ଲୁଟେରା ଆତଙ୍କ: ଲୁଟ୍ ପରେ ମହିଳାଙ୍କୁ ହତ୍ୟା କରି ଫେରାର ହୋଇଗଲେ ଦୁର୍ବୃତ୍ତ

ଲୁଟେରାଙ୍କ ଚାଲିଛି ରାଜ । କେଉଁଠି ରାସ୍ତାରେ ମରଣାନ୍ତକ ଆକ୍ରମଣ କରି ସର୍ବସ୍ୱ ଲୁଟି ନେଉଛନ୍ତି ତ କେଉଁଠି ଲୁଟ୍ ପାଇଁ ହତ୍ୟାକାଣ୍ଡ ଘଟାଉଛନ୍ତି । ଲୁଟେରାଙ୍କ ଏଭଳି ଆତଙ୍କ ଜାରି ରହିଥିବା ବେଳେ ମହିଳାଙ୍କୁ ହତ୍ୟା କରି ଫେରାର ହୋଇଗଲେ ଦୁର୍ବୃତ୍ତ। ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ସରସିଦା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ଜଳେଶ୍ଵର (କେନ୍ୟୁଜ): ଲୁଟ୍ ପରେ ହତ୍ୟା। ଲୁଟିଲେ, ମହିଳାଙ୍କୁ ହତ୍ୟା କରି ଫେରାର ହୋଇଗଲେ ଦୁର୍ବୃତ୍ତ। ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ସରସିଦା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଘରେ କେହି ନଥିବା ବେଳେ ଟଙ୍କା ଏବଂ ସୁନା ଗହଣା ଲୁଟ କରି ମହିଳାଙ୍କୁ ହତ୍ଯା କରାଯାଇଥିବା ଅଭିଯୋଗ ଆଣିଲେ ମୃତକଙ୍କ ସ୍ଵାମୀ।

ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ସରସିଦା ଗାଁର ଅଦୈତ୍ୟ ଦାସ ଘରକୁ ଫେରିବା ପରେ ସ୍ତ୍ରୀ ହରପ୍ରିୟା ରକ୍ତାକ୍ତ ଅବସ୍ଥାରେ ମୁହଁ ମାଡ଼ି ତଲେ ପଡିଥିବା ଦେଖିଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇ ଜଳେଶ୍ବର ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଘରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟ୍ ହୋଇଥିବା ଅଦୈତ୍ୟ ଅଭିଯୋଗ କରିଛନ୍ତି। ଜଳେଶ୍ବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.