Below header

କାମ ଚାଲିଥିବା ବେଳେ ଭୁଶୁଡ଼ି ପଡ଼ିଲା ଛାତ ; ୪ ଶ୍ରମିକ ଆହତ, ଜଣେ ଗୁରୁତର

ଛାତ ଭୁଶୁଡ଼ି ୪ ଶ୍ରମିକ ଆହତ । ପୁରୀ ରେଳଷ୍ଟେସନ ସମ୍ମୁଖ ଭାଗ ନିର୍ମାଣାଧୀନ ପୋର୍ଟିକ ଭୁଶୁଡ଼ି ପଡ଼ିବାରୁ ୪ଜଣ ଆହତ ହୋଇଛନ୍ତି । ଆଜି ସକାଳେ ନିର୍ମାଣାଧୀନ ପୋଟିକୋ ସ୍ଲାବ କାଷ୍ଟିଂ କାମ ଚାଲିଥିବାବେଳେ ଏହା ଭୁଶୁଡ଼ି ପଡ଼ିଥିଲା ।

ପୁରୀ ( କେନ୍ୟୁଜ୍‌): ଛାତ ଭୁଶୁଡ଼ି ୪ ଶ୍ରମିକ ଆହତ । ପୁରୀ ରେଳଷ୍ଟେସନ ସମ୍ମୁଖ ଭାଗ ନିର୍ମାଣାଧୀନ ପୋର୍ଟିକ ଭୁଶୁଡ଼ି ପଡ଼ିବାରୁ ୪ଜଣ ଆହତ ହୋଇଛନ୍ତି । ଆଜି ସକାଳେ ନିର୍ମାଣାଧୀନ ପୋଟିକୋ ସ୍ଲାବ କାଷ୍ଟିଂ କାମ ଚାଲିଥିବାବେଳେ ଏହା ଭୁଶୁଡ଼ି ପଡ଼ିଥିଲା । ଜିଆରପି, ଆରପିଏଫ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ୪ଜଣ ଶ୍ରମିକଙ୍କୁ ଉଦ୍ଧାର କରି ପୁରୀ ଡାକ୍ତରଖାନାକୁ ପଠାଇଥିଲେ । ତାଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ପୋର୍ଟିକୋ ସ୍ଲାବ କାଷ୍ଟିଂ କାମ ଚାଲିଥିବାବେଳେ ୯ ଜଣ ଶ୍ରମିକ ଉପସ୍ଥିତ ଥିଲେ । ଅନ୍ୟ ଶ୍ରମିକ ସାମାନ୍ୟ ଆହତ ହୋଇଛନ୍ତି । ନିର୍ମାଣାଧୀନ କମ୍ପାନୀର ସୁପରଭାଇଜର ମଧ୍ୟ ଆହତ ହୋଇଛନ୍ତି । କାଳେ କୌଣସି ଶ୍ରମିକ ଭୁଶୁଡି ପଡ଼ିଥିବା ଛାତ ତଳେ ଚାପି ହୋଇପଡ଼ିଥିବେ ସେ ସନ୍ଦେହରେ ଦୁଇଟି ଜେସିବି ମେସିନ ସହାୟତାରେ ପୁରା ଅଞ୍ଚଳକୁ ସଫା କରାଯାଇଥିଲା । ରେଳବାଇ ଡିଆଇଜି ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ପୁରୀ ତହସିଲଦାର,ଜିଲ୍ଲା ଶ୍ରମ ଅଧିକାରୀ ଡାକ୍ତରଖାନା ଯାଇ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.