Below header

ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ ବନ୍ଦ ଡାକରା

ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିରେ ଆଜି କୋଶଲ ମହାବନ୍ଦର ଡାକରା ଦେଇଛି ସଂଯୁକ୍ତ କ୍ରିୟାନୁଷ୍ଠାନ କମିଟି । ପଶ୍ଚିମ ଓଡିଶା ର ୧୧ଟି ଜିଲ୍ଲାରେ ଏହି ବନ୍ଦ ଡାକରା ଦିଆଯାଇଛି ।

ବଲାଙ୍ଗିର(କେନ୍ୟୁଜ): ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିରେ ଆଜି କୋଶଲ ମହାବନ୍ଦର ଡାକରା ଦେଇଛି ସଂଯୁକ୍ତ କ୍ରିୟାନୁଷ୍ଠାନ କମିଟି । ପଶ୍ଚିମ ଓଡିଶା ର ୧୧ଟି ଜିଲ୍ଲାରେ ଏହି ବନ୍ଦ ଡାକରା ଦିଆଯାଇଛି ।

ବଲାଙ୍ଗିର ସହରରେ ସକାଳ ଛଟାରୁ ଜିଲ୍ଲା ମୁଖ୍ୟ ଡାକଘରକୁ ବନ୍ଦ କରିଛନ୍ତି ଆନ୍ଦୋଳନକାରୀ । ଏଠାରୁ ସକାଳୁ ସକାଳୁ ଡାକ ସେବା ଯାଇଥାଏ । ପରେ ପିକେଟିଂ କରି ଗାଡି ଚଳାଚଳକୁ ବନ୍ଦ କରାଯାଉଛି । ବହୁ ସଂଗଠନ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ସେହିପରି ଆଜି ବରଗଡ଼ରେ ମଧ୍ୟ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ବନ୍ଦ ଡାକରା ଦେଇଛି କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି । ଜିଲ୍ଲାର ୧୨ଟି ବ୍ଲକରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବନ୍ଦ ବେଳେ ଜିଲ୍ଲାର ସମସ୍ତ ଦୋକାନ, ବଜାର, ସରକାରୀ ଓ ବେସରକାରୀ ସ୍କୁଲ କଲେଜ ବନ୍ଦ ରହିଛି । ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ପାଇଁ ବନ୍ଦ ଡାକରା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.