ବିକାନେର୍‌ରେ ୧୦୦ ଫୁଟ୍‌ ତଳକୁ ଧସିଲା ମାଟି, ରିଲ୍ସ କରିବାକୁ ଲୋକେ ଆସିବାରୁ ପ୍ରଶାସନ ଲଗାଇଲା ୧୪୪ ଧାରା

ରାଜସ୍ଥାନର ବିକାନେର୍‌ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଏଠାରେ ଲୁଣକରଣସର ତହସିଲ ଅନ୍ତର୍ଗତ ସହଜରାସର ଗାଁରେ କିଛି ଦିନ ତଳେ ଏକ ଦେଢ଼ ବିଘା ଜମି ୧୦୦ ଫୁଟ୍‌ ତଳକୁ ଧସିଯାଇଥିଲା । ମାଟି ଧସିଯିବା ପରେ ଏଠାକାର ଦୃଶ୍ୟପଟ୍ଟ ସମ୍ପୂର୍ଣ୍ଣ ବଦଳିଯାଇଛି ।

ରାଜସ୍ଥାନର ବିକାନେର୍‌ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଏଠାରେ ଲୁଣକରଣସର ତହସିଲ ଅନ୍ତର୍ଗତ ସହଜରାସର ଗାଁରେ କିଛି ଦିନ ତଳେ ଏକ ଦେଢ଼ ବିଘା ଜମି ୧୦୦ ଫୁଟ୍‌ ତଳକୁ ଧସିଯାଇଥିଲା । ମାଟି ଧସିଯିବା ପରେ ଏଠାକାର ଦୃଶ୍ୟପଟ୍ଟ ସମ୍ପୂର୍ଣ୍ଣ ବଦଳିଯାଇଛି, ଯେପରି ଏହା ବିଦେଶର କୌଣସି ଏକ ଜିଓଲୋଜିକାଲ୍‌ ସାଇଟ୍‌ ପରି ଲାଗୁଛି । ତେଣୁ ଏହି ସ୍ଥାନରେ ସେଲ୍ଫି ଏବଂ ରିଲ୍ସ କରିବା ପାଇଁ ଶହ ଶହ ଲୋକ ଆସୁଛନ୍ତି । କିନ୍ତୁ ଏଠାରେ ବିପଦ ଆଶଙ୍କା କରି ପୋଲିସ ୧୪୪ ଧାରା ଲଗାଇ ଦେଇଛି ।

ଘଟଣା ପରେ ଜିଲ୍ଲା ପ୍ରଶାସନ ଏବଂ ଭୂଗର୍ଭ ବିଶେଷଜ୍ଞମାନେ ଯାଞ୍ଚରେ ଲାଗିପଡ଼ିଛନ୍ତି । ଜିଲ୍ଲାପାଳ ନମ୍ରତା ବ୍ରିଷ୍ଣି କହିଛନ୍ତି ଯେ ଏକଦା ଏହି ସ୍ଥାନରେ ମାଟି ତଳେ ଜଳାଶୟ କିମ୍ବା କୌଣସି କୂଅ ଥିଲା, ଯେଉଁ କାରଣରୁ ବୋଧହୁଏ ଜମି ଧସିଯାଇଛି । ଯେଉଁଠି ମାଟି ଧସିଛି, ସେହି ନିକଟରେ ରାସ୍ତା ମଧ୍ୟ ଯାଇଛି । ରାସ୍ତାଟି ଏବେ ଗର୍ତ୍ତ ଭିତରକୁ ଚାଲିଯାଇଛି । ଏପଟେ ସ୍ଥାନଟିର ଦୃଶ୍ୟ ବଦଳିଯିବା ପରେ ଯୁବଗୋଷ୍ଠୀ ଏଠାକୁ ଆସି ରିଲ୍ସ କରୁଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

କହି ରଖୁଛୁ, ମାଟି ଧସିବା ପରେ ଏଠାରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା, ଯାହାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକେ ପହଞ୍ଚିଥିଲେ । ଏବେ ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଯେପରି କୌଣସି ବଡ଼ ଦୁର୍ଘଟଣା ନ ଘଟିବ, ସେଥିପାଇଁ ପୋଲିସ ୧୪୪ ଧାରା ଲାଗୁ କରିଛି । ଏହି ବିରାଟ ଗର୍ତ୍ତ ବାସ୍ତବରେ କୌତୁହଳର ବିଷୟ ହୋଇଛି ।

ସ୍ଥାନୀୟ ଲୋକଙ୍କ ଅନୁସାରେ, ପୂର୍ବରୁ ଏହି ସ୍ଥାନରେ ଘଡ଼ଘଡ଼ି ପଡ଼ିଥିଲା । ସେପଟେ ଭୂଗର୍ଭ ବୈଜ୍ଞାନିକମାନେ ବର୍ତ୍ତମାନ ସମସ୍ତ ଦିଗରୁ ଏହାର ତଦନ୍ତ କରୁଛନ୍ତି । ବୈଜ୍ଞାନିକମାନଙ୍କ ସହାୟତାରେ ମଝିରେ ମଝିରେ ଜମିର ଯତ୍ନ ନେବାକୁ ପ୍ରଶାସନ ଗ୍ରାମବାସୀଙ୍କୁ ନିବେଦନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.