ମୋଡ, ହିଟ ମୋଡ, ସ୍ଲିପ ମୋଡ, କୁଲ ମୋଡ ଏବଂ ଅଟୋ ମୋଡ ଆପଣଙ୍କୁ ପାଖାପଖି ସମସ୍ତ ପ୍ରକାର ଏସିରେ ମିଳିଯିବ । ଏହି ସବୁ ମୋଡ ଭିନ୍ନ-ଭିନ୍ନ କଣ୍ଡିସନ ଏବଂ ପାଣିପାଗ ଅନୁସାରେ ସେଟ କରାଯାଏ । ଯଦି ଏହି ମୋଡସକୁ ସଠିକ ଭାବେ ବ୍ୟବହାର କରୁଛୁ ତେବେ ଏସି ଅଧିକ ଦିନ ଚାଲିବା ସହ ବିଜୁଳି ବିଲ୍ ବଢିବାକୁ ମଧ୍ୟ ରୋକାଯାଇ ପାରିବ । ଯଦି ଆପଣ ଏପରି ଏସିର ବିଲ ପାଇଁ ଚିନ୍ତିତ ଅଛନ୍ତି ତେବେ ଆପଣ ଏସିର ଅଟୋ ମୋଡକୁ ଅନ ରଖନ୍ତୁ ।

ରୁମର ତାପମାତ୍ରା ଅଧିକ ହୁଏ ତେବେ ଏୟାର କଣ୍ଡିସନର ର ଅଟୋ ମୋଡ କମ୍ପ୍ରେସରକୁ ଅନ କରିଦିଏ, ଯେତେବେଳେ ରୁମ ଥଣ୍ଡା ହୁଏ ତେବେ କମ୍ପ୍ରେସର ବନ୍ଦ ହୋଇଯାଏ । ଏହିଭଳି ରୁମର ବାୟୁରେ ଆର୍ଦ୍ରତା ହେବାରେ ଏସିର ଅଟୋ ମୋଡ ଡିହ୍ୟୁମିଡିଫିକେସନ ମୋଡକୁ ଆକ୍ଟିଭେଟ କରିଦିଏ । ଏସିର ଅଟୋ ମୋଡ ଏସିକୁ ଲଗାତାର ଅନ ରଖେ ନାହିଁ, ଯେଉଁଥିରେ ବିଦ୍ୟୁତ ବିଲ ବଞ୍ଚିଥାଏ । ଏହି ମୋଡ ସ୍ପିଲ୍ଟ ଏବଂ ୱିଣ୍ଡୋ ଦୁଇଟି ଏସିରେ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.