ମହାରାଷ୍ଟ୍ର: ଅଳ୍ପକେ ବର୍ତ୍ତିଲେ ଶିବସେନା ନେତ୍ରୀ, ନିର୍ବାଚନ ରାଲିରେ ଯିବା ପୂର୍ବରୁ କ୍ରାସ୍ ହେଲା ହେଲିକପ୍ଟର
ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ହେଲିକପ୍ଟରରେ ଶିବସେନା ନେତ୍ରୀ ସୁଷମା ଅନ୍ଧାରେ ଯିବାର ଥିଲା । କିନ୍ତୁ ଏହାପୂର୍ବରୁ ହିଁ ହେଲିକପ୍ଟରଟି ଖସିପଡିଥିଲା । ଏହି ଘଟଣାରେ ଦୁଇ ଜଣ ପାଇଲଟ୍ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି ।

ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ହେଲିକପ୍ଟରରେ ଶିବସେନା (ଉଦ୍ଧବ ଦଳ) ନେତ୍ରୀ ସୁଷମା ଅନ୍ଧାରେ ଯିବାର ଥିଲା । କିନ୍ତୁ ଏହାପୂର୍ବରୁ ହିଁ ହେଲିକପ୍ଟରଟି ଖସିପଡିଥିଲା । ଏହି ଘଟଣାରେ ଦୁଇ ଜଣ ପାଇଲଟ୍ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି ।
ଘଟଣା ସକାଳ ପ୍ରାୟ ୯ଟା ୩୦ ମିନିଟ୍ରେ ଘଟିଥିଲା । ହେଲିକପ୍ଟରଟି ଏକ ସାଧାରଣ ସଭା ପାଇଁ ଅନ୍ଧାରେଙ୍କୁ ଆଣିବାକୁ ଯାଉଥିଲା । ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ହେଲିକପ୍ଟରଟି ଲ୍ୟାଣ୍ଡିଂ ବେଳେ ନିୟନ୍ତ୍ରଣ ହରାଇ କ୍ରାସ୍ ହେଉଥିବାର ଏଥିରେ ଦେଖାଯାଉଛି । ଘଟଣାରେ ହେଲିକପ୍ଟରର ଉଭୟ ପାଇଲଟ୍ ସାମାନ୍ୟ ଆହତ ହୋଇଛନ୍ତି । ପୋଲିସ ଏବଂ ଏମରଜେନ୍ସି ଟିମ୍ର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ପାଇଲଟମାନଙ୍କୁ ଫାର୍ଷ୍ଟ ଡେ ଯୋଗାଇ ଦେଇଥିଲେ ।
ଏହି ହେଲିକପ୍ଟର ଏକ ଘରୋଇ ବିମାନ କମ୍ପାନୀର ଥିଲା । କୁହାଯାଉଛି ଯେ ହେଲିକପ୍ଟର ଅବତରଣ ପାଇଁ କୌଣସି ହେଲିପ୍ୟାଡ୍ ନ ଥିଲା, ଯେଉଁ କାରଣରୁ ଲ୍ୟାଣ୍ଡିଂ ସମୟରେ ଏହା କ୍ରାସ୍ ହୋଇଯାଇଥିଲା । ଏ ସମ୍ପର୍କରେ ସୂଚନା ପାଇ ରାଇଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।
ସୁଷମା ଅନ୍ଧାରେ ନିଜେ ମଧ୍ୟ ଏହି କ୍ରାସ୍ ଭିଡିଓକୁ ନିଜ ଫେସବୁକ୍ ପେଜ୍ରେ ସେୟାର କରିଛନ୍ତି । ସୂଚନାଥାଉ କି, ଅନ୍ଧାରେଙ୍କ ରାଲି ଗୁରୁବାର ମହାଦରେ ଥିଲା । କିନ୍ତୁ ରାତି ଅଧିକ ହୋଇଯିବାରୁ ସେ ମହାଦରେ ହିଁ ଅଟକି ଯାଇଥିଲେ । ଶୁକ୍ରବାର ନିର୍ବାଚନ ରାଲି କରିବା ପାଇଁ ତାଙ୍କୁ ଅମରାବତୀ ଯିବାର ଥିଲା । ହେଲିକପ୍ଟରଟି ତାଙ୍କୁ ଆଣିବାକୁ ଯାଉଥିବା ବେଳେ ହଠାତ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସୁଷମା ଅନ୍ଧାରେ ଜଣେ ଓକିଲ ସାଙ୍ଗକୁ ଲେଖିକା ମଧ୍ୟ ।
କହି ରଖୁଛୁ ଯେ ମହାରାଷ୍ଟ୍ରର ରାଇଗଡ଼ ଲୋକସଭା ଆସନ ପାଇଁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅଧୀନରେ ଭୋଟ୍ ଗ୍ରହଣ କରାଯିବ । ଏଠାରେ ମେ’ ୭ରେ ମତଦାନ ଅନୁଷ୍ଠିତ ହେବ ।