Browsing Tag

robbery

ମଣପୁରମ ଫାଇନାନ୍ସରୁ ଡକାୟତି ଘଟଣା, ଦୀର୍ଘ ୧ ମାସ ପରେ ଧରାପଡିଲା ମୁଖ୍ୟ ଅଭିଯୁକ୍ତ

ସମ୍ବଲପୁର: ସମ୍ବଲପୁର ମଣପୁରମ ଫାଇନାନ୍ସରୁ ଡକାୟତି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ।  ଉତ୍ତମ ପାଶୱାନକୁ ଗୁଆହାଟୀରୁ ଗିରଫ କଲା ପୋଲିସ ।  ଆଜି ଉତ୍ତମକୁ କୋର୍ଟଚାଲାଣ କରାଯିବ ।  ଅଧିକ ପଚରାଉଚରା ପାଇଁ ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି ଆଇଜି ହିମାଂଶୁ ଲାଲ ସୂଚନା…

ଅଭିନେତ୍ରୀ ପୁନମ୍ ଧିଲୋନଙ୍କ ଘରେ କଳାକନା ବୁଲାଇଲା ଚୋର, ନେଇଗଲା ହୀରା ହାର ଓ ୩୫,୦୦୦ ଟଙ୍କା

ବଲିଉଡ୍ ଅଭିନେତ୍ରୀ ପୁନମ୍ ଧିଲୋନଙ୍କ ଘରୁ ଚୋରି । ଏବେ କିନ୍ତୁ ଆଶ୍ୱସ୍ତିକର କଥା ଯେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିନେଇଛି । ତାଙ୍କ ନାମ ସମୀର ଅନସାରୀ । ମୁମ୍ବାଇର ଖାର୍ ପୋଲିସ ଏହି ଅଭିଯୁକ୍ତଙ୍କୁ ଖୋଜି ବାହାର କରିଛି । ପୁନମ୍ ଧିଲୋନଙ୍କର ଖାରସ୍ଥିତ ଘରୁ ପାଖାପାଖି ୧ ଲକ୍ଷ ଟଙ୍କାର…

ଚୋରି କରିବାକୁ ଘରେ ପଶିଥିଲା ଚୋର, କିଛି ପାଇଲାନି ବୋଲି ଯୁବତୀଙ୍କୁ କିସ୍ କରି ଚାଲିଗଲା

ଚୋରି କରିବା ଉଦ୍ଦେଶ୍ୟରେ ଘରେ ପଶିଥିଲା ଚୋର । ହେଲେ ଭାଗ୍ୟକୁ କିଛି ନଥିଲା । ବିଚାରା ଶେଷରେ ଏମିତି କିଛି କଲା ଯେ, ଚୋରି ନ କରି ମଧ୍ୟ ଥାନାକୁ ଯିବାକୁ ପଡିଲା । ଚୋରି କରିବାକୁ ଆସି ଘରେ କିଛି ପାଇଲାନି ବୋଲି ଯୁବତୀଙ୍କୁ କିସ୍ କରି ଚାଲିଗଲା ଯୁବକ । ଯୁବତୀ ଜଣକ ପୋଲିସରେ ମାମଲା ଦାୟର…

ସଶସ୍ତ୍ର ଡକାୟତି: ଘରେ ପଶି ଭୁଜାଲିରେ ହାଣିଲେ, ଲୁଟିନେଲେ ଟଙ୍କା ଓ ସୁନା ଗହଣା

ଭଦ୍ରକ:  ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରିରେ ସଶସ୍ତ୍ର ଡକାୟତି । ଗତକାଲି ବିଳମ୍ବିତ ରାତ୍ରିରେ ଭଣ୍ଡାରିପୋଖରୀର ବଡ଼ ନପଙ୍ଗ ଗାଁରେ ମାଧବ ସେଠୀଙ୍କ ଘରେ ଡକାୟତି ହୋଇଛି । ୪ଜଣଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହିତ ଭୁଜାଲିରେ ଆକ୍ରମଣ କରି ସୁନା ଗହଣା ଓ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି…

