Below header

ଝିଅ ଅପହରଣ ହେବାର ୭ ଦିନ ବିତିଯାଇଥିଲେ ମଧ୍ୟ ମିଳୁନି ନ୍ୟାୟ

ଝିଅ ଅପହରଣ ହେବାର ଦୀର୍ଘ ସାତ ଦିନ ହେଲା ଝିଅର କିଛି ପତ୍ତା ମିଳିପାରୁନି । ପୋଲିସ ସଠିକ ତଦନ୍ତ କରୁନଥିବା ଅଭିଯୋଗ କରି ଆଜି ହାତରେ ପେଟ୍ରୋଲ ଧରି ଚାନ୍ଦବାଲି ଥାନା ଘେରିଛନ୍ତି ଝିଅର ମାଆ ସହ ଶତାଧିକ ମହିଳା।

ଚାନ୍ଦବାଲି(କେନ୍ୟୁଜ୍‌): ପାଠ ପଢ଼ିବା ପାଇଁ ଟ୍ୟୁସନ୍‌ ଝିଅ ଯାଉଥିଲା । ହେଲେ ଟ୍ୟୁସନ ଯିବା ବାଟରେ ଝିଅକୁ ଅପହରଣ କରାଯାଇଥିଲା । ଝିଅ ଟ୍ୟୁସନରୁ ଘରକୁ ନ ଫେରିବାରୁ ପରିବାର ଲୋକେ ବ୍ୟସ୍ତ ବିବ୍ରତ ହୋଇଥିଲେ । ଆଉ ଝିଅକୁ ବହୁତ ଖୋଜା ଖୋଜି କରିଥିଲେ । ହେଲେ ଝିଅର କୌଣସି ପତ୍ତା ନପାଇ ଥାନାରେ ଅଭିଯୋଗ କରିଥିଲେ କିନ୍ତୁ ଏହି ଅଭିଯୋଗକୁ ସାତ ଦିନ ବିତିଯାଇଥିଲେ ମଧ୍ୟ ଝିଅର ମିଳୁନି ପତ୍ତା । ଯାହାକୁ ନେଇ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ।

ଗତ ରବିବାର ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ସିଙ୍ଗିଟି ଗ୍ରାମର ଜଣେ ଯୁକ୍ତ ଦୁଇର ଛାତ୍ରୀ ଟିଉସନ ଯିବା ବାଟରେ ସିଙ୍ଗିଟ ରାସ୍ତାରୁ ସଂନ୍ଧ୍ୟା ସମୟରେ କେହି କିିଡନାପ କରି ନେଇଯାଇଥିବା ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ ଝିଅର କକା ଲୋକନାଥ ନାୟକ। ତେବେ ପରେ ପରିବାର ଲୋକ ଜାଣିବାକୁ ପାଇଥିଲେ କିଡନାପ କରିଥିବା ଯୁବକର ଘର ଯାଜପୁର ଅଞ୍ଚଳର ବୋଲି।

ତେବେ ସବିଶେଷ ତଥ୍ୟ ପୋଲିସକୁ ଦେବା ପରେ ବି ଦୀର୍ଘ ସାତ ଦିନ ହେଲା ଝିଅର କିଛି ପତ୍ତା ମିଳିପାରୁନି ପୋଲିସ ସଠିକ ତଦନ୍ତ କରୁନଥିବା ଅଭିଯୋଗ କରି ଆଜି ହାତରେ ପେଟ୍ରୋଲ ଧରି ଚାନ୍ଦବାଲି ଥାନା ଘେରିଛନ୍ତି ଝିଅର ମାଆ ସହ ଶତାଧିକ ମହିଳା।

ତେବେ ଘଟଣା ଟି ଗତ ରବିବାର ଦିନ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ପୋଲିସ କାହିଁକି ଝିଅକୁ ଠାବ କରିପାରୁନାହିଁ । ସେପଟେ ଝିଅ ନାବାଳିକା ଥିବାରୁ ଚିନ୍ତାରେ ବାପା ମା’ । ଝିଅ ଜୀବିତ ଅଛି କି ମୃତ ସେ ବିଷୟରେ ପରିବାର ଲୋକେ ଜାଣିବାକୁ ଚାହୁଁଥିବା ବେଳେ ପୋଲିସ ପକ୍ଷରୁ ପରିବାର ଲୋକଙ୍କୁ କୌଣସି ତଥ୍ୟ ମିଳିନାହିଁ । ତେଣୁ ଗ୍ରାମବାସୀ ଓ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରି ଆଜି ଚାନ୍ଦବାଲି ଥାନା ସମ୍ମୁଖରେ ହୋହାଲ୍ଲ କରିବା ସହ ନ୍ୟାୟ ଦାବି କରିଛନ୍ତି । ଝିଅର ମା’ ହାତରେ ପେଟ୍ରୋଲ ଧରି ଥାନା ସମ୍ମୁଖରେ ଜୀବନ ହାରିବେ ବୋଲି ଧମକ ମଧ୍ୟ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.