ସାମ୍ନାକୁ ଆସିଲା ବିକି କୌଶଲଙ୍କ ଅପ୍କମିଂ ଫିଲ୍ମର ନୂଆ ଲୁକ୍, ଭାଇରାଲ ହେଉଛି ଫଟୋ
ବର୍ତ୍ତମାନ ବିକି କୌଶଲଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ତେବେ ସାମ୍ନାକୁ ଆସିଥିବା ଏହି ଫଟୋରେ ଅଭିନେତା ଜଟାଧାରୀ ରୂପରେ ନଜର ଆସିଛନ୍ତି । ଏହା ସହ ସେ ଜଙ୍ଗଲରେ ବୁଲୁଥିବାର ମଧ୍ୟ ଦେଖିବାକୁ ମିଳିଛି ।

ବଲିଉଡର ମୋଷ୍ଟ ପପୁଲାର ଅଭିନେତା ବିକି କୌଶଲ ତାଙ୍କ ସମସ୍ତ ଦମ୍ଦାର ଫିଲ୍ମ ପାଇଁ ସବୁବେଳେ ହେଡଲାଇନରେ ରହିଥାନ୍ତି । ତାଙ୍କର ବହୁ ଚର୍ଚ୍ଚିତ ଫିଲ୍ମ ‘ସାମ୍ ବାହାଦୂର’ ଲୋକଙ୍କ ମନ ଜିତିଛି । ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ବହୁତ ଭଲ କଲେକ୍ସନ୍ କରିଛି । ବର୍ତ୍ତମାନ ବିକି କୌଶଲଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ତେବେ ସାମ୍ନାକୁ ଆସିଥିବା ଏହି ଫଟୋରେ ଅଭିନେତା ଜଟାଧାରୀ ରୂପରେ ନଜର ଆସିଛନ୍ତି । ଏହା ସହ ସେ ଜଙ୍ଗଲରେ ବୁଲୁଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହି ଫଟୋଟି କେଉଁଠୁ ଆସିଛି ଏବଂ ଅଭିନେତାଙ୍କୁ ଏହି ଲୁକରେ କାହିଁକି ନଜର ଆସିଛନ୍ତି, ତାକୁ ନେଇ ଫ୍ୟାନ୍ସଙ୍କ ମନରେ ଅନେକ ପ୍ରଶ୍ନ ରହିଛି । ତାହେଲେ ଆସନ୍ତୁ ଜାଣିବା ଯେ ବିକି କ’ଣ ପାଇଁ ଏପରି ଲୁକ୍ ନେଇଛନ୍ତି ।
ଫିଲ୍ମ ‘ସାମ୍ ବାହାଦୂର’ ରିଲିଜ୍ ହେବା ପରେ ଭିକି କୌଶଲଙ୍କ ଅପ୍କମିଂ ଐତିହାସିକ ଡ୍ରାମା ଫିଲ୍ମ ‘ଛାବା: ଦି ଗ୍ରେଟ୍ ୱାରିଅର୍’ରେ ନଜର ଆସିବେ ବୋଲି ପ୍ରଶଂସକଙ୍କ ଆଶା ରହିଛି । ତେବେ ଲକ୍ଷ୍ମଣ ଉତେକରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନେତା ଛତ୍ରପତି ସମ୍ୱାଜୀ ମହାରାଜଙ୍କ ଭୂମିକାରେ ନଜର ଆସିବେ । ଏହି ଫିଲ୍ମଟି ଅନେକ ଦିନ ହେବ ଚର୍ଚ୍ଚାରେ ଅଛି, ଯାହାକୁ ଫ୍ୟାନ୍ସ ଦେଖିବା ପାଇଁ ଉତ୍ସାହାର ସହ ଅପେକ୍ଷା କରିଛନ୍ତି । ଏପରି ପରିସ୍ଥିତିରେ, ଛାବାର ସେଟରୁ ଅଭିନେତାଙ୍କ ଲୁକ ମଧ୍ୟ ଲିକ ହୋଇଛି ଏବଂ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଫଟୋରେ ବିକି କୌଶଲ ଏକ ସାଧା ପୋଷାକରେ ଅଣ୍ଟାରେ ଲାଲ କପଡା ବନ୍ଧାଥିବାର ନଜର ଆସିଛନ୍ତି । ଏହା ସହ ସେ ବେକ ଏବଂ ହାତଗୋଡ଼ରେ ଏକ ଫୁଲମାଳ ପିନ୍ଧିଛନ୍ତି । ତେବେ ଛତ୍ରପତି ସମ୍ୱାଜୀ ମହାରାଜଙ୍କ ଭୂମିକାରେ ଫିଟ୍ ହେବା ପାଇଁ ଅଭିନେତା ଲମ୍ବା ଦାଢି ଏବଂ ନିଶ ରଖିଛନ୍ତି । ଏହା ବ୍ୟତୀତ ସେ ଲମ୍ବା କେଶ ମଧ୍ୟ ରଖିଛନ୍ତି । ବର୍ତ୍ତମାନ ସେଟରୁ ଅଭିନେତାଙ୍କ ଭାଇରାଲ୍ ଲୁକ୍ ପ୍ରଶଂସକଙ୍କ ଉତ୍ସାହକୁ ବହୁଗୁଣିତ କରିଛି ।
ନିର୍ଦ୍ଦେଶକ ଲକ୍ଷ୍ମଣ ଉତେକର କହିଥିଲେ ଯେ ସେ ଛତ୍ରପତି ସମ୍ୱାଜୀ ମହାରାଜଙ୍କ ଷ୍ଟୋରିକୁ ସେ ବଡ଼ ପରଦାକୁ ଆଣିବାକୁ ଚାହୁଁଛନ୍ତି । ତେବେ ଫିଲ୍ମ ନିର୍ମାତା କହିଛନ୍ତି, ‘ଆମେ ଛତ୍ରପତି ଶିବାଜୀ ମହାରାଜଙ୍କ ଉପରେ ଅନେକ ଫିଲ୍ମ ଦେଖିଛୁ, କିନ୍ତୁ ଜଣେ ଯୋଦ୍ଧା ଛତ୍ରପତି ସମ୍ୱାଜୀ ମହାରାଜ କେତେ ମହାନ୍ ଥିଲେ କିମ୍ବା ମରାଠା ସାମ୍ରାଜ୍ୟ ଏବଂ ମହାରାଷ୍ଟ୍ର ପ୍ରତି ତାଙ୍କର ଅବଦାନ କ’ଣ ତାହା କେହି ଜାଣି ନାହାଁନ୍ତି। ଏହି ଫିଲ୍ମର ଷ୍ଟୋରି ଡକ୍ଟର ଜୟସିଂରାଓ ପାୱାରଙ୍କ ମରାଠୀ ପୁସ୍ତକ ଉପରେ ଆଧାରିତ, ଯାହା ସମ୍ୱାଜୀଙ୍କ ରାଜତ୍ୱର ଘଟଣା ଏବଂ ସଫଳତାକୁ ବର୍ଣ୍ଣନା କରିଥାଏ । ଏହି ଫିଲ୍ମରେ ମରାଠା ସାମ୍ରାଜ୍ୟର ଗର୍ବ ଏବଂ ସାହସ ତଥା ସମ୍ୱାଜୀ ସମ୍ମୁଖୀନ ହୋଇଥିବା ବ୍ୟକ୍ତିଗତ ତଥା ରାଜନୈତିକ ଆହ୍ଵାନ ବିଷୟରେ ରହିଛି ।
‘ଛାବା: ଦି ଗ୍ରେଟ୍ ୱାରିଅର୍’ ର ନିର୍ମାଣ ଦୀନେଶ ବିଜନ ଏବଂ ଜିଓ ଷ୍ଟୁଡିଓ ଦ୍ୱାରା ହୋଇଛି । ଏହି ଫିଲ୍ମ ୨୦୨୪ରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି । ଏହି ଫିଲ୍ମରେ ରଶ୍ମିକା ମନ୍ଦାନା ସମ୍ୱାଜୀଙ୍କ ପତ୍ନୀ ୟସୁବାଇଙ୍କ ଭୂମିକାରେ ନଜର ଆସିବେ । ତେବେ ଫିଲ୍ମ ‘ସାମ୍ ବାହାଦୂର’, ‘ଉରି: ସର୍ଜିକାଲ୍ ଷ୍ଟ୍ରାଇକ୍’ ଏବଂ ‘ସଞ୍ଜୁ’ ପରେ ଏହା ଅନ୍ୟ ଏକ ଫିଲ୍ମ ହେବ ଯେଉଁଥିରେ ବିକି କୌଶଲ ଏକ ବାସ୍ତବ ଜୀବନ ଉପରେ ଆଧାରିତ ଫିଲ୍ମରେ କାମ କରୁଛନ୍ତି । ଫଟୋଟି ଏକ୍ସ ଆକଉଣ୍ଟ POSITIVE FANରେ ସେୟାର କରାଯାଇଛି । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
This Film Will Be BIGGEST hit in Maharashtra 🔥
Mark This Tweet 🔥
The dedication of Vicky Kaushal is just Mind Blowing 🔥 pic.twitter.com/3LsOENIhvy
— POSITIVE FAN (@imashishsrk) April 23, 2024