Below header

ଖରା ଯୋଗୁ ଆଖି ପୋଡିବା କିମ୍ବା କୁଣ୍ଡେଇ ହେବା ଭଳି ସମସ୍ୟା ହେଉଛି କି ? ଆପଣାନ୍ତୁ ଏହି ୬ଟି ଟିପ୍ସ

ଆଖିକୁ ସୂର୍ଯ୍ୟ କିରଣରୁ ରକ୍ଷା କରିବା ପାଇଁ ଏବଂ ଗ୍ରୀଷ୍ମ ସମୟରେ ହେଉଥିବା ଅନେକ ରୋଗରୁ ରକ୍ଷା ପାଇପାରିବେ । ଆପଣାନ୍ତୁ ଏହି ୬ଟି ଉପାୟ । ଯାହା ଫଲରେ ଆପଣଙ୍କ ଆଖି ଭଲ ରହିବ ଏବଂ କୌଣସି ସମସ୍ୟା ହେବ ନାହିଁ ।

ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ସୂର୍ଯ୍ୟ କିରଣ ଏବଂ ଧୂଳି ଯୋଗୁ ଆମ ଆଖିରେ ଅନେକ ପ୍ରକାରର ସମସ୍ୟା ହୋଇଥାଏ । ଏଭଳି ପରିସ୍ଥିତିରେ ଆଖିର ଯତ୍ନ ନେବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଯଦି ଆପଣ କିଛି ସତର୍କତା ଅବଲମ୍ବନ କରନ୍ତି, ତେବେ ଆପଣ ଆଖିକୁ ଭଲ ରଖିପାରିବେ ଏବଂ ଗ୍ରୀଷ୍ମ ସମୟରେ ହେଉଥିବା ଅନେକ ରୋଗରୁ ରକ୍ଷା ପାଇପାରିବେ । ସେଥିପାଇଁ ଆମେ ଆଜି ଆପଣଙ୍କୁ କିଛି ସହଜ ଉପାୟ ବିଷୟରେ ଜଣାଇବୁ । ଯାହାକୁ ଫଲୋ କରି ଆପଣ ଗ୍ରୀଷ୍ମ ସମୟରେ ଆଖିର ଯତ୍ନ ନେଇପାରିବେ ।

ବାହାରକୁ ଯିବା ସମୟରେ ଚଷମା ପିନ୍ଧନ୍ତୁ :
ଆଖିକୁ ସୂର୍ଯ୍ୟ କିରଣରୁ ରକ୍ଷା କରିବା ପାଇଁ ଚଷମା ହେଉଛି ସବୁଠାରୁ ଭଲ ଉପାୟ । ଚଷମା କିଣିବା ସମୟରେ ଧ୍ୟାନ ରଖନ୍ତୁ, ଯେପରି ତାହାର ଲେନ୍ସ ଉଭୟ UVA ଏବଂ UVB କିରଣକୁ ଅବରୋଧ କରୁଥିବ ।

ଡାଏଟ୍‌ ଉପରେ ଧ୍ୟାନ ରଖନ୍ତୁ :
ଆଖିରେ କୌଣସି ପ୍ରକାରର ସମସ୍ୟା ନହେବା ପାଇଁ ଆପଣ ନିଜ ପ୍ରତିଦିନର ଡାଏଟ୍‌ ଉପରେ ଧ୍ୟାନ ଦିଅନ୍ତୁ । ଯେପରି ସବୁଜ ପନିପରିବା, ଫଳ, ଫଳ ଏବଂ ମାଛ ପରି ଜିନିଷ ଖାଆନ୍ତୁ । ଯାହା ଭିଟାମିନ୍ A, C ଏବଂ Eରେ ଭରପୂର ହୋଇଥାଏ । ତେବେ ଏହି ପୋଷକ ତତ୍ତ୍ୱ ଆଖିକୁ ଭଲ ରଖିବାରେ ସାହାଯ୍ୟ କରିଥାଏ ।

ସଠିକ୍‌ ଭାବେ ପାଣି ପିଅନ୍ତୁ :
ଗ୍ରୀଷ୍ମ ଋତୁରେ ଶରୀରରେ ଜଳର ଅଭାବ ଦେଖାଦେଇଥାଏ, ଯେଉଁଥିପାଇଁ ଆଖି ଶୁଷ୍କ ଏବଂ ଲାଲ ହୋଇପାରେ । ତେଣୁ ଦିନସାରା ସଠିକ୍‌ ପରିମାଣରେ ପାଣି ପିଇବା ଉଚିତ । ଏହା ଶରୀରକୁ ହାଇଡ୍ରେଟ୍ ରଖେ ଏବଂ ଆଖିକୁ ଆର୍ଦ୍ରତା ମଧ୍ୟ ପ୍ରଦାନ କରେ ।

ଡିଜିଟାଲ୍ ସ୍କି୍ରିନ୍‌ରୁ ଦୂରେଇ ରୁହନ୍ତୁ :
ଆଜିକାଲି ଆମେ ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର, ମୋବାଇଲ୍ ଏବଂ ଟିଭି ସ୍କ୍ରିନ୍‌ରେ ଦେଖୁ । ଏହି ଡିଜିଟାଲ୍ ସ୍କ୍ରିନ୍‌ରୁ ନିର୍ଗତ ହୋଇଥିବା ନୀଳ ଲାଇଟ୍‌ ଆଖିକୁ ଖରାପ କରିପାରେ । ତେଣୁ ପ୍ରତି ୨୦ ମିନିଟରେ ଅତି କମରେ ୨୦ ସେକେଣ୍ଡ ପାଇଁ ଏହି ସ୍କ୍ରିନ୍‌ ଠାରୁ ବ୍ରେକ୍‌ ନିଅନ୍ତୁ । ଯାହା ଫଲରେ ଆପଣଙ୍କ ଆଖି ଭଲ ରହିବ ଏବଂ କୌଣସି ସମସ୍ୟା ହେବ ନାହିଁ ।

ବାରମ୍ଭାର ଆଖିରେ ହାତ ଲଗାନ୍ତୁ ନାହିଁ :
ଧୂଳିପୂର୍ଣ୍ଣ ସ୍ଥାନକୁ ଯିବା ଠାରୁ ଦୂରେଇ ରୁହ ଏବଂ ବାରମ୍ବାର ଆଖିକୁ ଛୁଇଁବାର ଅଭ୍ୟାସ ମଧ୍ୟ ଛାଡିଦିଅ । ଏହା କରିବା ଦ୍ୱାରା ଆଖି ଇନ୍‌ଫେକ୍ସନ୍‌ ଆଶଙ୍କା ବଢିପାରେ । ସେଥିପାଇଁ ଏହି କଥାର ବିଶେଷ ଭାବେ ଧ୍ୟାନ ରଖନ୍ତୁ । ଯେପରି ଆପଣ ନିଜ ଆଖିରେ ବାରମ୍ବାର ହାତ ଲାଗାଇବେ ନାହିଁ ।

୭ ରୁ ୮ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ :
ଆଖିକୁ ଭଲ ରଖିବା ପାଇଁ ପର୍ଯ୍ୟାପ୍ତ ନିଦ ପାଇବା ମଧ୍ୟ ଅତ୍ୟନ୍ତ ଜରୁରୀ । ତେଣୁ ରାତିରେ ଅତି କମରେ ୭ ରୁ ୮ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ । ଯାହା ଫଲରେ ଆଖିରେ କୌଣସି ପ୍ରକାରର ସମସ୍ୟା ହେବ ନାହିଁ ।

ଏହି ଜିନିଷଗୁଡ଼ିକୁ ମଧ୍ୟ ଧ୍ୟାନରେ ରଖନ୍ତୁ :
ଯେଉଁମାନେ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରନ୍ତି ସେମାନେ ଲେନ୍ସକୁ ସଫା ରଖିବା ପାଇଁ ବିଶେଷ ଯତ୍ନ ନେବା ଉଚିତ୍ । ଯଦି ଖରା ଯୋଗୁ ଆପଣଙ୍କର ଆଖି ପୋଡୁଛି, କୁଣ୍ଡେଇ ହେଉଛି କିମ୍ବା ସଠିକ୍‌ ଭାବେ ଦେଖା ନଯିବା ଭଳି ସମସ୍ୟା ହେଉଛି । ତେବେ ନିଶ୍ଚିତ ଭାବରେ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.