Below header

ହେମନ୍ତ ସୋରେନଙ୍କୁ ଝଟକା, ବଡବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ମିଳିଲାନି ଜାମିନ

ରାଞ୍ଚିର ସ୍ୱତନ୍ତ୍ର PMLA କୋର୍ଟ ଜମି ଘୋଟାଲା ମାମଲାରେ ସୋରେନଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କରି ଦେଇଛନ୍ତି । ସୋରେନ୍ ନିଜ ବଡବାପାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ କୋର୍ଟଙ୍କ ଠାରୁ ୧୩ ଦିନିଆ ଅନ୍ତରୀଣ ଜାମିନ ମାଗିଥିଲେ ।

ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପୁଣି ଝଟକା । ରାଞ୍ଚିର ସ୍ୱତନ୍ତ୍ର PMLA କୋର୍ଟ ଜମି ଘୋଟାଲା ମାମଲାରେ ସୋରେନଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କରି ଦେଇଛନ୍ତି । ସୋରେନ୍ ନିଜ ବଡବାପାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ କୋର୍ଟଙ୍କ ଠାରୁ ୧୩ ଦିନିଆ ଅନ୍ତରୀଣ ଜାମିନ ମାଗିଥିଲେ । ଏହି ମାମଲାରେ ଶୁଣାଣି କରି କୋର୍ଟ ଜାମିନ ଦେବାକୁ ମନା କରିଦେଇଛନ୍ତି ।

ସେ କୋର୍ଟକୁ କହିଥିଲେ କି ତାଙ୍କ ବାପାଙ୍କ ବଡଭାଇଙ୍କର ଦେହାନ୍ତ ହୋଇଯାଇଛି ଓ ସେ ତାଙ୍କ ଶୁଦ୍ଧି କ୍ରିୟାରେ ଭାଗ ନେବାକୁ ଅନ୍ତରୀଣ ଜାମିନ ଚାହୁଁଛନ୍ତି । ଏହି ମାମଲାରେ ଶୁଣାଣି ପରେ କୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି । ମାମଲାର ଶୁଣାଣି ହେବା ପରେ କୋର୍ଟ ଜାମିନ ଦେବାକୁ ମନା କରିଦେଇଛନ୍ତି ।

ଗତ ଶନିବାର ହେମନ୍ତ ସୋରେନଙ୍କ ବଡ ବାପା ରାମ ସୋରେନଙ୍କ ଦେହାନ୍ତ ହୋଇଯାଇଛି । ସେ ରାଞ୍ଚିରେ ରହୁଥିଲେ ଓ ଦୀର୍ଘ ସମୟ ଧରି ରୋଗରେ ପୀଡିତ ଥିଲେ ।

ସୂଚନାଯୋଗ୍ୟ, ଜମି ଘୋଟାଲା ସହ ଜଡିତ ମନି ଲଣ୍ଡରି ମାମଲାରେ ଇଡି ସୋରେନଙ୍କୁ ୩୧ ଜାନୁଆରୀରେ ଗିରଫ କରିଥିଲା । ଏହାପରେ ତାଙ୍କୁ ୩ ମାସ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଥିଲା । ସୋରେନଙ୍କୁ ଗିରଫ କରିବା ପୂର୍ବରୁ ଇଡି ୭ ଘଣ୍ଟା ଯାଏ ପଚରାଉଚରା କରୁଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା । ବର୍ତ୍ତମାନ ହେମନ୍ତ ସୋରେନ ରାଞ୍ଚିର ବିର୍ସା ମୁଣ୍ଡା ହୋଟଓ୍ଵାର ଜେଲରେ ବନ୍ଦୀ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.