ବିଶ୍ୱକପ ବିଜେତା ଅଧିନାୟକଙ୍କୁ ସମ୍ମାନିତ କରିବ ବିସିସିଆଇ, ଫାଇନାଲ ମ୍ୟାଚ ବେଳେ ଦେବ ସ୍ୱତନ୍ତ୍ର ସମ୍ମାନ

ଚଳିତ ଦିନିକିଆ ବିଶ୍ୱକପରେ ପୂର୍ବ ବିଶ୍ୱକପ ବିଜେତା ଅଧିନାୟକଙ୍କୁ ସ୍ପେଶାଲ ବ୍ଲେଜର ଦେଇ ସମ୍ମାନିତ କରିବ ବିସିସିଆଇ । ଫାଇନାଲ ମ୍ୟାଚର ପ୍ରଥମ ଇନିଂସ ସରିବା ପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ସମାରୋହରେ ଧୋନି, କପିଳ ଦେବ, ରିକି ପଏଣ୍ଟିଂ, କ୍ଲାଇଭ ଲାୟର୍ଡ, ଏଲନ ବୋର୍ଡର, ଇଆନ ମୋର୍ଗାନ ଏବଂ ଅର୍ଜୁନ ରଣାତୁଙ୍ଗା ଷ୍ଟାଡିୟମରେ ଉପସ୍ଥିତ ରହିବେ ।

ବିଶ୍ୱକପ ୨୦୨୩ ଫାଇନାଲ ଆସନ୍ତାକାଲି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏହି ଅବସରରେ ପୂର୍ବତନ ବିଶ୍ୱକପ ବିଜେତାଙ୍କୁ ଖାସ୍‌ ଅନ୍ଦାଜରେ ସମ୍ମାନିତ କରାଯିବ । ଚାମ୍ପିଅନ ଅଧିନାୟକଙ୍କୁ ସ୍ପେଶାଲ ବ୍ଲେଜର ଦେଇ ସମ୍ମାନିତ କରାଯିବ । ଏହି ସମ୍ମାନ ପ୍ରଥମ ଇନିଂସ ଖେଳାଯିବା ପରେ ଦିଆଯିବ । ଏହି ସମାରୋହରେ ଏମଏସ ଧୋନି, କପିଲ ଦେବ, ରିକି ପଏଣ୍ଟିଂ, କ୍ଲାଇଭ ଲାୟର୍ଡ, ଏଲନ ବୋର୍ଡର, ଇଆନ ମୋର୍ଗାନ ଏବଂ ଅର୍ଜୁନ ରଣାତୁଙ୍ଗା ଷ୍ଟାଡିୟମରେ ଉପସ୍ଥିତ ରହିବେ ।

ବିସିସିଆଇ ଏହି ଇଭେଣ୍ଟ ପାଇଁ ସମସ୍ତ ପ୍ରସ୍ତୁତି କରିସାରିଛି । ଏହି ଇଭେଣ୍ଟରେ ଅଧିନାୟକଙ୍କୁ ସ୍ପେଶାଲ ବ୍ଲେଜର ଦିଆଯାଇ ସମ୍ମାନିତ କରାଯିବା ପୂର୍ବରୁ ଷ୍ଟାଡିୟମ ସ୍କ୍ରିନରେ କିଛି ସର୍ଟ ଭିଡିଓ କ୍ଲିପ୍‌ ଦେଖାଯିବ । ଏଥିରେ କିଭଳି ଟିମ୍‌ ଚାମ୍ପିଅନ ହୋଇଥିଲା, ତାହା ଦେଖିବାକୁ ମିଳିବ । ଏହି ସମୟରେ ସମସ୍ତ ଅଧିନାୟକଙ୍କୁ ଛୋଟ ବଡ ପ୍ରଶ୍ନ ମଧ୍ୟ ପଚରାଯିବ ।

ବିଶ୍ୱକପ ଫାଇନାଲରେ ଅପରାହ୍ନ ୧.୩୦ରେ ଟସ୍‌ ହେବ । ଖେଳ ୨ଟାରୁ ଆରମ୍ଭ ହେବ । ଏହାପୂର୍ବରୁ ବ୍ରିଟିଶ ଗାୟିକା ଲିପା ଦୁଆ ଷ୍ଟେଜ ପରଫରମାନ୍ସ ଦେବେ । ତେବେ ବିଶ୍ୱକପ ଫାଇନାଲରେ ଭାରତୀୟ ଟିମ୍‌ ୫ଥର ଚାମ୍ପିଅନ ହୋଇଥିବା ଟିମ ଅଷ୍ଟ୍ରେଲିଆକୁ ଭେଟିବ । ଟିମ୍‌ ଚଳିତ ଦିନିକିଆ ବିଶ୍ୱକପରେ ଅପରାଜେୟ ରହିଛି । ବିଶ୍ୱକପ ୨୦୨୩ର ସମସ୍ତ ୧୦ଟି ମ୍ୟାଚ ଟିମ୍‌ ଜିତିଛି ।

ଫାଇନାଲ ପାଇଁ ଟିମ୍‌ ପହଞ୍ଚି ଅଭ୍ୟାସ ଜାରି ରଖିଛି । ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଫାଇନାଲ ମ୍ୟାଚ୍ ଖେଳାଯିବା ପୂର୍ବରୁ ମୋଟେରାରେ ଏହି ଦଳ ୧୦ ମିନିଟ୍ ଧରି ଏୟାର ଶୋ’ ପ୍ରଦର୍ଶନ କରି ଦର୍ଶକଙ୍କ ମନୋରଞ୍ଜନ କରିବେ । ସୂର୍ଯ୍ୟକିରଣ ଏରୋବେଟିକ୍ ଦଳ ୯ଟି ଏୟାରକ୍ରାଫ୍ଟ ସହ ଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରିଛନ୍ତି ।

ବିଶ୍ୱକପ ଫାଇନାଲ ମ୍ୟାଚ ଦେଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଅଷ୍ଟ୍ରେଲିଆ ଉପ ପ୍ରଧାନମନ୍ତ୍ରୀ ରିଚାର୍ଡ ମାଲର୍ସ ମଧ୍ୟ ଉପସ୍ଥିତି ରହିବେ । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟରେ ଖେଳାଯିବାକୁ ଥିବା ମ୍ୟାଚ ପାଇଁ ସୁରକ୍ଷା ଏବଂ ବ୍ୟବସ୍ଥାକୁ କଡାକଡ଼ି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.