Below header

ପ୍ରହଲ୍ଲାଦ ନାଟକ ଗୁରୁ ଦାଶରଥି ରେଡିଙ୍କ ପରଲୋକ

ଗଞ୍ଜାମ ଜିଲ୍ଲାର ପ୍ରାଚୀନ ଲୋକନୃତ୍ୟ ପ୍ରହଲ୍ଲାଦ ନାଟକ ଗୁରୁଙ୍କ ବିୟୋଗ । ତେବେ ତାଙ୍କର ବିୟୋଗ ପରେ ତାଙ୍କୁ ରାଜା ବେଶରେ ସଜାଯାଇଥିଲା । ଏହାପରେ ଗାଁ ପରିକ୍ରମା କରାଯାଇ ଗାଁ ଶ୍ମସାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।

ବ୍ରହ୍ମପୁର(କେନ୍ୟୁଜ): ଗଞ୍ଜାମ ଜିଲ୍ଲାର ପ୍ରାଚୀନ ଲୋକନୃତ୍ୟ ପ୍ରହଲ୍ଲାଦ ନାଟକ ଗୁରୁଙ୍କ ବିୟୋଗ । ତେବେ ତାଙ୍କର ବିୟୋଗ ପରେ ତାଙ୍କୁ ରାଜା ବେଶରେ ସଜାଯାଇଥିଲା । ଏହାପରେ ଗାଁ ପରିକ୍ରମା କରାଯାଇ ଗାଁ ଶ୍ମସାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ଖବର ମିଳିଛି ।

ଏହି ସମୟରେ ଜିଲ୍ଲା  ବହୁ କଳାକାରଙ୍କ ସମେତ ତାଙ୍କର ବହୁ ଶିଷ୍ୟ କଳାକାର ମାନେ ଉପସ୍ଥିତ ରହି ତାଙ୍କର ଶେଷ ଦର୍ଶନ କରି ଅନ୍ତିମ ବିଦାୟ ଦେଇଥିଲେ । ତେବେ ଏଭଳି ଏକ ଦୁଃଖଦ ମୁହୂର୍ତ୍ତରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦପୁର ଗାଁରେ ଶୋକାକୁଳ ପରିବେଶ ଖେଳିଯାଇଛି ।

ତେବେ ସୂଚନା ମୁତାବକ, ଏହି ଗାଁର ଦାଶରଥି ରେଡି ଛୋଟ ସମୟରୁ କଳା ପ୍ରତି ଆକୃଷ୍ଟ ହୋଇ ପ୍ରହଲ୍ଲାଦ ନାଟକରେ ପ୍ରଥମେ ପ୍ରହଲ୍ଲାଦ ଭୂମିକାରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ଗାଁ ହାଇସ୍କୁଲରେ କିରାଣୀ ରୂପେ ଚାକିରି ପାଇଥିଲେ । ଚାକିରି କରିଥିଲେ ମଧ୍ୟ କଳା ପ୍ରତି ତାଙ୍କର ରହିଥିଲା ଯଥେଷ୍ଟ ନିଷ୍ଠା  । ଏହି ନାଟକରେ ରାଜା ଭୂମିକାରେ ମଧ୍ୟ ଅଭିନୟ ବି କରିଥିଲେ ସେ । ତେବେ ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.