ଚୋରି ପରେ ଗ୍ରୋସରୀ ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୫୦ ଲକ୍ଷ ଟଙ୍କାର ସାମଗ୍ରୀ

ସୋର: ଚୋରି ପରେ ଗ୍ରୋସରୀ ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା ସୋର ସିଙ୍ଗାଖୁଣ୍ଟା ବଜାରରେ ଚୋରି ପରେ ଅଗ୍ନିକାଣ୍ଡ ହୋଇଛି । ନିଆଁରେ ଜଳିଗଲା ୫୦ ଲକ୍ଷ  ଟଙ୍କାର ସାମଗ୍ରୀ । ସୂଚନା ଅନୁସାରେ ଗୁଜଡ଼ିହା ଗାଁର ଉପେନ୍ଦ୍ର ଦୀକ୍ଷିତ ଦୀର୍ଘଦିନ ଧରି ଏହି ବଜାରରେ ଏକ…

ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ଘରୁ ଚୋରି, ଦୁର୍ବୃତ୍ତ ନେଇଗଲେ ଅନେକ ଭାବନାତ୍ମକ ଜିନିଷ

ଇଂଲଣ୍ଡର ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ଘରୁ ଚୋରି ହୋଇଛି । କିଛି ମୁଖାଧାରୀ ଦୁର୍ବୃତ୍ତ ତାଙ୍କ ଘରକୁ ଟାର୍ଗେଟ୍ କରିଛନ୍ତି । ଷ୍ଟୋକ୍ସ ଇଂଲଣ୍ଡ ଟିମର ଅଧିନାୟକତ୍ୱ କରୁଥିବା ବେଳେ ଏପଟେ ତାଙ୍କ ପରିବାର ଘରେ ଥିଲେ । କ୍ରିକେଟର କହିଛନ୍ତି ଯେ ଦୁର୍ବୃତ୍ତମାନେ ତାଙ୍କ ପରିବାର ଲୋକଙ୍କର…

ଡକାୟତି କରି ଖସିଯିବା  ସମୟରେ ଦୁଇଜଣଙ୍କୁ କାବୁ କଲେ ଅଞ୍ଚଳବାସୀ, ତଦନ୍ତ କରୁଛି ପୋଲିସ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ରାମପୁର ଅରିଗାଁ ମୁଖ୍ୟରାସ୍ତା ବାଗଡିଆ ଛକ ନିକଟରେ ଡକାୟତି କରି ଫେରାର ମାରୁଥିବା ସମୟରେ ଦୁଇଜଣ ବ୍ୟକ୍ତିଙ୍କୁ କାବୁ କରିଛନ୍ତି ସ୍ଥାନୀୟ ଲୋକେ । ଡକାୟତି କରିବା ପାଇଁ ଚାରିଜଣ ଯୁବକ  ବାଇକରେ ଆସିଥିଲେ । କିନ୍ତୁ ଗ୍ରାମବାସୀ ଦୁଇଜଣଙ୍କୁ କାବୁ କରିବାରେ…

ଦିଲ୍ଲୀ: ବନ୍ଧୁକ ମୁନରେ ଅବସରପ୍ରାପ୍ତ ବୈଜ୍ଞାନିକଙ୍କ ଘରୁ ୨ କୋଟି ଲୁଟ୍‌, ‘କୋରିଅର ବୟ’ କହି ପଶିଥିଲେ ଲୁଟେରା

ଦିଲ୍ଲୀର ପୋଶ୍‌ ଅଞ୍ଚଳରେ ଏକ ବଡ଼ ଲୁଟ୍‌ ଘଟଣା ଘଟିଛି । ଏଠାରେ ୨ ଲୁଟେରା ନିଜକୁ 'କୋରିଅର ବୟ' ବୋଲି କହି ଜଣେ ଅବସରପ୍ରାପ୍ତ ବୈଜ୍ଞାନିକଙ୍କ ଘରେ ପଶିଥିଲେ । ଏହାପରେ ବନ୍ଧୁକ ମୁନରେ ଘରେ ଥିବା ନଗଦ ଟଙ୍କା ଏବଂ ସୁନା ଅଳଙ୍କାର ଲୁଟି ନେଇଥିଲେ । ଗତ ଶୁକ୍ରବାର ଦିନ ଦ୍ୱିପ୍ରହରରେ…

