Below header

ରେଡ୍ ବେଳେ ପୁରୀରୁ ୧୬ ହଜାର ବୋତଲ କଫ ସିରପ ଜବତ, ୫ ଗିରଫ

ବିପୁଳ ପରିମାଣର ବେଆଇନ କଫ ସିରପ ଜବତ। ୫ ଜଣ ଗିରଫ। ପୁରୀ ମଙ୍ଗଳାଘାଟ ବାଇପାସ ରାସ୍ତା କୃଷକ ବଜାର ନିକଟରୁ ବାସେଳୀସାହି ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍ ବିପୁଳ କଫ ସିରପ ଜବତ କରିଛନ୍ତି।

ପୁରୀ ( କେନ୍ୟୁଜ୍‌): ବିପୁଳ ପରିମାଣର ବେଆଇନ କଫ ସିରପ ଜବତ। ୫ ଜଣ ଗିରଫ। ପୁରୀ ମଙ୍ଗଳାଘାଟ ବାଇପାସ ରାସ୍ତା କୃଷକ ବଜାର ନିକଟରୁ ବାସେଳୀସାହି ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍ ବିପୁଳ କଫ ସିରପ ଜବତ କରିଛନ୍ତି। ୧୬ ହଜାର ୬୦୦ ବୋଲତ କଫ ସିରଫ ସହ ଅଭିଯୁକ୍ତଙ୍କ ଠାରୁ ୧ ଲକ୍ଷ ୬୦ ହଜାର ଟଙ୍କା, ୭ଟି ମୋବାଇଲ ଏବଂ ବାଇକ ଓ କାର୍ ଜବତ କରିଛି ପୋଲିସ ।

ଗିରଫ ହୋଇଥିବା ୫ ଜଣଙ୍କୁ କୋର୍ଟ ଚାଲାଣ କରିଛି। ନିର୍ବାଚନ ପାଇଁ ଚେକିଂ ଚାଲିଥିବା ବେଳେ କଫ ସିରପ ଧରାପଡ଼ିଥିବା କହିଛି ପୋଲିସ। ଅଭିଯୁକ୍ତମାନେ ବିଭିନ୍ନ ଅଞ୍ଚଳର। ଆଗାମୀ ଦିନ ରେ ପୁରୀ ସହର କୁ ନିଶାମୁକ୍ତ ରଖିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.