Below header

କାହିଁକି ଜିମରେ ହେଉଛି ଲୋକଙ୍କ ମୃତ୍ୟୁ ? ଜାଣନ୍ତୁ କଣ କହୁଛନ୍ତି ଡାକ୍ତର

ଜିମରେ ହେଉଛି ଲୋକଙ୍କ ମୃତ୍ୟୁ । ଲୋକମାନେ ଭଲ ସ୍ୱାସ୍ଥ୍ୟ ପାଇଁ ଜିମ୍‌ ଯାଆନ୍ତି, କିନ୍ତୁ ଏହା ବର୍ତ୍ତମାନ ମୃତ୍ୟୁର କାରଣ ପାଲଟୁଛି । ଆପଣଙ୍କୁ କଥା ଟା ହୁଏତ ଅଡ଼ୁଆ ଲାଗୁଥାଇ ପାରେ । କିନ୍ତୁ ଆମେ ଏଭଳି କହିବାର କାରଣ ହେଉଛି ନିକଟରେ ଏମିତି କିଛି ଘଟଣା ଘଟିଛି ।

ଯୁବପିଢ଼ୀଙ୍କ ମଧ୍ୟରେ ବଢ଼ିଚାଲିଛି ବଡି ବିଲ୍ଡିଂର କ୍ରେଜ୍‌ । ବଡି ବନେଇବା ପାଇଁ ଯୁବକ ଓ ଯୁବତୀମାନେ ସକାଳୁ ସକାଳୁ ଉଠି ବାହାରି ପଡ଼ୁଛନ୍ତି ଜିମ୍‌ । ଆଉ ଜିମରେ ପହଞ୍ଚିବା ପରେ ମନ ଇଚ୍ଛା କରୁଛନ୍ତି ଏକ୍ସରସାଇଜ୍‌ । କିନ୍ତୁ ଏହି ଏକ୍ସରସାଇଜ୍‌ ଆପଣଙ୍କ ଜୀବନ ବି ନେଇପାରେ । ଜିମରେ ହେଉଛି ଲୋକଙ୍କ ମୃତ୍ୟୁ । ଲୋକମାନେ ଭଲ ସ୍ୱାସ୍ଥ୍ୟ ପାଇଁ ଜିମ୍‌ ଯାଆନ୍ତି, କିନ୍ତୁ ଏହା ବର୍ତ୍ତମାନ ମୃତ୍ୟୁର କାରଣ ପାଲଟୁଛି । ଆପଣଙ୍କୁ କଥା ଟା ହୁଏତ ଅଡ଼ୁଆ ଲାଗୁଥାଇ ପାରେ । କିନ୍ତୁ ଆମେ ଏଭଳି କହିବାର କାରଣ ହେଉଛି ନିକଟରେ ଏମିତି କିଛି ଘଟଣା ଘଟିଛି । ଯେଉଁ ଘଟଣା ବିଷୟରେ ଜାଣିଲେ ଆପଣ ବି ତାଜୁବ ହୋଇଯିବେ । ଆପଣ ଭାବୁଥିବେ ଏକ୍ସରସାଇଜ୍‌ କଲେ ତ ସ୍ୱାସ୍ଥ୍ୟ ଫିଟ୍‌ ରୁହେ, ମୃତ୍ୟୁ କେମିତି ସମ୍ଭବ । କିନ୍ତୁ ଆପଣ ଯଦି ଏକ୍ସରସାଇଜ୍‌ କରିବା ସମୟରେ କିଛି ଭୁଲ୍‌ କରୁଛନ୍ତି, ତେବେ ବର୍ତ୍ତମାନ ଠାରୁ ସାବଧାନ ହୋଇଯାଆନ୍ତୁ । ନଚେତ ଆପଣ ବି ବିପଦର ସମ୍ମୁଖୀନ ହେବେ ।

ନିକଟରେ ଜିମରେ ଏକ୍ସରସାଇଜ୍‌ କରୁଥିବା ବେଳେ ଜଣେ ଯୁବକଙ୍କ ଜୀବନ ଯାଇଛି । ଉତ୍ତରପ୍ରଦେଶ ବାରଣାସୀର ସିଦ୍ଧଗିରି ଅଞ୍ଚଳରେ ଥିବା ଏକ ଜିମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହି ଜିମରେ ୩୨ ବର୍ଷିୟ ଦୀପକ ଗୁପ୍ତା ଏକ୍ସରସାଇଜ୍‌ କରୁଥିଲେ । ଏହି ସମୟରେ ହଠାତ ତାଙ୍କର ମୁଣ୍ଡ ବିନ୍ଧିବା ଆରମ୍ଭ ହୋଇଥିଲା ଏବଂ ଚାହୁଁ ଚାହୁଁ ତଳେ ପଡ଼ି ଯାଇଥିଲେ ଦୀପକ । ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏ ଯୁବକଙ୍କର କାହିଁକି ମୃତ୍ୟୁ ହେଲା ? ସେ ଏପରି କଣ କରିଥିଲେ ଯେ କ୍ଷଣିକରେ ତାଙ୍କ ଜୀବନ ଚାଲିଗଲା । ବ୍ରେନ୍‌ ଷ୍ଟ୍ରୋକ୍‌ ପାଇଁ ତାଙ୍କ ଜୀବନ ଯାଇଥିବା କୁହାଯାଉଛି । ଅତ୍ୟଧିକ ଏକ୍ସରସାଇଜ୍‌ ପାଇଁ କ୍ଷଣିକରେ ତାଙ୍କ ପ୍ରାଣ ବାୟୁ ଉଡ଼ିଗଲା ।

