Below header

ପିଇବା ପାଣି ଦାବିରେ ରାସ୍ତାରୋକ କଲେ ଶତାଧିକ ଗ୍ରାମବାସୀ

ପିଇବା ପାଣି ଦାବିରେ ରାସ୍ତାରୋକ । ବର୍ଷ ବର୍ଷ ଧରି ପିଇବା ପାଣି ସମସ୍ୟା ସହ ପ୍ରବଳ ଖରାରେ ସମସ୍ୟା ଉତ୍କଟ ହେବା ପରେ ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ ।

ଜଳେଶ୍ୱର : ପିଇବା ପାଣି ଦାବିରେ ରାସ୍ତାରୋକ । ବର୍ଷ ବର୍ଷ ଧରି ପିଇବା ପାଣି ସମସ୍ୟା ସହ ପ୍ରବଳ ଖରାରେ ସମସ୍ୟା ଉତ୍କଟ ହେବା ପରେ ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ପିଇବା ପାଣି ଦାବିରେ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ନଟାକଟା ପଞ୍ଚାୟତବାସୀ ରାସ୍ତାରୋକ କରିଛନ୍ତି । ଅମର୍ଦ୍ଦାରୋଡ- ବାରିପଦା ମୁଖ୍ୟରାସ୍ତାର ଅମର୍ଦାରୋଡ ପୁରୁଣା ଫାଣ୍ଡି ବଜାର ନିକଟରେ ଶତାଧିକ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି ।

ନଟାକଟା ପଞ୍ଚାୟତର ନଟାକଟା, ବଡ ଚାରିଗାଁ, ଶ୍ୟାମସୁନ୍ଦରପୁର ଗାଁରେ ଚାରିବର୍ଷରୁ ଉର୍ଦ୍ଧ୍ୱ ବର୍ଷ ଧରି ପିଇବା ପାଣିର ସମସ୍ୟା ରହିଛିି । ଏନେଇ ଗ୍ରାମବାସୀ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହାନ୍ତି ବୋଲି ଅଭିଯୋଗ ହୋଇଛି ।

ଫଳରେ ପିଇବା ପାଣି ଅସୁବିଧାର ସମ୍ମୁଖୀନ ହେଉଥିବା ତିନିଟି ଗାଁର ଶତାଧିକ ଲୋକେ ଅମର୍ଦାରୋଡ-ବାରିପଦା ରାସ୍ତାର ଫାଣ୍ଡି ବଜାର ଠାରେ ରାସ୍ତା ରୋକ କରିଥିଲେ । ଘଟଣାସ୍ଥଳରେ ନଟାକଟା ସରପଞ୍ଚ ପହଞ୍ଚି ପାଣିର ବ୍ୟବସ୍ଥା କରିବା ସହିତ ଅଚଳ ହୋଇ ପଡିଥିବା ନଳକୂପର ମରାମତି ଆରମ୍ଭ କରିବା ପରେ ରାସ୍ତା ରୋକ ହଟିଥିଲା। ତେବେ ଏହାର ସ୍ଥାୟୀ ସମାଧାନ ନକଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.