Below header

ଦଶହରାରେ ଅଘଟଣ: ନଦୀକୁ ଖସିଲା ବୋଲେରୋ, ପିଲାଙ୍କ ସମେତ ୫ ମୃତ

ଝାରଖଣ୍ଡ ଦେଓଘର ଚିତରା ଥାନା ଅନ୍ତର୍ଗତ ଅଜୟ ବରାଜରେ ବୋଲେରୋ ନଦୀକୁ ଖସିପଡିବାରୁ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଉଦ୍ଧାର କରିବା କାର୍ଯ୍ୟରେ ଲାଗିଯାଇଥିଲେ ।

ଦଶହରାରେ ବଡ ଅଘଟଣ । ଝାରଖଣ୍ଡ ଦେଓଘର ଚିତରା ଥାନା ଅନ୍ତର୍ଗତ ଅଜୟ ବରାଜରେ ବୋଲେରୋ ନଦୀକୁ ଖସିପଡିବାରୁ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଉଦ୍ଧାର କରିବା କାର୍ଯ୍ୟରେ ଲାଗିଯାଇଥିଲେ ।

ଖବର ମୁତାବକ, ଗୋଟିଏ ପରିବାରର ସମସ୍ତ ସଦସ୍ୟ ବୋଲେରୋରେ ଆସନସୋଲରୁ ଗିରିଡିହ ଯାଉଥିଲେ । ରାସ୍ତାରେ ସିକଟିୟା ପାଖରେ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇ ଅଜୟ ବରାଜରେ ଖସିପଡିଥିଲା । ଏଥିରେ ଥିବା ଦୁଇ ପିଲାଙ୍କ ସମେତ ୫ ଜଣ ପାଣିରେ ବୁଡିଯିବାରୁ ମୃତ୍ୟୁ ହୋଇଛି । ଜଣେ ବ୍ୟକ୍ତି ନିଜ ଜୀବନକୁ ରକ୍ଷା କରିପାରିଛନ୍ତି ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ସହାୟତା କରିବା ପାଇଁ ଚାଲିଆସିଥିଲେ । ଆଉ ଗାଡି ଭିତରୁ ଏମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସେତେବେଳକୁ ୫ ଜଣଙ୍କର ମୃତ୍ୟୁ ହୋଇସାରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.