Below header

ଝାରଖଣ୍ଡ: ବରଯାତ୍ରୀରୁ ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ,ଚାଲିଗଲା ୫ ଜୀବନ

ଝାରଖଣ୍ଡର ଗିରିଡିହ ଜିଲ୍ଲା ଲୁକୈୟାରେ ଗଛରେ ପିଟି ହେଲା ସ୍କର୍ପିଓ । ଘଟଣାରେ ୫ ଜଣଙ୍କର ଜୀବନ ଚାଲିଯାଇଛି । ଗାଡ଼ିଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ଯାଇଥିବା ବେଳେ ଗାଡ଼ିର ଚକ ବାହାରି ପଳାଇଥିଲା ।

ଝାରଖଣ୍ଡର ଗିରିଡିହ ଜିଲ୍ଲା ଲୁକୈୟାରେ ମର୍ମନ୍ତୁଦ ଦୁର୍ଘଟଣା। ଗଛରେ ପିଟି ହେଲା ସ୍କର୍ପିଓ । ଘଟଣାରେ ୫ ଜଣଙ୍କର ଜୀବନ ଚାଲିଯାଇଛି । ଗାଡ଼ିଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ଯାଇଥିବା ବେଳେ ଗାଡ଼ିର ଚକ ବାହାରି ପଳାଇଥିଲା ।

ଝାଡ଼ଖଣ୍ଡର ବିରନୀ ଥୋରିଆରୁ ଗିରିଡିହର ଡିକୋଡିହ ଅଞ୍ଚଳକୁ ଏକ ସ୍କର୍ପିଓରେ ୫ ଜଣ ଆସୁଥିଲେ । ମାତ୍ର ଗାଡ଼ିଟି ବିଳମ୍ବିତ ରାତିରେ ଡ୍ରାଇଭର ଗାଡ଼ିରୁ ନିୟନ୍ତ୍ରଣ ହରାଇ ବସିବା ଫଳରେ ଗାଡିଟି ଗଛରେ ପିଟି ହୋଇଯାଇଥିଲା । ସ୍ଥାନୀୟ ଲୋକେ ପହଞ୍ଚି ଗାଡ଼ିରେ ଥିବା ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିବା ବେଳେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.