ବ୍ୟବସାୟୀଙ୍କଠୁ ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣା : ବନ୍ଧା ହେଲେ ୪ ଜଣ ୱେବ୍‌ ସାମ୍ବାଦିକ

କଳାହାଣ୍ଡି: ଟଙ୍କା ଲୁଟ କରି ଗିରଫ ହେଲେ ୪ ୱେବ ସାମ୍ୱାଦିକଙ୍କ ସମେତ ଜଣେ ଦୋକାନୀ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅଞ୍ଚଳରେ ଘଟିଥିବା ଏକ ଡକାୟତି ଘଟଣାରେ ଏମାନେ ଗିରଫ ହୋଇଛନ୍ତି । ୪ ଜଣ ୱେବ୍ ସାମ୍ବାଦିକ ଓ ଜଣେ ବ୍ୟବସାୟୀଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ସଦର ଥାନା…

ବୁଦ୍ଧେଶ୍ୱର ମନ୍ଦିରରୁ ଲୁଟ ଅଭିଯୋଗ, ଲୁଟି ନେଇଛି କୋଡିଏ ହଜାରରୁ ଉର୍ଦ୍ଧ ଟଙ୍କା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପଳାସପୁର ବୁଦ୍ଧେଶ୍ୱର ମନ୍ଦିରରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି ।  ବିଳମ୍ବିତ ରାତିରେ ଲୁଟେରା ମନ୍ଦିର ଭିତରେ ପଶି ପଶି ଦାନ ହୁଣ୍ଡି ପେଡ଼ି ଭାଙ୍ଗି କୋଡିଏ ହଜାରରୁ ଉର୍ଦ୍ଧ ଟଙ୍କା ଲୁଟି ନେଇଯାଇଥିବା ବେଳେ ଓ ଆଉ ତିନି ଗୋଟି ପେଡ଼ି ଭାଙ୍ଗି ବାହାରେ…

ତେଜରାତି ଦୋକାନରୁ ଚୋରି ଅଭିଯୋଗ, ଲୁଟର ଚିତ୍ର ସି ସି କ୍ୟାମେରାରେ କଏଦ

ବେଗୁନିଆ: ବେଗୁନିଆ କୁଞ୍ଜୁରୀ ପଞ୍ଚାୟତ ଡାଳତୋଳା ବଜାରରେ ଥିବା ମାଆ ଲଷ୍ମୀ ତେଜରାତି ଦୋକାନରୁ ଚୋରି ହୋଇଥିବା ଅଭିଯୋଗ  ।  ଲୁଟର ଚିତ୍ର ସି ସି କ୍ୟାମେରାରେ କଏଦ ହୋଇଛି । ଗତକାଲି ରାତିରେ ଦୋକାନର ପଛପଟ ଆଜବେଷ୍ଟ ଭାଙ୍ଗି ଜଣେ ଦୁର୍ବୁତ୍ତ ପଶି କ୍ୟାସ ବାକ୍ସରୁ ଟଙ୍କା ଚୋରିକରି ନେଇଥିଲା ।…

ପୋଲିସ୍ କବଜାରେ ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗ: ୧୪ଟି ବୁଲେଟ ସମେତ ୨୩ଟି ଗାଡି ଜବତ

ଭୁବନେଶ୍ୱର (କେନ୍ୟୁଜ): ପୋଲିସ୍ କବଜାରେ ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗ। ୩ ଲୁଟେରାଙ୍କୁ ଗିରଫ କଲା ଖଣ୍ଡଗିରି ପୋଲିସ୍ । ସେମାନଙ୍କ ନିକଟରୁ ୧୪ଟି ବୁଲେଟ ସମେତ ୨୩ଟି ବାଇକ ଜବତ ହୋଇଛି। ଗିରଫ ଲୁଟେରା ନୟାଗଡ଼ ଅଞ୍ଚଳର । ସେମାନଙ୍କ ଙ୍କ ଟାର୍ଗେଟରେ ଥିଲା ଦାମୀ ବାଇକ। ଓଡ଼ିଶା ସମେତ…