ନିଜ ଗଡ଼ରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି : ୨୦୩୬ରେ ଓଡ଼ିଶା ହେବ ଏକ ନମ୍ବର ‘ସମୃଦ୍ଧ ଓ ସଶକ୍ତ ରାଜ୍ୟ’

ଆଜି ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ । ଏହି ଅବସରରେ ଭୋଟରଙ୍କୁ 5T ରୂପାନ୍ତରଣ ଗ୍ୟାରେଣ୍ଟି ଉପରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଶାଳ ଜନସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଏକ ସଶକ୍ତ ଓ ସମୃଦ୍ଧ ଓଡିଶାର ପ୍ରତିଶ୍ରୁତି ଦେଇଛନ୍ତି ।

ବ୍ରହ୍ମପୁର (କେନ୍ୟୁଜ): ଆଜି ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ । ଏହି ଅବସରରେ ଭୋଟରଙ୍କୁ 5T ରୂପାନ୍ତରଣ ଗ୍ୟାରେଣ୍ଟି ଉପରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଶାଳ ଜନସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଏକ ସଶକ୍ତ ଓ ସମୃଦ୍ଧ ଓଡିଶାର ପ୍ରତିଶ୍ରୁତି ଦେଇଛନ୍ତି । ୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ନିଜର ପ୍ରଦର୍ଶନ ଏବଂ ରୂପାନ୍ତରଣ ପାଇଁ ନେଇଥିବା ପଦକ୍ଷେପ ଆଧାରରେ ୨୦୨୪ ନିର୍ବାଚନ ଲଢ଼ୁଛନ୍ତି ନବୀନ ପଟ୍ଟନାୟକ। ଜନସଭାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଏକାମ୍ର ଏବଂ ସମଲେଇ ପ୍ରକଳ୍ପକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ। ଏ ଅବସରରେ ନବୀନ କହିଥିଲେ, ଯୋଡ଼ି ଶଙ୍ଖକୁ ଭୋଟ ଦିଅନ୍ତୁ। ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଜିତାଇବାକୁ ଭୋଟ ଦିଅନ୍ତୁ। ଆଉ ଥରେ ବିଜେଡିକୁ ଜିତାନ୍ତୁ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ହିଞ୍ଜିଳିରୁ ବିଜେଡିର ଜୟଯାତ୍ରା ଆରମ୍ଭ ହେଲା। ଏଥରକ ଲୋକସଭା ନିର୍ବାଚନରେ ମଧ୍ୟ ବିଜେଡି ଭଲ ରେଜଲ୍ଟ କରିବ ବୋଲି କହିଛନ୍ତି ନବୀନ। ସେହିଭଳି ଚାଷୀଙ୍କୁ ବିନା ସୁଧରେ ଋଣ, ମିଶନ ଶକ୍ତି ଏସଏଚଜିଙ୍କୁ ୧୮ ହଜାର କୋଟିର ଋଣ କଥା କହିଛନ୍ତି ନବୀନ। ମହିଳା ସଶକ୍ତିକରଣରେ ଓଡ଼ିଶା ନମ୍ବର ୱାନ। ବିପର୍ଯ୍ୟୟ ପରିଚାଳନାରେ ମଧ୍ୟ ଦେଶରେ ନମ୍ବର ୱାନ ଓଡ଼ିଶା। ମହିଳା ଓ ଯୁବ ବର୍ଗଙ୍କ ଉପରେ ଫୋକସ କରୁଛନ୍ତି ରାଜ୍ୟ ସରକାର। ଆଗକୁ ଯୁବ ବଜେଟ ଆସିବ। ସେହିପରି ୨୦୨୪ରୁ ୨୦୩୪ ଓଡ଼ିଶାର ଦଶନ୍ଧି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ମା’ମାନଙ୍କୁ ତାଙ୍କ ଅଧିକାର ଦେବାରେ ବିଜେଡି ଏକ ନମ୍ବର। ୨୦୩୬ରେ ଓଡ଼ିଶା ଏକ ନମ୍ବର ହେବ। ଓଡ଼ିଶା ଶାନ୍ତି, ସମୃଦ୍ଧି ଏବଂ ସଶକ୍ତ ଓଡ଼ିଶା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପ୍ରଥମେ ହିଞ୍ଜିଳିବାସୀଙ୍କର ସେବା କରିବାର ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି । ସେଠାରେ ଜନସଭାରେ କହିଥିଲେ ଆପଣ ମାନେ ଏତେ ଖରାରେ ଆସିଛନ୍ତି ସେଥିପାଇଁ ଧନ୍ୟବାଦ କହିଥିଲେ । ଆପଣ ମାନେ ସବୁ ବେଳେ ମୋ ସହ ଅଛନ୍ତି, ଓଡ଼ିଶା ମା’ର ସେବା କରିବାର ସୁଯୋଗ ଆପଣ ମାନେ ମୋତେ ଦେଇଛନ୍ତି । ସେଥିପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ସବୁବେଳେ କହି ଆସୁଛି ଓଡ଼ିଶାର ସାଢେ ୪ କୋଟି ଲୋକ ମୋ ପରିବାର । ମୁଁ ସବୁବେଳେ ଓଡ଼ିଶାର ବିକାଶ ପାଇଁ କାମ କରୁଛି ଓ ଶେଷପର୍ଯ୍ୟନ୍ତ କରିବି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.