ଏଠାରେ କହି ରଖିବାକୁ ଚାହିଁବୁ TTS ବା ଥ୍ରୋମ୍ବୋସାଟୋଫେନିଆ ସିନଡ୍ରମ୍ ଯୋଗୁଁ ଅନେକ ଲୋକଙ୍କର ଏଭଳି ହଠାତ ମୃତ୍ୟୁ ହେଉଛି ବୋଲି ସନ୍ଦେହ କରାଯାଉଛି । କରୋନା ଭ୍ୟାକ୍ସିନ କୋଭିସିଲ୍ଡ ର ପାର୍ଶ୍ୱପ୍ରତିକି୍ରୟାରେ ଲୋକଙ୍କୁ TTS ଭଳି ବିରଳ ପାର୍ଶ୍ୱ ପ୍ରତିକ୍ରିୟା ହେଉଛି ବୋଲି ସନ୍ଦେହ ହେଉଛି । ଯେଉଁଥିରେ ଲୋକଙ୍କର ରକ୍ତ ଜମାଟ ବାନ୍ଧିବା, ରକ୍ତରୁ ପ୍ଳେଟଲେଟ୍ କମିବା ଭଳି ଭୟଙ୍କର ପ୍ରଭାବ ପଡିଥିବା କଥା ସାମ୍ନାକୁ ଆସିଛି । ଏଥି ସହ ଲୋକଙ୍କର ଅତ୍ୟଧିକ ମୁଣ୍ଡ ବିନ୍ଧା ହେବା ଏବଂ ହୃଦଘାତ ଏବଂ ଷ୍ଟ୍ରୋକର କାରଣ ହେଉଛି ଏହି TTS । କୋଭିସିଲ୍ଡର ପାର୍ଶ୍ୱ ପ୍ରତିକ୍ରିୟା ପାଇଁ ଅନେକ ଲୋକଙ୍କ ଜୀବନ ଯାଉଥିବା ମଧ୍ୟ ଆଲୋଚନା ହେଉଛି ।

ତେବେ ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସୁଥିବ କେତେ ସମୟ ପର୍ଯ୍ୟନ୍ତ ଏକ୍ସରସାଇଜ୍‌ କରିବା ଠିକ୍‌ ହେବ ? ଏହି ଏକ୍ସରସାଇଜକୁ ନେଇ ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ଡାକ୍ତରଙ୍କ ମତ । ଡାକ୍ତରଙ୍କ କହିବା ଅନୁସାରେ ଲୋକମାନେ ଜିମରେ ଅତ୍ୟଧିକ ଏକ୍ସରସାଇଜ୍‌ କରୁଛନ୍ତି । ସୁନ୍ଦର ବଡି ବନାଇବା ଚକ୍କରରେ ଆବଶ୍ୟକତା ଠାରୁ ଅତ୍ୟଧିକ ଏକ୍ସରସାଇଜ୍‌ କରୁଛନ୍ତି । ଜିମ୍‌ ଟ୍ରେନର୍‌ ଭଲ ବଡି ପାଇଁ ଯେକୌଣସି ପ୍ରୋଟିନ୍‌ ଓ ମେଡିସିନ୍‌ ଖାଇବାକୁ କୁହନ୍ତି, ଲୋକମାନେ ବିନା ଡାକ୍ତରଙ୍କ ପରାମର୍ଶରେ ଏହାକୁ ଖାଇବାରେ ଲାଗିପଡ଼ନ୍ତି । ଯାହା ଲୋକଙ୍କ ମୃତ୍ୟୁର କାରଣ ପାଲଟୁଛି ।

ତେବେ ଆପଣମାନେ ଏହି ସବୁ ସମସ୍ୟାରୁ କିପରି ମୁକ୍ତି ପାଇବେ ଚିନ୍ତା କରୁଛନ୍ତି କି ? ଆପଣମାନେ ଜିମ୍‌ ଯାଆନ୍ତୁ ଏକ୍ସରସାଇଜ୍‌ କରନ୍ତୁ ମନା ନାହିଁ । କିନ୍ତୁ ଅତ୍ୟଧିକ ଏକ୍ସରସାଇଜ୍‌ କରିବା ସମ୍ପୂର୍ଣ୍ଣ ମାତ୍ରାରେ ଭୁଲ୍‌ । ଶରୀରର ଆବଶ୍ୟକତା ଅନୁସାରେ ଏକ୍ସରସାଇଜ୍‌ କରିବା ଠିକ୍‌ । କୌଣସି ମେଡିସିନ୍‌ ଏବଂ ପ୍ରୋଟିନ୍‌ ଖାଇବା ପୂର୍ବରୁ ନିଶ୍ଚିତ ଭାବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.