Below header

ଅଡୁଆରେ ଦେବେଗୌଡାଙ୍କ ନାତି, ଭାଇରାଲ ହେଉଛି ମହିଳା କର୍ମୀଙ୍କୁ ଯୌନ ଶୋଷଣ କରୁଥିବାର ଭିଡିଓ

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ନାତିଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ନେଇ କର୍ଣ୍ଣାଟକ ରାଜନୀତିରେ କମ୍ପନ । ଆସନରୁ ଜେଡିଏସ ପ୍ରାର୍ଥୀ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବିରୋଧରେ ଆସିଥିଲା ଯୌନ ନିର୍ଯାତନା ଅଭିଯୋଗ । ପ୍ରଜ୍ଜ୍ୱଳଙ୍କ ପାଖରେ ଥିବା ଏକ ପେନଡ୍ରାଇଭ ମିଳିଛି । ଏଥିରେ ୩ ହଜାର ମହିଳାଙ୍କ ସେକ୍ସ ଭିଡିଓ ରହିଛି ।

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ନାତିଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ନେଇ କର୍ଣ୍ଣାଟକ ରାଜନୀତିରେ କମ୍ପନ । ଦେବେଗୌଡାଙ୍କ ନାତି ପ୍ରଜ୍ଜ୍ୱଳ ରେଭାନ୍ନା ବଡ଼ ଧରଣର ଯୌନ କେଳେଙ୍କାରୀରେ ସଂପୃକ୍ତ ଥିବାର ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ରବିବାର ଜେଡିଏସ ସାଂସଦ ତଥା ହାସନ ଲୋକସଭା ଆସନରୁ ଜେଡିଏସ ପ୍ରାର୍ଥୀ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବିରୋଧରେ ଆସିଥିଲା ଯୌନ ନିର୍ଯାତନା ଅଭିଯୋଗ । ପ୍ରଜ୍ଜଳ ଘରୋଇ ସହାୟିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା ।

ଏହି ମାମଲାରେ ତାଙ୍କ ବାପା ତଥା ବିଧାୟକ ଏଚଡି ରେଭାନ୍ନା ମଧ୍ୟ ସାମିଲ ଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ କର୍ଣ୍ଣାଟକ ଓ ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। କର୍ଣ୍ଣାଟକରେ ବିଜେପି ଜେଡିଏସ ସହିତ ମେଣ୍ଟ କରିଥିବାରୁ ବିଭିନ୍ନ ରାଜନୈତିକ ଦଳ ଏବେ ବିଜେପିକୁ ଟାର୍ଗେଟ କରୁଛନ୍ତି। ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଆଇପିସିର ଧାରା 354A, 354D, 506 ଓ 509 ଅନ୍ତର୍ଗତ ମାମଲା ରୁଜୁ ହୋଇଛି । ଏପଟେ ପ୍ରଜ୍ଜ୍ୱଳଙ୍କ ପାଖରେ ଥିବା ଏକ ପେନଡ୍ରାଇଭ ମିଳିଛି । ଏଥିରେ ୩ ହଜାର ମହିଳାଙ୍କ ସେକ୍ସ ଭିଡିଓ ରହିଛି । ମହିଳାଙ୍କୁ ବ୍ଲାକମେଲ କରିବାକୁ ପ୍ରଜ୍ଜ୍ୱଳ ଏହାକୁ ବ୍ୟବହାର କରିଥିବା କୁହାଯାଉଛି । ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା ଏହି ଭିଡିଓଗୁଡିକ ନକଲି କହି ପାଲଟା ଅଭିଯୋଗ ଦାୟର କରିଛନ୍ତି।

ସେପଟେ କର୍ଣ୍ଣାଟକ ସରକାର ଏହି ମାମଲାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଘଟଣା ପରେ ପ୍ରଜ୍ବଳ ଫେରାର ଅଛନ୍ତି । ୩୪ ବର୍ଷୀୟ ପ୍ରଜ୍ବଳ ଦେଶ ଛାଡି ପଳାଇଥିବା କୁହାଯାଉଛି । କର୍ଣ୍ଣାଟକର ହାସନ ଲୋକସଭା ଆସନରୁ ପ୍ରଜ୍ଜ୍ୱଳ ରେଭାନ୍ନା ସାଂସଦ ପ୍ରାର୍ଥୀ ହୋଇଛନ୍ତି। ଏପ୍ରିଲ ୨୬ ତାରିଖରେ ଏହି ଆସନରେ ଭୋଟ ଗ୍ରହଣ ହୋଇଥିଲା। ଗତ ବର୍ଷ ସେପ୍ଟେମ୍ବର ମାସରେ ଜେଡିଏସ ଏନଡିଏ ମେଣ୍ଟରେ ଯୋଗ ଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.