Below header

ବିଜେଡିର ୮ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଖୋର୍ଦ୍ଧାରୁ ଲଢ଼ିବେ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରଦୀପ ସାହୁ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ୮ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।

କେନ୍ୟୁଜ(ବ୍ୟୁରୋ) : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ୮ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଏହି ତାଲିକାରେ ୩ ଜଣଙ୍କ ନାମ ଘୋଷଣା କରାଯାଇଛି । ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ବେଗୁନିଆରୁ ପ୍ରଦୀପ ସାହୁ ଓ ଭୋଗରାଇରୁ ଗୌ ତମବୁଦ୍ଧ ଦାସଙ୍କ ନାମ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରିଛି ।

ଆଜି ୩ ବିଧାନସଭା ଆସନରୁ ୨ ଜଣ ବିଧାୟକଙ୍କ ନାମ କଟିଛି । ଭୋଗରାଇରୁ ବିଧାୟକ ଥିବା ଅନନ୍ତ ଦାସ ଓ ଖୋର୍ଦ୍ଧାରୁ ବିଧାୟକ ଥିବା ଜ୍ୟୋତିରିନ୍ଦ୍ରନାଥ ମିତ୍ର ଙ୍କୁ ବାଦ ଦିଆଯାଇଛି । ସେଠାରେ ନୂଆ ମୁହଁ ଦିଆଯାଇଛି । ବିଜେଡିର ଆଉ ୩ଟି ବିଧାନସଭା ଆସନ ପାଇଁ ନାମ ଘୋଷଣା ବାକି ରହିଛି । ଖଣ୍ଡପଡା, ନୀଳଗିରି ଓ କୋରେଇ ବିଧାନସଭା ପାଇଁ ବିଜେଡିର ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ ବିଜେଡି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.