Below header

ଫ୍ରି ରାଇଡ୍ ଦେବ Rapido ! ସମ୍ପୂର୍ଣ୍ଣ ମାଗଣାରେ ଭୋଟ କେନ୍ଦ୍ରକୁ ନେଇଯିବ, ଆଉ ଭୋଟ ଦେଇ ସାରିଲେ ପୁଣି ଘରେ ଆଣି ଛାଡ଼ିଦେବ

ହଁ ଆଜ୍ଞା ଆପଣଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବନି । ଭୋଟରଙ୍କ ପାଇଁ ସ୍ପେଶାଲ ଡିସକାଉଣ୍ଟ ଦେଉଛି ଏକ ବେଶ ଜଣାଶୁଣା କମ୍ପାନୀ । ହାଇଦ୍ରାବାଦ୍‌ରେ ଆପଣ ଯଦି ଭୋଟ ଦେବାକୁ ଯାଉଛନ୍ତି ତେବେ ଆପଣଙ୍କୁ ଅଟୋରେ ଦେବାକୁ ପଡ଼ିବନି ଟଙ୍କା । କାରଣ ସେ ଆପଣଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଭୋଟ କେନ୍ଦ୍ରକୁ ନେଇଯିବ । ଆଉ ଭୋଟ ଦେଇ ସାରିଲେ ପୁଣି ଘରେ ଆଣି ଛାଡ଼ିଦେବ ।

ମାଗଣାରେ ଯିବେ ଭୋଟ ଦେବେ ଆଉ ପୁଣି ମାଗଣାରେ ଘରକୁ ଫେରିବେ । ହଁ ଆଜ୍ଞା ଆପଣଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବନି । ଭୋଟରଙ୍କ ପାଇଁ ସ୍ପେଶାଲ ଡିସକାଉଣ୍ଟ ଦେଉଛି ଏକ ବେଶ ଜଣାଶୁଣା କମ୍ପାନୀ । ହାଇଦ୍ରାବାଦ୍‌ରେ ଆପଣ ଯଦି ଭୋଟ ଦେବାକୁ ଯାଉଛନ୍ତି ତେବେ ଆପଣଙ୍କୁ ଅଟୋରେ ଦେବାକୁ ପଡ଼ିବନି ଟଙ୍କା । କାରଣ ସେ ଆପଣଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଭୋଟ କେନ୍ଦ୍ରକୁ ନେଇଯିବ । ଆଉ ଭୋଟ ଦେଇ ସାରିଲେ ପୁଣି ଘରେ ଆଣି ଛାଡ଼ିଦେବ ।

ହଁ ଆଜ୍ଞା ଏମିତି କିଛି ଅଫର ଏବେ ରହିଛି ଭାରି ଚର୍ଚ୍ଚାରେ । ଏହି ଅଫର କେବଳ ଭୋଟରଙ୍କ ପାଇଁ ଆଉ ଭୋଟ ଦେବାକୁ ଯାଉଥିବା ଲୋକଙ୍କ ପାଇଁ । ବିଭିନ୍ନ ଟ୍ରାଭେଲ ଏଜେନ୍ସି ପକ୍ଷରୁ ଏହି ଅଫର ଘୋଷଣା କରାଯାଇଛି । ଖାଲି ସେତିକି ନୁହେଁ, ବିଭିନ୍ନ ହୋଟେଲ ତଥା ସ୍ନାକ୍ସ ଦୋକାନରେ ଭୋଟର ମାନଙ୍କ ପାଇଁ ସ୍ପେସାଲ ଡିସକାଉଣ୍ଟ ବ୍ୟବସ୍ଥା କରିଛନ୍ତି ଅନେକ ବ୍ୟବସାୟୀ । ତେବେ ଏହାରି ଭିତରେ ରାପିଡୋ ଭୋଟରଙ୍କ ପାଇଁ ଏକ ନୂଆ ପଦକ୍ଷେପ ଆରମ୍ଭ କରିବାକୁ ଯାଉଛି । ‘ରାଇଡ୍‌ ରେସପନସିବିଲିଟୀ’ ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛି ରାପିଡୋ । ଲୋକମାନଙ୍କୁ ଫ୍ରି ରାଇଡ ଦେବାକୁ ଘୋଷଣା କରିଛି ରାପିଡୋ ।

