Below header

ପେଟ ପାଇଁ ଭଲ ହୋଇଥାଏ ଏହି ୫ଟି ଜିନିଷର ପାଣି, ଓଜନ କମ୍‌ ହେବା ସହ ଦୂର ହେବ ଅନେକ ସମସ୍ୟା

ପେଟ ପାଇଁ ଏବଂ ହଜମ କରାଯାଇବା ପାଇଁ ଏହା ଭଲ କାମ କରିଥାଏ । ସେଗୁଡ଼ିକୁ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ସୁସ୍ଥ ରହିଥାଏ ଏବଂ ଗ୍ରୀଷ୍ମ ଋତୁରେ ହେଉଥିବା ପେଟ ସମସ୍ୟା ଦୂର କରିଥାଏ । ଏହି ଜିନିଷଗୁଡ଼ିକ ଓଜନ କମ୍‌ କରିବାରେ ଏବଂ ଅନେକ ରୋଗକୁ ଦୂରେଇ ରଖିବାରେ ସାହାଯ୍ୟ କରେ ।

ରୋଷେଇ ଘରେ ଅନେକ ମସଲା ଏବଂ ଔଷଧୀୟ ଜିନିଷ ମିଳିଥାଏ । ଯାହା ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏଥିରେ ଜିରା, ପାନମଧୁରୀ, ଧନିଆ, ମେଥି ଏବଂ ଜୁଆଣି ଭଳି ପାଞ୍ଚଟି ଜିନିଷ ଅନ୍ତର୍ଭୁକ୍ତ ରହିଛି । ତେବେ ପେଟ ପାଇଁ ଏବଂ ହଜମ କରାଯାଇବା ପାଇଁ ଏହା ଭଲ କାମ କରିଥାଏ । ସେଗୁଡ଼ିକୁ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ସୁସ୍ଥ ରହିଥାଏ ଏବଂ ଗ୍ରୀଷ୍ମ ଋତୁରେ ହେଉଥିବା ପେଟ ସମସ୍ୟା ଦୂର କରିଥାଏ । ଏହି ଜିନିଷଗୁଡ଼ିକ ଓଜନ କମ୍‌ କରିବାରେ ଏବଂ ଅନେକ ରୋଗକୁ ଦୂରେଇ ରଖିବାରେ ସାହାଯ୍ୟ କରେ । ତାହେଲେ ଜାଣନ୍ତୁ ଏହି ଜିନିଷଗୁଡିକକୁ କିପରି ବ୍ୟବହାର କରିବେ ।

ଏହାକୁ ପିଇବା ଦ୍ୱାରା ଖରାପ ହଜମ ପ୍ରକ୍ରିୟାରେ ଉନ୍ନତି ଆସିଥାଏଏବଂ ପେଟକୁ ସୁସ୍ଥ ରଖିବ । ଏହା ମୋଟାପଣକୁ କମ୍‌ କରିଥାଏ ଏବଂ ଶରୀରକୁ ଡିଟକ୍ସାଇଫ କରିବାରେ ସାହାଯ୍ୟ କରିଥାଏ । ଏହି ପଞ୍ଚଟି ଜିନିଷ ଡାଇବେଟିସ୍‌ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଏହା ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

ଜିରା, ପାନମଧୁରୀ, ଧନିଆ, ମେଥି ଏବଂ ଜୁଆଣି ପାଣି କିପରି ପ୍ରସ୍ତୁତ କରିବେ :
ଏଥିପାଇଁ ଆପଣଙ୍କୁ ୧ ଚାମଚ ଜିରା, ୧ ଚାମଚ ପାନମଧୁରୀ, 1 ଚାମଚ ମେଥି, 1 ଚାମଚ ଜୁଆଣି ଏବଂ 1 ଚାମଚ ଧନିଆ ମଞ୍ଜି ନେବାକୁ ପଡିବ । ସମସ୍ତ ଜିନିଷକୁ ମିଶ୍ରଣ କରି ଏକ ଗ୍ଲାସ ପାଣିରେ ପକାନ୍ତୁ । ଏହା ପରେ ସେମାନଙ୍କୁ ରାତିସାରା ଭିଜାଇ ସକାଳେ ଖାଲି ପେଟରେ ପିଅନ୍ତୁ । ଆପଣଙ୍କୁ ଏହି ପାଣି ଲଗାତାର ୧୧ ଦିନ ପିଇବାକୁ ପଡିବ । ଦେଖିବେ ଏହା ଦ୍ୱାରା ଆପଣଙ୍କୁ ବହୁତ ଲାଭ ମିଳିବ ।

ପେଟ ପାଇଁ ଉପକାର :
ଏହି ମଞ୍ଜିର ପାଣି ପିଇବା ଦ୍ୱାରା ଓଜନ କମ୍‌ ହେବାରେ ସାହାଯ୍ୟ ମିଳିଥାଏ । ଏହା ମେଟାବୋଲିଜିମ୍‌କୁ ଭଲ କରେ ଏବଂ ଶୀଘ୍ର ଫ୍ୟାଟ୍‌ କମାଇବା ଆରମ୍ଭ କରେ । ଏହା ବ୍ୟତୀତ ଜିରା, ପାନମଧୁରୀ, ଧନିଆ, ମେଥି ଏବଂ ଜୁଆଣି ମସଲା ମଞ୍ଜି ଲିଭରକୁ ଡିଟକ୍ସାଇଫ କରିଥାଏ ଏବଂ ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । ଏହି ମସଲାରେ ଭରପୂର ଫାଇବର ଥାଏ ଯଦି ଆପଣ ଏହାକୁ ଚୋବାଇ ପାଣିରେ ଖାଆନ୍ତି, ତେବେ ଏହା କୋଷ୍ଠକାଠିନ୍ୟ ଏବଂ ହଜମ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ । ଏହା ସହ ଶରୀରରେ ଜମା ହୋଇଥିବା ଖରାପ କୋଲେଷ୍ଟ୍ରଲକୁ ଦୂର କରିବାରେ ଜିରା, ପାନମଧୁରୀ, ଧନିଆ, ମେଥି ଏବଂ ଜୁଆଣି ପାଣି ମଧ୍ୟ ସାହାଯ୍ୟ କରିଥାଏ । ଯେଉଁଥିପାଇଁ ହାର୍ଟ ସୁସ୍ଥ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.