ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ ୩ ଲକ୍ଷ ୭୦ହଜାର ଟଙ୍କା ଓ ଗାଡ଼ି ଲୁଟ୍

୩ ଲକ୍ଷ ୭୦ହଜାର ଟଙ୍କା ଓ ଗାଡ଼ି ଲୁଟ । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଗୋପାଳପୁରରେ ଏହି ଲୁଟ ହୋଇଛି । ସିମେଣ୍ଟ ଗୋଦାମ କର୍ମଚାରୀଙ୍କ ନିକଟରୁ ଲୁଟ ହୋଇଥିବା ନେଇ ଖନ୍ତାପଡ଼ା ଥାନାରେ ଲିଖତ ଅଭିଯୋଗ ହୋଇଛି।

ସୋର(କେନ୍ୟୁଜ): ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ ୩ ଲକ୍ଷ ୭୦ହଜାର ଟଙ୍କା ଓ ଗାଡ଼ି ଲୁଟ । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଗୋପାଳପୁରରେ ଏହି ଲୁଟ ହୋଇଛି । ସିମେଣ୍ଟ ଗୋଦାମ କର୍ମଚାରୀଙ୍କ ନିକଟରୁ ଲୁଟ ହୋଇଥିବା ନେଇ ଖନ୍ତାପଡ଼ା ଥାନାରେ ଲିଖତ ଅଭିଯୋଗ ହୋଇଛି।

ସୋରରେ ଏକ ସିମେଣ୍ଟ ଦୋକାନର କର୍ମଚାରୀ ଦିଲ୍ଲୀପ କୁମାର ଦାସ ବାକି ଟଙ୍କା କଲେକ୍ସନ ସାରି ବିଳମ୍ବିତ ରାତି ରେ ନିଜ ବାଇକରେ ଫେରୁଥିବା ବେଳେ ଖନ୍ତାପଡ଼ା ଥାନା କାନକଟା କଣ୍ଟିଆଚିରା ପୋଲ ନିକଟରେ ୨ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ଅଟକାଇଥିଲେ।

ବନ୍ଧୁକ ଦେଖାଇ ତାଙ୍କ ନିକଟରୁ ମୋବାଇଲ ଫୋନ, ୨ଟି ସୁନା ମୁଦି ଏବଂ କଲେକ୍ସନ କରି ଆଣିଥିବା ୩ ଲକ୍ଷ ୭୦ ହଜାର ଟଙ୍କାକୁ ଦୁର୍ବୃତ୍ତମାନେ ଛଡ଼ାଇ ନେଇଥିଲେ । ପରେ ଦୁର୍ବୁତ୍ତମାନେ ଫୋନ କରି ଅନ୍ୟ ୨ ଦୁର୍ବୃତ୍ତଙ୍କୁ ଡକାଇ ଛଡ଼ାଇ ନେଇଥିବା ସମସ୍ତ ଜିନିଷ ତାଙ୍କୁ ଦେଇ ଦୋକାନ କର୍ମଚାରୀଙ୍କ ବାଇକକୁ ନେଇ ଫେରାର ହୋଇଯାଇଥିଲେ।ଏ ନେଇ ଦିଲ୍ଲୀପ ଖନ୍ତାପଡା ଥାନାରେ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.