ଆହୁରି ଜଳିବ, ଦିନ ୧୧ଟା ୩୦ ସୁଦ୍ଧା ବାଲେଶ୍ବରରେ ୪୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ

ଦିନ ୧୧ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାଲେଶ୍ବର । ବାଲେଶ୍ବରରେ ୪୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ବରରେ ୪୧ ଡିଗ୍ରୀ, ଚାନ୍ଦବାଲିରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଝାରସୁଗୁଡାରେ ୯.୨, କେନ୍ଦୁଝରରେ ୩୭.୬, ରାଉରକେଲାରେ ମଧ୍ୟ ୩୭.୬ ଡିଗ୍ରୀ ତାପମାତ୍ର ରେକର୍ଡ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି , ଆହୁରି ଜଳିବ । ଦିନ ୧୧ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାଲେଶ୍ବର । ବାଲେଶ୍ବରରେ ୪୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ବରରେ ୪୧ ଡିଗ୍ରୀ, ଚାନ୍ଦବାଲିରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଝାରସୁଗୁଡାରେ ୯.୨, କେନ୍ଦୁଝରରେ ୩୭.୬, ରାଉରକେଲାରେ ମଧ୍ୟ ୩୭.୬ ଡିଗ୍ରୀ ତାପମାତ୍ର ରେକର୍ଡ ହୋଇଛି । ସେହିଭଳି ସମ୍ବଲପୁରରେ ୩୬.୭ ଡିଗ୍ରୀ, ହୀରାକୁଦରେ ୩୬ ଡିଗ୍ରୀ, ପୁରୀରେ ୩୫,୨ ଡିଗ୍ରୀ ସେଲସିୟସ ରହିଛି ତାପମାତ୍ରା । ୪୦ ଉପରେ ରହିଛି ୩ଟି ସହରର ତାପମାତ୍ରା । ଗତ କିଛି ଦିନ ଧରି ଭୟଙ୍କର ତାତିରେ ଭାଜି ହେଉଛି ଓଡ଼ିଶା ।

ଆଗକୁ ଆହୁରି ଅସହ୍ୟ ହେବ । ୨୬ରୁ ଅତି ସାଂଘାତିକ ହେବ ହିଟ ୱେଭ। ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି । ହିଟ ୱେଭରୁ ସିଭିଅର ହିଟ ୱେଭ ଜାରି ରହିବା ଆଶଂକା ରହିଛି। ୪ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିପାରେ। ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଏସଆରସିଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ଗରମ ଓ ଗୁଳୁଗୁଳି ପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ, ଜଗତସିଂ ହପୁର, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.