ତେବେ ସବୁଠାରୁ ବଡ଼ କଥା ହେଲା, ଏମିତି ଅଫର ଦେବା ପାଇଁ ସେମାନଙ୍କୁ କେହି ପ୍ରବର୍ତ୍ତାଇ ନାହାନ୍ତି କି କୌଣସି ରାଜନୈତିକ ଦଳ ତାଙ୍କୁ ଟଙ୍କା ଦେଇ ନାହିଁ । ସେମାନେ ନିଜ ଇଚ୍ଛାରେ ସହରୀ ଭୋଟରଙ୍କୁ ସଚେତନ କରିବା ଉଦେଶ୍ୟରେ ତଥା ଅଧିକରୁ ଅଧିକ ମତଦାନ ଉଦେଶ୍ୟରେ ଏଭଳି ଅଫର ଘୋଷଣା କରାଯାଇଛି । ନିର୍ବାଚନ ଆୟୋଗ ମଧ୍ୟ ଲୋକଙ୍କୁ ମତଦାନର ପ୍ରତିଶତ ବଢ଼ାଇବା ଏବଂ ଲୋକଙ୍କୁ ଭୋଟିଙ୍ଗ ପାଇଁ ପ୍ରତ୍ସୋହିତ କରିବାକୁ ଚେଷ୍ଟା ଜାରୀ ରଖି ଅନେକ କିଛି ପଦକ୍ଷେପ ଆରମ୍ଭ କରିଛି ।

କହିବାକୁ ଚାହିଁବୁ ଯେ ଗରମ କାରଣରୁ ଭୋଟିଂ ପ୍ରତିଶତ କମିଯିବାର ଦେଖିବାକୁ ମିଳିଥିଲା । କିନ୍ତୁ ଏବେ ରାପିଡୋର ଏହି ଫ୍ରି ରାଇଡ୍‌ ଦ୍ୱାରା ଅନେକ ଲୋକ ମତଦାନ କରିବାକୁ ଯାଇପାରନ୍ତି । ଭୋଟର୍ସଙ୍କୁ ବିନା କୌଣସି ପରିବହନ ସମସ୍ୟା ସହ ମାଗଣାରେ ସେବା ଯୋଗାଇବ ରାପିଡୋ । ରାପିଡୋର ପ୍ରବକ୍ତା ରୋହିତ୍‌ କହିଛନ୍ତି ଯେ ଭୋଟ ଦାନ ଦିନ, ‘ଭୋଟ ନାଓ’ କୋଡକୁ ବ୍ୟବହାର କରି ରାପିଡୋ ଆପ୍‌ ମାଧ୍ୟମରେ ଫ୍ରି ରାଇଡର ସୁବିଧା ହାସଲ କରିପାରିବେ । ସେ ଏହା ମଧ୍ୟ କହିଛନ୍ତି ଯେ ବୟସ୍କ ଏବଂ ଭିନ୍ନକ୍ଷମଙ୍କ ପାଇଁ ବିଶେଷ ସେବା ରହିଛି । ଏହି ଅଫର କେବଳ ମତଦାନ କରିବା ଦିନ ହିଁ ରହିଛି। ଅର୍ଥାତ୍ ମେ’ ୧୩ ଏବଂ ୧୫ ତାରିଖ ଦିନ ।

କହିବାକୁ ଚାହିଁବୁ ଯେ ତେଲେଙ୍ଗାନାରେ କେବଳ ଖାଇବା ଦୋକାନ ନୁହେଁ କି ଟ୍ରାଭେଲ୍ସ ନୁହେଁ ଆମ୍ୟୁଜମେଣ୍ଟ ପାର୍କରେ ବୁଲିବାକୁ ହେଲେ ମଧ୍ୟ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ଡିସକାଉଣ୍ଟ ରହିଛି । ଅନ୍ୟପଟେ କେବଳ ବଡ଼ ବଡ଼ ଟ୍ରାଭେଲ ଏଜେନ୍ସି ନୁହନ୍ତି, ଅଟୋ ବାଲା, ଟାକ୍ସିବାଲା ବି ମାଗଣା ଅଫର ରଖିଛନ୍ତି । ଆମେ ସମସ୍ତେ ଜାଣିଛନ୍ତି ସହରାଞ୍ଚଳରେ ମତଦାନ ପ୍ରତିଶତ ସବୁଠାରୁ କମ୍‌ । ଗ୍ରାମାଞ୍ଚଳ ବା ରୁରାଲ ଅଞ୍ଚଳରେ ଯେଉଁ ପରିମାଣର ଭୋଟ୍ ପୁଲିଂ ହୋଇଥାଏ, ସେହି ତୁଳନାରେ ସହରୀ ଲୋକ ଭୋଟ ଦେବାକୁ ଯାଇ ନଥାନ୍ତି । କାରଣ ସହରରେ ଲୋକେ ଭୋଟ ଦେବା ପାଇଁ ବିଶେଷ ଇଚ୍ଛା ପ୍ରକାଶ କରିନଥାନ୍ତି । ଭୋଟ ଦିନ ଅଫିସ ଛୁଟି ଥାଏ, ତେଣୁ ସେମାନେ ପରିବାର ସହ ସମୟ ବିତାଇଥାନ୍ତି ଆଉ ଛୁଟିର ମଜା ନେଇଥାନ୍ତି । ଠିକ୍‌ ସେହିଭଳି ଭୋଟରଙ୍କୁ ଘରୁ ବାହାରି ଭୋଟ କେନ୍ଦ୍ରକୁ ଆସିବା ପାଇଁ ସଚେତନ କରିବା ଉଦେଶ୍ୟରେ ଏହି ସବୁ ଅଫର ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.