Below header

ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଭୋଟ ଭିକ୍ଷା କଲେ ଜେପି ନଡ୍ଡା

ଅମିତ ଶାହଙ୍କ ପରେ ଜେପି ନଡ୍ଡା। ବିଜେପି ପାଇଁ ପ୍ରଚାର କରିବାକୁ ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା। ବ୍ରହ୍ମପୁରର ଆମ୍ବପୁଆ ଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି।

ବ୍ରହ୍ମପୁର ( କେନ୍ୟୁଜ୍‌): ଅମିତ ଶାହଙ୍କ ପରେ ଜେପି ନଡ୍ଡା । ବିଜେପି ପାଇଁ ପ୍ରଚାର କରିବାକୁ ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା । ବ୍ରହ୍ମପୁରର ଆମ୍ବପୁଆ ଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।

ଆଗାମୀ ନିର୍ବାଚନରେ କେବଳ ଦଳର ବିଜୟ ନୁହେଁ, ମୋଦିଙ୍କ ବିକଶିତ ଭାରତ ଅଭିଳାଷକୁ ପୂରଣ କରିବା ଲକ୍ଷ୍ୟ ବୋଲି କହିଛନ୍ତି ନଡ୍ଡା । ମୋଦିଙ୍କ ବିକାଶ ଓଡ଼ିଶାରେ ପହଞ୍ଚାଇବାକୁ ହେଲେ ଏଠାରେ ବିଜେପି ସରକାର ହେବା ଦରକାର ବୋଲି ସେ କହିଛନ୍ତି । ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଭାରତର ନକ୍ସା ବଦଳିଛି । ବିକଶିତ ଭାରତ ପଥରେ ଦେଶ ଆଗେଇ ଚାଲିଛି। ଓଡିଶାକୁ ଆଗେଇ ନେବା ପାଇଁ ଏହି ନିର୍ବାଚନ ବୋଲି କହିଛନ୍ତି ବିଜେପି ଜାତୀୟ ସଭାପତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.