ନରସିଂହପୁର ବଡ଼ଭୂଇଁରେ ଅଗ୍ନିକାଣ୍ଡ, ଜଳିଗଲା ଦୁଇ ଟ୍ରାକ୍ଟର, କାର ଓ ରୋଟର

ନରସିଂହପୁର ବ୍ଲକ ଅନ୍ତର୍ଗତ ବଡଭୁଇଁ ଗ୍ରାମରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳି ଯାଇଛି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ।

ନରସିଂହପୁର : ନରସିଂହପୁର ବ୍ଲକ ଅନ୍ତର୍ଗତ ବଡଭୁଇଁ ଗ୍ରାମରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳି ଯାଇଛି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି । ଖବର ଲେଖାହେବା ଯାଏ ବଳଭଦ୍ର ସାହୁଙ୍କର ଦୁଇଟି ଟ୍ରାକ୍ଟର, ଗୋଟିଏ ରୋଟର, ଗୋଟିଏ କାର ହୁତୁ ହୁତୁ ହୋଇ ଜଳୁଥିବା ଦେଖାଯାଇଛି ।

ସେହିପରି ନିକଟରେ ଥିବା ଆମ୍ବ ଓ ନଡ଼ିଆ ଗଛରେ ମଧ୍ୟ ନିଆଁ ଲାଗିଥିବା ଦେଖାଯାଇଛି। କେଉଁ କାରଣରୁ ନିଆଁ ଲାଗିଛି ତାହା ଜଣାପଡ଼ିନି। ଲୋକେ ନିଆଁ ଲାଗିବା ଦେଖି ବାଲିଝରି ଦମକଳ ବାହିନୀକୁ ଖବର ଦେବା  ପରେ ଦମକଳ ବାହିନୀ ପହଂଚି ନିଆଁ ଲିଭାଇବାରେ ଲାଗିଛନ୍ତି। ଲକ୍ଷାଧିକ ଟଙ୍କାର ଯାନ୍ତ୍ରିକ ଗାଡି ପୋଡି ହୋଇଯାଇଥିବାରୁ ଗାଡି ମାଲିକ ମୁଣ୍ଡରେ ହାତ ଦେଇ ବସିଛନ୍ତି ।